କାହିଁକି ବଢିଲା ଉଦ୍ଧବ-ସିନ୍ଦେ ବିବାଦ? ସହଯୋଗୀଙ୍କୁ ଖୁସି କରିବାକୁ ଯାଇ ଦଳରେ ବଢିଲାକି ଅସନ୍ତୁଷ୍ଟ?

282

କନକ ବ୍ୟୁରୋ: ଏକଦା ମହାରାଷ୍ଟ୍ର ରାଜନୀତିରେ ବିଜେପି-ଶିବସେନା ଦୁଇ ଭାଇ ପରି ରହୁଥିଲେ । କିନ୍ତୁ କ୍ଷମତା ଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପିକୁ ମୁହଁ ମୋଡି ଦେଇ ଶିବସେନା ଏନସିପି ଏବଂ କଂଗ୍ରେସ ସହ ହାତ ମିଳାଇଥିଲ।। ଏବେ କିନ୍ତୁ ଆଉ ସେ ସ୍ଥିତି ନାହିଁ । ମହାମେଂଟରେ ସାମିଲ ଥିବା ଏନସିପି ଏବଂ ଶିବସେନା ସହିତ ଯଦିଓ ସଂପର୍କ ଠିକ୍ ରହିଛି କିନ୍ତୁ ଶିବସେନା ସୁପ୍ରିମୋ ନିଜ ଦଳ ଭିତରେ ବଢୁଥିବା ଅସନ୍ତୋଷକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ଯେଉଁଥିପାଇଁ ଏବେ ବିଧାୟକ ଏକନାଥ ସିନ୍ଦେଙ୍କ ସମର୍ଥନରେ ଗୋଟିଏ ବଡ ଗୋଷ୍ଠୀ ବିଧାୟକ ରହିଛନ୍ତି । ଯେଉଁମାନେ କି ସରକାର ଭାଙ୍ଗିବାରେ ଗୋଟିଏ ବଡ ଭୂମିକା ନେବାକୁ ଯାଉଛନ୍ତି ।

ଶିବସେନାରେ ଉଦ୍ଧବ-ଏକନାଥ ସିନ୍ଦେଙ୍କ ସଂପର୍କ ମଜବୁତ ଥିଲା । କିନ୍ତୁ ୨୦୧୯ ବିଧାନସଭା ନିର୍ବାଚନ ଫଳାଫଳ ପରେ ଉଦ୍ଧବ ବିଜେପିକୁ ବାଏ ବାଏ କରିବାକୁ ନେଇ ଏକନାଥ କେଉଁଠି ନା କେଉଁଠି ଅସନ୍ତୁଷ୍ଟ ଥିଲେ । ଆଉ ମେଂଟ ସରକାରକୁ ବଂଚାଇବାକୁ ଯାଇ ଏକଦା ବିରୋଧୀ ଦଳ ଥିବା ଏନସିପି ଏବଂ କଂଗ୍ରେସ ସହିତ ମେଂଟକୁ ସିନ୍ଦେ ଗ୍ରହଣ କରିପାରିନଥିବା ଚର୍ଚା ହେଉଛି ।
ନଜର ପକାନ୍ତୁ ସଂପର୍କରେ ଫାଟ ପଛର କାରଣ?

ବିଜେପି ସହିତ ମେଂଟ କରିବା ଏକନାଥଙ୍କ ଇଚ୍ଛା
ଉଦ୍ଧବଙ୍କ ପାଇଁ କଂଗ୍ରେସ-ଏନସିପି ଏକାଠି
ମନ୍ତ୍ରାଳୟରେ ଆଦିତ୍ୟଙ୍କ ହସ୍ତକ୍ଷେପକୁ ନାପସନ୍ଦ
ଜାତୀୟ ରାଜପଥ ଉଦଘାଟନରେ ଅଣଦେଖା
ରାଜ୍ୟସଭା ନିର୍ବାଚନରେ ବିଜେପି ସହିତ ଯିବାକୁ ଏକନାଥଙ୍କ ଇଚ୍ଛା ଥିଲା
ସଞ୍ଜୟ ରାଉତ ସିନ୍ଦେଙ୍କୁ ବିରୋଧ କରୁଥିଲେ
ବିଭିନ୍ନ ସମୟରେ ଉଦ୍ଧବଙ୍କ ବୟାନ ବଢାଇଥିଲା ଅସନ୍ତୋଷ
ଏନସିପି ବିଧାୟକଙ୍କୁ ମିଳୁଥିଲା ଆବଶ୍ୟକ ପାଣ୍ଠି, ଶିବସେନା ବିଧାୟକଙ୍କ ହାତ ଖାଲି
ଉଦ୍ଧବ ଠାକରେ ଦେଉନଥିଲେ ସମୟ

ଏବେ ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବାକୁ ଉଦ୍ଧବ ଏବଂ ସଞ୍ଜୟ ପ୍ରୟାସ କରିଛନ୍ତି । କିନ୍ତୁ ଏକନାଥ ସିନ୍ଦେ ନିଜ ଜିଦରେ ଅଟଳ ଥିବାରୁ ଏବେ ଶିବସେନା ଭିତରେ ଗୋଟିଏ ବଡ ବିଦ୍ରୋହ ସୃଷ୍ଟି ହୋଇଛି । ଯେଉଁଥିପାଇଁ ସରକାର ମଧ୍ୟ ଭାଙ୍ଗିପାରେ ।