କାହିଁକି ଟ୍ୱିଟରରେ ଟ୍ରେଣ୍ଡ କରୁଛି #SunoKohli ? ଜାଣନ୍ତୁ, ଏହା ପଛର କାରଣ

122

କନକ ବ୍ୟୁରୋ: ପୁଣି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି । ଏବେ ସୋସିଆଲ ମିଡିଆରେ #SunoKohli ଟ୍ରେଣ୍ଟ କରୁଛି । ତେବେ ଏହାର କାରଣ ହେଉଛି ଟ୍ୱିଟରରେ ୟୁଜର୍ସଙ୍କ ସମାଲୋଚନାର ଶିକାର ହୋଇଛନ୍ତି କୋହଲି । ତେବେ କାହିଁକି ଏପରି ଟ୍ରେଣ୍ଟ କରୁଛି ଆସନ୍ତୁ ଜାଣିବା ପୂରା ଘଟଣା ।

ଆଉ କିଛି ଦିନ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହୋଇଯିବ । ଆଉ ଏହାରି ମଧ୍ୟରେ ଦୀପାବଳି ମଧ୍ୟ ଆସୁଛି । ତେବେ ଭାରତର ଏହି ବଡ ପର୍ବକୁ ନେଇ ଭିଡିଓ ଜାରି କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ଆଉ ପରିବେଶ ସୁରକ୍ଷାକୁ ଆଖି ଆଗରେ ରଖି ଦିପାବଳୀ ପାଳନ କରିବାକୁ ଫ୍ୟାନମାନଙ୍କୁ ମେସେଜ ଦେଇଛନ୍ତି ।

ସେ ଏକ ଭିଡିଓ ଜାରି କରି କହିଛନ୍ତି, ଚଳିତ ବର୍ଷ ଭାରତୀୟଙ୍କ ପାଇଁ କଠିନଦାୟକ ରହିଛି । ସମସ୍ତେ ଦିପାବଳୀର ଅପେକ୍ଷାରେ ରହିଛନ୍ତି । ମୁଁ ଆପଣଙ୍କୁ କିଛି ଟିପ୍ସ ଦେବି କେମିତି ଆପଣ ନିଜ ପରିବାର ଓ ସମ୍ପର୍କୀୟଙ୍କ ସହ ଦିପାବଳୀ ପାଳିବେ ।

ଏହି ଭିଡିଓ ଜାରି କରିବା ପରେ ବିରାଟ କୋହଲିଙ୍କୁ ସୋସିଆଲମିଡିଆରେ ଅନେକ ସମାଲୋଚନା ଶିକାର ହେବାକୁ ପଡିଛି । ଜଣେ ୟୁଜର୍ସ କହିଛନ୍ତି ଦିପାବଳୀର ଜ୍ଞାନ ଦେବା ପରିବର୍ତ୍ତେ ବିଶ୍ୱକପ ଉପରେ ଫୋକସ କର । ତେବେ ଅନେକ ୟୁଜର୍ସ ଏନେଇ ସୋସିଆଲମିଡିଆରେ ବିରାଟଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି ।