କନକ ବ୍ୟୁରୋ: ରାଜ୍ୟରେ ଯେତେବେଳେ କରୋନା ପାଦ ଦେଇଥିଲା ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟ ସରାକାରଙ୍କ ପକ୍ଷରୁ ଆଗକୁ ଆସିଥିଲା ଗୋଟିଏ ଚେହେରା । ସେ ହେଉଛନ୍ତି କୋଭିଡ ମୁଖପାତ୍ର ସୁବ୍ରତ ବାଗଚୀ । ପ୍ରତ୍ୟକ ଦିନ ଟିଭି ମାଧ୍ୟମରେ କୋଭିଡ୍ ସଂକ୍ରମଣର ଭୟାବହତା ଓ ଏଥିରୁ ରକ୍ଷା ପାଇବାକୁ ଲୋକଙ୍କୁ ଅତି ସାବଲୀଳ ଢଙ୍ଗରେ ବୁଝାଉଥିଲେ ସୁବ୍ରତ । ବାଗଚୀଙ୍କ ବୁଝାଇବା ଶୈଳୀ ଲୋକଙ୍କୁ ଏତେ ପ୍ରଭାବିତ କରିଥିଲା ଯେ , ପ୍ରତ୍ୟକ ଦିନ ଅପରାହ୍ନରେ ଟିଭିକୁ ଅନେଇ ବସୁଥିଲେ ଲୋକେ । କିନ୍ତୁ ହଠାତ୍ ୬୦ ଦିନ ପରେ ଗାୟବ ହୋଇଯାଇଥିଲେ ଏହି ଚର୍ଚିତ ଚେହେରା । ତେବେ କଣ ପାଇଁ ସେ ହଠାତ୍ ଉଭାନ ହୋଇଯାଇଥିଲେ ଏ ସମ୍ପର୍କରେ କନକନ୍ୟୁଜର ନ୍ୟୁଜ ମେକର ୨୦୨୦ କାର୍ଯ୍ୟକ୍ରମରେ ପ୍ରତିକ୍ରିୟା ରଖିଛନ୍ତି ସୁବ୍ରତ ବାଗଚୀ ।
କରୋନା ଯେତେବେଳେ ଆରମ୍ଭ ହେଉଥିଲା ଅପରାହ୍ନ ସାଢେ ଚାରିଟାରେ ସୁବ୍ରତ ବାଗଚୀ ସରକାରୀ ପ୍ରେସମିଟ କରି ସୂଚନା ହେଉଥିଲେ । ଆଉ ସାରା ଓଡିଶା ଏହି ସମୟକୁ ଅପେକ୍ଷା କରୁଥିଲା ।
ସାମ୍ବାଦିକ ସମ୍ମିଳନୀ ପଛର ସତ
ଆଗକୁ ପଢନ୍ତୁ
ସକାଳ ୫.୩୦ରେ ଫୋନ କରୁଥିଲେ ପାଣ୍ଡିଆନ
୮.୩୦ରେ ବସୁଥିଲା ତୃତୀୟ ମହଲାରେ ବୈଠକ
ପରିଶ୍ରମ କରୁଥିଲେ ପ୍ରାୟ ୫୦ ଜଣ
କିନ୍ତୁ ଦୁଇ ମାସ ପରେ ହଠାତ୍ ପ୍ରେସମିଟରେ ଆଉ ବାଗଚୀଙ୍କୁ ଦେଖିବାକୁ ମିଳିଲା ନାହିଁ । ବାଗଚୀଙ୍କ ଲୋକପ୍ରିୟତାକୁ ନେଇ ଚର୍ଚ୍ଚା ହେବା ପରେ ସୋସିଆଲ ମିଡିଆରେ କୁହାଗଲା, ଏହି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି ହୋଇପାରିବେ । କନକ ନ୍ୟୁଜର ନ୍ୟୁଜ ମେକର କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ମନ କଥା କହିଛନ୍ତି ବାଗଚୀ ।
Comments are closed.