ମାଥିଲିରେ କାହିଁକି ସ୍ୱାମୀଙ୍କ ମୁହଁରେ ମଖାଗ୍ନୀ ଦେଇଥିଲେ ସ୍ତ୍ରୀ? କନକ ନ୍ୟୁଜରେ କହିଲେ ପୁରା କାହାଣୀ, ପଢ଼ନ୍ତୁ...ମହାମାରୀବେଳେ ମାଥିଲିରୁ ଆସିଥିବା ହୃଦୟବିଦାରକ ଘଟଣା...

Advertisment
ମାଥିଲିରେ କାହିଁକି ସ୍ୱାମୀଙ୍କ ମୁହଁରେ ମଖାଗ୍ନୀ ଦେଇଥିଲେ ସ୍ତ୍ରୀ? କନକ ନ୍ୟୁଜରେ କହିଲେ ପୁରା କାହାଣୀ, ପଢ଼ନ୍ତୁ...ମହାମାରୀବେଳେ ମାଥିଲିରୁ ଆସିଥିବା ହୃଦୟବିଦାରକ ଘଟଣା...

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ମାଥିଲିରେ କାହିଁକି ସ୍ୱାମୀଙ୍କ ମୁହଁରେ ମଖାଗ୍ନି ଦେଇଥିଲେ ସ୍ତ୍ରୀ । କନକ ନ୍ୟୁଜରେ କହିଲେ ପୁରା କାହାଣୀ । କହିଲେ ମହାମାରୀ କରୋନା ସଂକ୍ରମଣ ଭୟରେ ସ୍ୱାମୀଙ୍କ ଶବର ପାଖ ମାଡିଲେନି ସାହିଭାଇ କିମ୍ବା ଛୁଇଁଲେ ନାହିଁ ସଂପର୍କୀୟ । ତେଣୁ ମଶାଣିକୁ ନେବା ପାଇଁ ୪ କାନ୍ଧ ମିଳିଲା ନାହିଁ । ୨ ଭାଇ, ଦିଅରଙ୍କ ସହ କାନ୍ଧ ମିଳାଇ ଶେଷରେ ମଶାଣୀକୁ ନେଇଥିଲେ ସ୍ୱାମୀଙ୍କ ଶବ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କ କରୋନା ରିପୋର୍ଟ ବିଶାଖାପାଟଣା ପଠା ଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିଲେ କୃଷ୍ଣଚନ୍ଦ୍ର ।

ଏପଟେ ସମ୍ପୂର୍ଣ୍ଣ କରୋନା ଗାଇଡଲାଇନ୍ ପାଳନ କରି ଆନ୍ଧ୍ର ପ୍ରଦେଶର ଏକ ଆମ୍ବୁଲାନ୍ସ ଜରିଆରେ ମାଥିଲି ବ୍ଲକର ମନ୍ଦାପାଲି ଗାଁକୁ ଆସିଥିଲା ଶବ । ହେଲେ ଗାଁରେ ଶବ ପାଖକୁ କେହି ଆସିଲେନି । ଗାଁରେ ପରିବାର ଓ ସମ୍ପର୍କୀୟ ବି ଶବ ଠାରୁ ବହୂଦୂରରେ ରହି ଅନ୍ତିମ ଦର୍ଶନ କଲେ । ଏପରି ସ୍ଥିତିରେ ପିପିଟି କିଟ୍ ପିନ୍ଧି ପତ୍ନୀ ନିଜେ ମୁଖାଗ୍ନି ଦେଇଥିଲେ ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe