ଭାରତରେ କାହିଁକି ଦୀପାବଳୀରେ ପୂଜା ହୁଅନ୍ତି ମା’କାଳୀ?

175

କନକ ବ୍ୟୁରୋ : ସାରା ଦେଶରେ ବହୁ ଆଡମ୍ବରରେ ପାଳନ କରାଯାଏ କାଳୀପୂଜା । ତେବେ ପ୍ରଥମେ ଜାଣିବା ସାରା ଦେଶରେ କାହିଁକି ଏପରି ପୂଜା କରାଯାଏ? ଏଠାରେ କହିରଖୁଛୁ ଯେ, ପାର୍ବଣ କହିଲେ କେବଳ ଦୁର୍ଗାପୂଜାକୁ ବୁଝାଏ ନାହିଁ କାଳୀପୂଜା ମଧ୍ୟ ତାହା ମଧ୍ୟରେ ଅନ୍ତର୍ଭୁକ୍ତ ଅଟେ । ଶାସ୍ତ୍ର ଅନୁସାରେ ଯେଉଁ ସମୟରେ ସ୍ୱର୍ଗରେ ଅଶୁରମାନଙ୍କର ଉତ୍ପାତ ବଢିବାରେ ଲାଗିଥିଲା ସେହି ସମୟରେ ଦେବୀ ଦୁର୍ଗା ଆର୍ବିଭାବ ହୋଇଥିଲେ । ଏହାପରେ ସମସ୍ତ ଦେବାଦେବୀଙ୍କ ଶକ୍ତିକୁ ନେଇ ଦେବୀ ଅଶୁରମାନଙ୍କ ସହ ଲଢିଲେ । ଶେଷରେ ମହିଶାଷୁରକୁ ବଦ୍ଧ କରିବା ପରେ ଦୁର୍ଗା ଥକି ପଡିଥିଲେ । ତେଣୁ ମା’ଙ୍କର କେଶ ଅଡୁଆ ହୋଇ ପଡିଥିଲା । ଶାସ୍ତ୍ର ଅନୁସାରେ ଦୁର୍ଗାଙ୍କ କେଶରୁ ହିଁ କାଳୀଙ୍କର ଆବିର୍ଭାବ ହୋଇଥିଲା । ପରେ କାଳୀ ଭୟଙ୍କର ଭାବରେ କ୍ରୋଧାନ୍ୱିତ ହୋଇଥିଲେ । ତାଙ୍କୁ ଶାନ୍ତ କରିବା ପାଇଁ କାହାରି ପାଖରେ କୌଣଶି ବିଦ୍ୟା ନଥିଲା ।

 

ଗୋଟିଏ ପରେ ଗୋଟିଏ ଅଶୁରର ମୁଣ୍ଡ କାଟିବା ସହ ତାଙ୍କ ମାଳକୁ ବେକରେ ପିନ୍ଧିଥିଲେ ମା’ । ଏପରି କରାଳ ରୂପ ଦେଖି ସ୍ୱୟଂ ଭଗବାନ ଶିବ ମଧ୍ୟ କିଛି ସମୟ ପାଇଁ ସ୍ତମ୍ଭୀଭୂତ ହୋଇଥିଲେ । ଶେଷରେ ମା’ଙ୍କୁ ଶାନ୍ତ କରିବା ପାଇଁ ଅନ୍ଧାରରେ ଶିବ ଏକ ସ୍ଥାନରେ ଶୋଇ ରହିଥିଲେ । ପରେ ମା’ ଉଗ୍ରମୁଖା ହୋଇ ଗଲା ବେଳେ ଅନ୍ଧାର ହୋଇଥିବା କାରଣରୁ ସ୍ୱାମୀଙ୍କ ଉପରେ ଚଢିଯାଇଥିଲେ । ପରେ ଯେତେବେଳେ ଦେଖିଲେ ନିଜ ସ୍ୱାମୀର ଛାତି ଉପରେ ଗୋଡ ରଖିଛନ୍ତି ତାହା ପରେ ଜିଭ କାମୁଡି ଦେବା ସହ ଶାନ୍ତ ହୋଇପଡିଥିଲେ ।

 

  ଏହାପରେ ସେହି ସମୟରେ ମା’ଙ୍କୁ ଅନେକ ବିଦ୍ଧିବିଧାନ ସହ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ସେହି ଦିନଠାରୁ ହିଁ ମା’ଙ୍କର ପୂଜାର୍ଚ୍ଚନା କାର୍ତିକ ମାସ ଆମାବାସ୍ୟାରେ କରାଯିବାର ବିଧି ରହିଛି । ତେବେ ଅନେକ ଲୋକ ଭାବନ୍ତି ଯେ, ଦୀପାବଳୀରେ କାହିଁକି କାଳୀଙ୍କୁ ପୂଜା କରାଯାଏ । କାରଣ ସେହି ଦିନ ରାବଣକୁ ବଦ୍ଧ କରି ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତନ କରିଥିଲେ । ତେବେ ରାମଙ୍କୁ ସ୍ୱାଗତ କରିବା ସ୍ଥାନୀୟ ଲୋକମାନେ ନିଜ ନିଜ ଦ୍ୱାର ସମ୍ମୁଖରେ ଦୀପଦାନ କରିଥିଲେ । ସେହି ଦିନ କାଳୀ ମଧ୍ୟ ଶାନ୍ତ ହୋଇଥିଲେ । ତେଣୁ ଏପରି ପୂଜା କରିବାର ବିଦ୍ଧି ରହିଥିବା ଜଣାଯାଏ । ବର୍ତମାନ ସମୟରେ ଭାରତରେ ଅନେକ ସ୍ଥାନରେ କାଳୀପୂଜା ବଡ ଧୁମଧାମରେ ପାଳନ କରାଯାଉଛି ।