ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ଅନିୟମିତତା ଅଭିଯୋଗରେ ଡିଜିପି ପଦରୁ ହଟିଲେ ବିଜୟ ।

667

କନକ ବ୍ୟୁରୋ: ପୋଲିସ ଡିଜିପି ଦାୟିତ୍ୱରୁ ହଟିଲେ ବିଜୟ ଶର୍ମା । ଡିଜିପି ପଦରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତ ଦେଲେ ରାଜ୍ୟ ସରକାର । ଅଗ୍ନିଶମ ବିଭାଗର ଡିଜି ଦାୟିତ୍ୱରେ ଥିବାବେଳେ ଅନିୟମିତା ଅଭିଯୋଗ ହୋଇଥିବା ବିଜୟ କୁମାର ଶର୍ମାଙ୍କ ନାଁରେ ଆସିଥିଲା । ବାସଗୃହ ଓ ବିଲ୍ଡିଂ ପାଇଁ ଅଗ୍ନି ନିରାପତ୍ତା ବା ଫାୟାର ସେଫ୍ଟି ସାର୍ଟିଫିକେଟ୍ ପାଇଁ ଦୀର୍ଘଦିନ ଧରି ଅଗ୍ନିଶମ କାର୍ଯ୍ୟାଳୟରେ ଫାଇଲ୍ ପଡ଼ି ରହୁଥିବା ଅଭିଯୋଗ ଆସିଥିଲା । ତେଣୁ ଦୁର୍ନୀତି ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଅନ୍ୟପଟେ ବର୍ତ୍ତମାନ ସରକାରଙ୍କ ସ୍କାନରରେ ବିଜୟ ଶର୍ମା ରହିଛନ୍ତି । ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦେବାରେ ଅନିୟମିତତା ଅଭିଯୋଗରେ ବିଜୟ ଶର୍ମାଙ୍କ ବିରୋଧଷର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆଉ ଏଥିପାଇଁ ସରକାର ମୁଖ୍ୟ ଶାସନ ସଚିବ, ଉନ୍ନୟ କମିଶନରଙ୍କୁ ନେଇ ରାଜ୍ୟ ସରକାର ଏକ କମିଟି ଗଠନ କରାଯାଇଛି । ଆଉ ଏହି କମିଟିରେ ଗୃହ ବିଭାଗ ସଚିବ ମଧ୍ୟ ସଦସ୍ୟ ଅଛନ୍ତି ।

ତେବେ ସବୁଠାରୁ ବଡ଼ କଥା ହେଲା, ‘ମୋ ସରକାର’ ଓ ୫-ଟିକୁ ଗୁରୁତ୍ୱ ଦେବା ସହ ଏହାକୁ ଲୋକାଭିମୁୀ କରିବା ପାଇଁ ଗତାକାଲି ଅଗ୍ନିଶମ ବିଭାଗକୁ ‘ମୋ ସରକାର’ ଅଧିନରେ ଆଣିଥିଲେ ରାଜ୍ୟ ସରକାର । ଏପରକିକି ବିଭିନ୍ନ ବାସଗୃହ ଓ ବିଲ୍ଡିଂ ପାଇଁ ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ପାଇଁ ଏବେ ଆଉ ଅଗ୍ନିମ ସେବା ନିର୍ଦ୍ଦେଶାଳୟକୁ ଦୌଡିବାକୁ ପଡିବ ନାହିଁ । ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ ଏଥିପାଇଁ ଆବଶ୍ୟକ ଅନୁମୋଦନ ଓ ପ୍ରମାଣପତ୍ର ଦେଇପାରିବେ । ଅଗ୍ନି ସୁରକ୍ଷା କ୍ଷେତ୍ରରେ ଅଧିକ ସଚେତନତା ଓ ସୁରକ୍ଷିତ ବ୍ୟବସ୍ଥା ପାଇଁ ବିଭିନ୍ନ ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନ ଅଧିକାର କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଛି । ଆଉ ସେହି ଆଧାରରେ ଫାୟାର ସେଫ୍ଟି ସାର୍ଟିଫିକେଟ୍ ନେଇ ଅନିୟମିତତା ଅଭିଯୋଗ ଆସିବାରୁ ତାଙ୍କୁ ଦାୟିତ୍ୱରୁ ହଟାଯାଇଛି ।