ମାଥିଲିରେ କାହିଁକି ସ୍ୱାମୀଙ୍କ ମୁହଁରେ ମଖାଗ୍ନୀ ଦେଇଥିଲେ ସ୍ତ୍ରୀ? କନକ ନ୍ୟୁଜରେ କହିଲେ ପୁରା କାହାଣୀ, ପଢ଼ନ୍ତୁ…ମହାମାରୀବେଳେ ମାଥିଲିରୁ ଆସିଥିବା ହୃଦୟବିଦାରକ ଘଟଣା…

908

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ମାଥିଲିରେ କାହିଁକି ସ୍ୱାମୀଙ୍କ ମୁହଁରେ ମଖାଗ୍ନି ଦେଇଥିଲେ ସ୍ତ୍ରୀ । କନକ ନ୍ୟୁଜରେ କହିଲେ ପୁରା କାହାଣୀ । କହିଲେ ମହାମାରୀ କରୋନା ସଂକ୍ରମଣ ଭୟରେ ସ୍ୱାମୀଙ୍କ ଶବର ପାଖ ମାଡିଲେନି ସାହିଭାଇ କିମ୍ବା ଛୁଇଁଲେ ନାହିଁ ସଂପର୍କୀୟ । ତେଣୁ ମଶାଣିକୁ ନେବା ପାଇଁ ୪ କାନ୍ଧ ମିଳିଲା ନାହିଁ । ୨ ଭାଇ, ଦିଅରଙ୍କ ସହ କାନ୍ଧ ମିଳାଇ ଶେଷରେ ମଶାଣୀକୁ ନେଇଥିଲେ ସ୍ୱାମୀଙ୍କ ଶବ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କ କରୋନା ରିପୋର୍ଟ ବିଶାଖାପାଟଣା ପଠା ଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିଲେ କୃଷ୍ଣଚନ୍ଦ୍ର ।

ଏପଟେ ସମ୍ପୂର୍ଣ୍ଣ କରୋନା ଗାଇଡଲାଇନ୍ ପାଳନ କରି ଆନ୍ଧ୍ର ପ୍ରଦେଶର ଏକ ଆମ୍ବୁଲାନ୍ସ ଜରିଆରେ ମାଥିଲି ବ୍ଲକର ମନ୍ଦାପାଲି ଗାଁକୁ ଆସିଥିଲା ଶବ । ହେଲେ ଗାଁରେ ଶବ ପାଖକୁ କେହି ଆସିଲେନି । ଗାଁରେ ପରିବାର ଓ ସମ୍ପର୍କୀୟ ବି ଶବ ଠାରୁ ବହୂଦୂରରେ ରହି ଅନ୍ତିମ ଦର୍ଶନ କଲେ । ଏପରି ସ୍ଥିତିରେ ପିପିଟି କିଟ୍ ପିନ୍ଧି ପତ୍ନୀ ନିଜେ ମୁଖାଗ୍ନି ଦେଇଥିଲେ ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ।