କଣ୍ଟ ପୂରିଲା ହେଲେ କାଟୁ କରୁନି କଟକଣା । ଯେଉଁଠି ଆଖି ପଡ଼ୁଛି ସେଇଠି ପଲିଥିନ୍ । ଲୋକ ବି ହେଉନାହାନ୍ତି ସଚେତନ, ବ୍ୟବସାୟୀଙ୍କର ଛାଡ଼ୁନି ପଲିଥିନ୍ ମୋହ

କଣ୍ଟ ପୂରିଲା ହେଲେ କାଟୁ କରୁନି କଟକଣା । ଯେଉଁଠି ଆଖି ପଡ଼ୁଛି ସେଇଠି ପଲିଥିନ୍ । ଲୋକ ବି ହେଉନାହାନ୍ତି ସଚେତନ, ବ୍ୟବସାୟୀଙ୍କର ଛାଡ଼ୁନି ପଲିଥିନ୍ ମୋହ

Source:theindependentbd.com

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀରୁ ୫ ମହାନଗର ନିଗମ ସମେତ ପୁରୀ ସହରରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ବନ୍ଦ ହେବ। ମୁଖ୍ୟମନ୍ତ୍ରୀଙ୍କ ଆଦେଶ କାର୍ଯ୍ୟକାରୀ କରିବାକୁ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଲା। ସେପ୍ଟମ୍ବର ୨୭ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗର ଏ ନେଇ ବିଜ୍ଞପ୍ତି ଜାରି କଲା। ବ୍ୟବସାୟୀମାନଙ୍କ ପାଖରେ ଆଗରୁ ଗଚ୍ଛିତ ଥିବା ପଲିଥିନ୍କୁ ଯଥାଶୀଘ୍ର ସାରିବାକୁ ଗୋଟିଏ ମାସ ଅର୍ଥାତ ଅକ୍ଟୋବର ୨୬ ତାରିଖ ଯାଏଁ ଅନୁମତି ଦିଆଗଲା। ଉଦ୍ଦେଶ୍ୟ ଥିଲା, ଏହି ମାସକ ଭିତରେ ଧୀରେ ଧୀରେ ପଲିଥିନ୍ର ବ୍ୟବାହର ନେଇ ଲୋକମାନେ ସଚେତନ ହେବେ। ବଜାରରେ ଆଉ ପଲିଥିନ୍ ମିଳିବନି। କିନ୍ତୁ ବାସ୍ତବତା ଭିନ୍ନ କିଛି ସୂଚାଉଛି। ଅନ୍ୟ ୫ଟି ସହର କଥା ଭିନ୍ନ। ଖୋଦ୍ ରାଜଧାନୀରେ ପଲିଥିନ୍ ବ୍ୟବହାର ସେମିତି ଚାଲିଛି।

ଆମିଷ ବଜାରଠାରୁ ଆରମ୍ଭ କରି ପରିବା ହାଟ ଯାଏ, ତେଜରାତି ଦୋକାନଠାରୁ ଆରମ୍ଭ କରି ଜଳଖିଆ ଦୋକାନ ଯାଏ, ସ୍ଥିତି ଯଥା ପୂର୍ବଂ ତଥା ପରଂ। କିଛି କିଛି ଲୋକ ସଚେତନ ହୋଇଛନ୍ତି ସତ। କପଡ଼ା ବ୍ୟାଗରେ ସାମଗ୍ରୀ କିଣାବିକା କରୁଛନ୍ତି। କିନ୍ତୁ ସେମାନଙ୍କ ସଂଖ୍ୟା ଏତେ ନଗଣ୍ୟ ଯେ ନିକଟ ଭବିଷ୍ୟତରେ ସହରରରୁ ପଲିଥିନ୍ ପୂରା ହଟିଯିବ, ତାହା ଚିନ୍ତା କରିହେଉନି।

ପଲିଥିନ୍ ଯୋଗୁଁ ପରିବେଶ ପ୍ରଦୂଷଣ, ମାଟିର ଉର୍ବରତା ନଷ୍ଟ ଓ ବିଭିନ୍ନ ପ୍ରକାର ଭୟଙ୍କର ରୋଗ ହେଉଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏଥିପାଇଁ ଚିନ୍ତା ପ୍ରକଟ କରିବା ସହ ପ୍ଲାଷ୍ଟିକ, ଥର୍ମୋକୁଲ ଓ ପଲିଥିନ୍ର ବ୍ୟବହାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣା କେତେଦୂର କାର‌୍ୟ୍ୟକାରୀ ହୋଇଛି, ତାହା ପରଖିବାକୁ ଆମେ ରାଜଧାନୀର ବିଭିନ୍ନ ହାଟ ଓ ବଜାର ବୁଲିଥିଲୁ। ଆମିଷ ହେଉ କି ପରିବା, ଛତୁ ହେଉ କି ପ୍ରସାଧନ ସାମଗ୍ରୀ, ସେ ବିରିୟାନି ପ୍ୟାକିଂ ହେଉ କି ପାଣି ପାଉଚ୍ ବିକ୍ରି ବଜାରରେ କିଛି କମିନାହିଁ। ସବୁଠି ବେଧଡ଼କ ପଲିଥିନ୍ ବ୍ୟବହାର ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe