ଏଯାଏଁ କାହିଁକି ବିବାହ କଲେନି ତବୁ ? ଏଥିପାଇଁ କେଉଁ ଅଭିନେତାଙ୍କୁ ଦାୟୀ କଲେ?

7,107

କନକ ବ୍ୟୁରୋ: ବଲିଉଡ୍ ବିୟୁଟି ତବୁ ଆଜି ୫୨ ବର୍ଷରେ ପାଦ ଦେଇଛନ୍ତି । ଏବେବି ତାଙ୍କ ସୌନ୍ଦର୍ଯ୍ୟ କମିନି । ବଲିଉଡରେ ବେଶ୍ ପପୁଲାର ରହିଆସିଥିବା ତବୁ ନିଜ ପ୍ରଫେସନାଲ ଲାଇଫକୁ ନେଇ ଖୋଲା ବହି ଭଳି । ହେଲେ ତାଙ୍କର ବ୍ୟକ୍ତିଗତ ଜୀବନ କିନ୍ତୁ ସିକ୍ରେଟରେ ଭରା । ୫୨ ବର୍ଷରେ ବି ତବୁ କାହିଁକି ଅବିବାହିତ , ପ୍ରଶଂସକଙ୍କ ମନରେ ସବୁବେଳେ ପ୍ରଶ୍ନ ।

ତବ୍ୱୁ ଏଯାଏ,ଁ ଅବିବାହିତ ରହିବାର କାରଣ କ’ଣ? ଏହାର ପ୍ରଶ୍ନରେ ଏକ ସାକ୍ଷାତକାରରେ ତବୁ ଯାହା କହିଲେ ତାହା ଶୁଣି ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିବାହ ନକରିବାର କାରଣ ଅଜୟ ଦେବଗନ ବୋଲି କହିଥିଲେ । ତେବେ ତବ୍ୱୁ ଯଦିଓ ବିବାହ କରିନାହାଁନ୍ତି ହେଲେ ତାଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି ।

ଫିଲ୍ମ ମେକର ତଥା ନିର୍ଦ୍ଦେଶକ ସାଜିଦ୍ ନାଡିୟାୱାଲା, ସାଉଥ୍ ସୁପରଷ୍ଟାର ନାଗାର୍ଜୁନ୍, ଅଭିନେତା ସଞ୍ଜୟ କପୁରଙ୍କ ସହ ତବ୍ୱୁଙ୍କ ସମ୍ପର୍କକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ଶୁଣିବାକୁ ମିଳେ, ସଞ୍ଜୟ କପୁର ଓ ତବୁଙ୍କ ସମ୍ପର୍କ କମ୍ ସମୟ ପାଇଁ ଚାଲିଥିଲା । ସଞ୍ଜୟଙ୍କ ସହ ବ୍ରେକଅପ୍ ପରେ ତବୁଙ୍କ ଜୀବନକୁ ଆସିଥିଲେ ନିର୍ଦ୍ଦେଶକ ସାଜିଦ୍ ନାଡିୟାବୱାଲା । ନାଡିିୟାୱାଲାଙ୍କ ପତ୍ନୀ ତଥା ବଲିଉଡର ଅନନ୍ୟ ସୁନ୍ଦରୀ କୁହାଯାଉଥିବା ଦିବ୍ୟା ଭାରତୀଙ୍କର ବାନ୍ଧବୀ ଥିଲେ ତବ୍ୱୁ । ତେଣୁ ଦିବ୍ୟାଙ୍କ ଅକାଳ ବିୟୋଗ ପରେ ସାଜିଦ୍ ନାଡିୟାୱାଲାଙ୍କ ନିକଟତର ହୋଇଥିଲେ ତବୁ। ଦୁହେଁ କିଛି ଦିନ ବେଶ୍ ଭଲରେ ଦିନ କାଟିଲେ । ଫିଲ୍ମ ‘ଜିତ୍’ର ସୁଟିଂ ବେଳେ ଦୁହେଁ ଖୁବ୍ ନିକଟତର ହୋଇଥିଲେ । ଏହା ପରେ ବି ପତ୍ନୀ ଦିବ୍ୟା ଭାରତୀଙ୍କୁ ଭୁଲିପାରିନଥିଲେ ସାଜିଦ୍, ଯାହା ତବୁଙ୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ଏହି କାରଣରୁ ତବୁଙ୍କ ସହ ଘନିଷ୍ଠ ହୋଇ ମଧ୍ୟ ତାଙ୍କ ବିବାହ କରିବାକୁ ସାହାସ କରିପାରିନଥିଲେ ସାଜିଦ୍ ।

ସାଜିଦଙ୍କ ଠାରୁ ବ୍ରେକଅପ୍ ପରେ ଭାରୀ ଅବସାଦରେ ରହିଥିଲେ ତବୁ । ପରିଣାମତଃ ସାଉଥ୍ ଷ୍ଟାର ନାଗାର୍ଜୁନଙ୍କ ପାଖାପାଖି ହୋଇଥିଲେ । ଦୁହେଁ ପାଖାପାଖି ୧୦ ବର୍ଷ ଡେଟିଙ୍ଗରେ ଥିଲେ । ହେଲେ ଏତେ ବର୍ଷ ପରେ ବି ଯେତେବେଳେ ତବୁ ଅନୁଭବ କଲେ ଯେ ନାଗାର୍ଜୁନ ତାଙ୍କ ପତ୍ନୀଙ୍କୁ ଛାଡିପାରିବେ ନାହିଁ ସେ ନିଜକୁ ନାଗାର୍ଜୁନଙ୍କଠାରୁ ଦୂରେଇ ଦେଇଥିଲେ । ଏହି ସମ୍ପର୍କ ତାଙ୍କୁ ଖୁବ୍ କଷ୍ଟ ଦେଇଥିଲା ।

୨୦୧୭ରେ ଏକ ସାକ୍ଷାତକାରରେ ତବୁଙ୍କୁ ତାଙ୍କ ବିବାହ ନକରିବାର କାରଣ ପଚରାଯାଇଥିଲ । । ଏଥିରେ ସେ ଯାହା କହିଥିଲେ ଅନେକଙ୍କୁ ଆଚମ୍ବିତ କରିଥିଲା । ତବୁ କହିଥିଲେ ଯେ, ‘ ସେ ଅବିବାହିତ ରହିବାର କାରଣ ଅଭିନେତା ଅଜୟ ଦେବଗନ୍ । କରଣ ଅଜୟ ସବୁବେଳେ ତାଙ୍କୁ ଫଲୋ କରୁଥିଲେ । ତାଙ୍କର ଗୁଇନ୍ଦାଗିିରି କରୁଥିଲେ । ତାଙ୍କ ସାଙ୍ଗରେ ଯେଉଁ ପୁରୁଷ ବନ୍ଧୁଙ୍କୁ ଦେଖୁଥିଲେ ସେମାନଙ୍କୁ ଧମକ ଦେଉଥିଲେ’ ବୋଲି କହିଥିଲେ ।

ଏହାପରେ ତାଙ୍କ ମାତୃତ୍ୱ ବାବଦରେ ପଚରାଯିବାରୁ କହିଥିଲେ ଯେ, ମାତୃତ୍ୱର ବିବାହ ସହ ଏତେ ସମ୍ପର୍କ ନାହିଁ । ବିନା ବିବାହରେ ମାତୃତ୍ୱ ଲାଭ କରିବା କିଛି ଭୁଲ ନୁୁହେଁ ବୋଲି କହିଥିଲେ ।