କନକ ବ୍ୟୁରୋ : ଆମେ ଅନେକ ସମୟରେ ଦେଖିବାକୁ ପାଇଥାଉ କି ହୋଟେଲର କ୍ୟାସ କାଉଣ୍ଟର ନିକଟରେ ଏକ ପ୍ଲେଟରେ ପାନମଧୁରୀ ଓ ମିଶ୍ରି ମିଶାଇ ରଖାଯାଇଥାଏ । ଲୋକମାନେ ଭୋଜନ କରସାରିବା ପରେ ଏହାକୁ କିଛିମାତ୍ରାରେ ନେଇ ଖାଇଥାନ୍ତି । ଏହାସହ ଅନେକ ଲୋକ ଡବାରେ ଏହି ପାନ ମଧୁରୀ ଓ ମିଶ୍ରିକୁ ମିଶାଇ ପକେଟରେ ରଖିଥାନ୍ତି ଓ ଭୋଜନ ପରେ ଏହାକୁ ସେବନ କରିଥାନ୍ତି । ହେଲେ ଏହା ପଛରେ କଣ ରହିଛି କାରଣ ଆସନ୍ତୁ ଜାଣିବା ।
Kanak News is now on WhatsApp
Join and get latest news updates delivered to you via WhatsApp
କିଛି ଲୋକଙ୍କର ଧାରଣା ଥାଏ କି ଖାଇବା ପରେ ପାଟିରୁ ବାହାରୁ ଥିବା ଖାଦ୍ୟର ବାସ୍ନାକୁ ଦୂର କରିବାକୁ ଏଭଳି ପାନ ମଧୁରୀ ଓ ମିଶ୍ରି ସେବନ କରାଯାଏ । ଏହା କେତେକାଂଶରେ ସତ୍ୟ ହୋଇଥିଲେ ବି ପାନ ମଧୁରୀ ଓ ମିଶ୍ରିରେ ଅନେକ ଗୁଣ ରହିଛି ।
ପାନ ମଧୁରୀ ଓ ମିଶ୍ରି ପାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଏଥିରେ ଥିବା ପୋଷକ ତତ୍ୱ ଶରୀର ପାଇଁ ଖୁବ ହିତକର । ଶରୀରରେ ଥିବା ହିମୋଗ୍ଲୋବିନ ସ୍ତରର ଯେକୌଣସି ଅସୁବିଧାକୁ ପାନ ମଧୁରୀ ଓ ମିଶ୍ରି ଦୂର କରିବାରେ ସହାୟକ ହୋଇଥାଏ ।
ଅନ୍ୟପଟେ ଏନିମିଆ ରୋଗରେ ପୀଡିତ ହୋଇ ତ୍ୱଚା ସେଥାଳିଆ ପଡୁଥିଲେ ଏହାର ସେବନ ଦ୍ୱାରା ଉପକାର ମିଳିଥାଏ । ମୁଣ୍ଡ ବୁଲାଇବା ଓ ଥକ୍କା ଲାଗିବା ସମସ୍ୟାରୁ ମଧ୍ୟ ଉପକାର ମିଳେ । କେବଳ ସେତିକି ନୁହେଁ ଥଣ୍ଡା ଓ କାଶ ହେଉଥିଲେ ପାନ ମଧୁରୀ ଓ ମିଶ୍ରି ସେବନ ଦ୍ୱାରା ଆପଣ ସୁସ୍ଥ ହୋଇପାରିବେ । ଆପଣଙ୍କୁ ଥଣ୍ଡା ବା କାଶ ହେଉଥିଲେ ଆପଣ ପାନ ମଧୁରୀ ଓ ମିଶ୍ରିକୁ ପାଣିରେ ଫୁଟାଇ ପିଇଲେ ଆରାମ ମିଳିଥାଏ । ଏହାସହ ପାଟିରୁ ଦୁର୍ଗନ୍ଧ ବାହାରୁ ଥିଲେ ପାନ ମଧୁରୀ ମିଶ୍ରି ତାହାକୁ ଦୂର କରିଥାଏ ।