ସୁବାସ ପାଣିଗ୍ରାହୀଙ୍କ ପ୍ରସଙ୍ଗରେ ମୋହନ ମାଝୀଙ୍କ ପ୍ରତିକ୍ରିୟା : କାହିଁକି କ୍ଷମା ମାଗିବେ ବୋଲି ପ୍ରଶ୍ନ କଲେ ମୋହନ

117

କନକ ବ୍ୟୁରୋ : ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ପୁଣି ହଙ୍ଗାମା କରିଛନ୍ତି । ଫଳରେ ଚାଲିପାରିଲାନି ଗୃହ କାର୍ଯ୍ୟ । ଦିନ ସାଢେ ୧୧ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ଗୃହରେ ହଙ୍ଗାମା କରିଥିଲେ ଉଭୟ ଶାସକ ଓ ବିରୋଧୀ । ଫଳରେ ଅପରାହ୍ନ ୪ଟାଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ପ୍ରଥମଥର ପାଇଁ ଶାସକ ଦଳର ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହଙ୍ଗାମା କରିଛନ୍ତି ।

ସେପଟେ ପ୍ରଶ୍ନ କରିଛନ୍ତି ମୋହନ ମାଝୀ , ବିଧାନସଭାର ପରମ୍ପରା ଶାସକ ଦଳ ଭାଙ୍ଗିଛି । ସେମାନେ କ୍ଷମା ମାଗନ୍ତୁ । ଚାଷୀଙ୍କ ସମସ୍ୟା ଯେ ପର୍ଯ୍ୟନ୍ତ ସମାଧାନ ନହେଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ । ଏ ଶାସକ ଦଳର ମନ୍ତ୍ରୀ ମାନେ ଗୃହର ମଧ୍ୟ ଭାଗକୁ ଆସିଥିଲେ ବୋଲି କହିଛନ୍ତି ମୋହନ ମାଝୀ । ସୁବାସ ପାଣିଗ୍ରାହୀ କାହିଁକି କ୍ଷମା ମାଗିବେ ବୋଲି ପ୍ରଶ୍ନ କରିଛନ୍ତି ।

ଗତକାଲି ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ଦେବଗଡ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ବିଜେଡି ବିଧାୟକମାନେ ପ୍ରଥମେ ନିଜ ନିଜ ଆସନରେ ବସି ପାଟିତୁଣ୍ଡ କରିଥିଲେ । ଏହାପରେ ଗୃହର ମଧ୍ୟ ଭାଗକୁ ଆସି ପ୍ରବଳ ହଙ୍ଗାମା କରିଛନ୍ତି ।

ବିରୋଧୀ ଦଳର ସଦସ୍ୟଙ୍କ ଏଭଳି ଆଚରଣ ଗୃହର ମର୍ଯ୍ୟାଦା ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି ଶାସକ ଦଳର ସଭ୍ୟ । ସେପଟେ ପୁଣି ମଣ୍ଡି ଓ ଚାଷୀ ପ୍ରସଙ୍ଗ ଉଠାଇ ବିଜେପି ଓ କଂଗ୍ରେସ ସଦସ୍ୟ ମଧ୍ୟ ଗୃହ ଭିତରେ ପ୍ରବଳ ପାଟିତୁଣ୍ଡ କରିଥିଲେ । ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଫଳରେ ଗୃହ କାର୍ଯ୍ୟ ଚାଲିପାରିନଥିଲା ।