କରୋନା ମୁକାବିଲାରେ ଇନ୍ଦୋର-ଭୁବନେଶ୍ୱରର ଉଦାହରଣ । ଇନ୍ଦୋର କଥା କହି ରାଜଧାନୀବାସୀଙ୍କୁ ସାବଧାନ୍ କରାଇଲେ ସୁବ୍ରତ, ନିୟମ ଭାଙ୍ଗିଲେ ଭୋଗିବାକୁ ପଡ଼ିବ ପରିଣାମ ।

ଭୁବନେଶ୍ୱରକୁ ନେଇ ଚିନ୍ତା ପ୍ରକଟ ପରିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

1,347

କନକ ବ୍ୟୁରୋ: ଓଡ଼ିଶା କରୁଛି କରୋନା ମୁକାବିଲା ଆଉ ଦେଶ ପାଇଁ ବିଭିନ୍ନ କ୍ଷେତ୍ରରେ ଉଦାହରଣ ପାଲଟିଥିବା ଭୁବନେଶ୍ୱରକୁ ନେଇ ଚିନ୍ତା ପ୍ରକଟ ପରିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଏପରିକି ଦେଶର ଏକ ନମ୍ବର ସ୍ୱଚ୍ଛ ସହର ଇନ୍ଦୋର ଏବଂ ଦେଶର ଏକ ନମ୍ବର ସ୍ମାର୍ଟସିଟି ଭୁବନେଶ୍ୱର ମଧ୍ୟରେ କରୋନା ସ୍ଥିତି କ’ଣ ରହିଛି ସେନେଇ ରାଜଧାନୀବାସୀଙ୍କୁ ସତର୍କ କରାଇଛନ୍ତି ସୁବ୍ରତ ।

ଏବେ ବୁଝନ୍ତୁ କାହିଁକି ଇନ୍ଦୋର ଏବଂ ଭୁବନେଶ୍ୱର କଥା କହି ରାଜଧାନୀବାସୀଙ୍କୁ ସତର୍କ କରାଇଲେ ସୁବ୍ରତ ବାଗଚୀ…

ଇନ୍ଦୋରର କରୋନା ସ୍ଥିତି
• ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର
• ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା
• ଦେଶର ୧୭୦ କରୋନା ହଟସ୍ପଟ ମଧ୍ୟରେ ଇନ୍ଦୋର
• ୨୫ ମାର୍ଚ୍ଚରେ ପ୍ରଥମ କରୋନା ପଜିଟିଭ୍ କେସ୍
• ୨୫ ମାର୍ଚ୍ଚରେ ଲକଡାଉନ୍
• ଆଜି ସକାଳ ୯ଟା ୩୦ମିନିଟ୍ ସୁଦ୍ଧା ମୋଟ୍ ପଜିଟିଭ୍ ସଂଖ୍ୟା ୮୯୨
• କରୋନାରେ ମୋଟ୍ ମୃତ୍ୟୁ ସଂଖ୍ୟା ୪୯ ( ଯାହା ଭାରତର ମୋଟ୍ ମୃତ୍ୟୁ ସଂଖ୍ୟା ମଧ୍ୟରୁ ୯.୦୨ ପ୍ରତିଶତ)

ଭୁବନେଶ୍ୱରର କରୋନା ସ୍ଥିତି
• ଦେଶର ଏକ ନମ୍ବର ସ୍ମାର୍ଟସିଟି
• ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା
• ଦେଶର ୧୭୦ କରୋନା ହଟସ୍ପଟ ମଧ୍ୟରେ ଭୁବନେଶ୍ୱର
• ୧୬ ମାର୍ଚ୍ଚରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ
• ୨୨ ମାର୍ଚ୍ଚରେ ଲକଡାଉନ
• ଆଜି ସକାଳ ୯ଟା ୩୦ ସୁଦ୍ଧା ମୋଟ୍ ପଜିଟିଭ୍ ସଂଖ୍ୟା ୪୬
• କରୋନାରେ ଜଣେ ମୃତ୍ୟୁ ବରଣ କରିଛନ୍ତି( ଯାହା ଭାରତର ମୋଟ୍ ମୃତ୍ୟୁ ସଂଖ୍ୟା ମଧ୍ୟରୁ ୦.୧୮ ପ୍ରତିଶତ)

ତେବେ ଅନେକ କ୍ଷେତ୍ରରେ ଭୁବନେଶ୍ୱର କରୋନା ମୁକାବିଲାରେ ଦେଶର ଏକ ନମ୍ବର ସ୍ୱଚ୍ଛ ସହର ଠାରୁ ଆଗରେ ଅଛି । କିନ୍ତୁ ରାଜଧାନୀବାସୀ ଅବୁଝା ଭଳି ହେଉଛନ୍ତି ଲକଡାଉନ୍ କଟକଟଣା ହେଉ କିମ୍ବା କଣ୍ଟେନମେଣ୍ଟ ଜୋନ୍ କଥା କୁହାଯାଉ, ସବୁଠି ସାମାଜିକ ଦୂରତାକୁ ଉଲ୍ଲଂଘନ କରୁଛନ୍ତି । ଗାଁ ଭାଇ-ଭଉଣୀ ଭଲରେ ବୁଝିଛନ୍ତି ହେଲେ ସହରବାସୀଙ୍କୁ ବାରମ୍ବାର ବୁଝାଇବାକୁ ପଡୁଛି ।

ଲୋକମାନେ ଜାଣିବା ଦରକାର କି ଦେଶର ୧୭୦ ହଟସ୍ପଟ ମଧ୍ୟରୁ ଖୋର୍ଦ୍ଧା ଏବେ ରେଡ୍ ଜୋନରେ ଅଛି । ତେଣୁ ଇନ୍ଦୋର-ଭୁବନେଶ୍ୱର ମଧ୍ୟରେ ଯେଉଁ ତାରତମ୍ୟ ରହିଛି ତାହାକୁ ଆପଣମାନେ ହିଁ ବଜାର ରଖିପାରିବେ । ଗାଁ ଲୋକମାନଙ୍କ ଭଳି ସଚେତନ ହେବାକୁ ପଡ଼ିବ । କାରଣ ସାମାଜିକ ଦୂରତ୍ୱ ହିଁ ସଂକ୍ରମଣ ରୋକିବ । ସାବୁନ ପାଣିରେ ହାତ ଧୋଇବା, ଅତ୍ୟନ୍ତ ଜରୁରୀ ନଥିଲେ ବାହାରକୁ ବାହାରନ୍ତୁ ନାହିଁ । ଶୋଇବା ଆଗରୁ ଥରେ ଫୁସଫୁସ୍ କଥା ଭାବିବେ, ଆଉ ନିଜ କଥା ଏବଂ ନିଜ ପରିଜନ କଥା ନିଶ୍ଚିତ ଭାବନ୍ତୁ ବୋଲି କହିଛନ୍ତି ସୁବ୍ରତ ବାଗଚୀ ।