କାହିଁକି ବିଗିଡିଲା ବିଜେପି ପାଇଁ ଆମେଠି ଅଙ୍କ, ଚାଲିଛି ତର୍ଜମା । କିଶୋରୀଲାଲଙ୍କ ସାମ୍ନାରେ ହାର ମାନିବା ପରେ ସ୍ମୃତିଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ

1,024

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ବଡ ଝଟକା ଲାଗିଛି । ଅନେକ ଫାୟାରବ୍ରାଣ୍ଡ ଚେହେରା ନିଜ ନିଜର ଆସନ ବଂଚାଇବାରେ ବିଫଳ ହୋଇଛନ୍ତି    । ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ ଖବରରେ ରହିଛନ୍ତି ସ୍ମୃତି ଇରାନୀ । ଆମେଠି ଆସନକୁ ପୁଣି ଜିତିବା ପାଇଁ ଯେଉଁ ଦାବି ସେ କରୁଥିଲେ ସବୁ ବିଫଳ ହୋଇଛି    । ଏଥରକ ଆମେଠି ଆସନରୁ ରାହୁଲଙ୍କ ବଦଳରେ କଂଗ୍ରେସର ବିଶ୍ୱସ୍ତ ଚେହେରା କିଶୋରୀ ଲାଲାଶର୍ମାଙ୍କୁ କଂଗ୍ରେସ ଟିକେଟ ଦେଇଥିଲା । ତଥାପି ଚର୍ଚ୍ଚା ହେଉଥିଲା କି ସ୍ମୃତି ଗତଥର ରାହୁଲଙ୍କୁ ହରାଇଛନ୍ତି ତେଣୁ କିଶୋରୀଲାଲଙ୍କୁ ମଧ୍ୟ ବଡ ଭୋଟ ବ୍ୟବଧାନରେ ମାତ ଦେବେ । କିନ୍ତୁ ସବୁ ଆକଳନ ଫେଲ ମାରିଛି ଓ କଂଗ୍ରେସ ହାତକୁ ପୁଣି ଫେରିଛି ଆମେଠି ।

କାହିଁକି ହାରିଲେ ସ୍ମୃତି?
-ସ୍ମୃତି ଇରାନୀଙ୍କ ବିବାଦୀୟ ବୟାନକୁ ପସନ୍ଦ କଲେନି ଭୋଟର
-ଅଂହକାର ଛବି ସ୍ମୃତିଙ୍କୁ ଭାରି ପଡିଲା
-ଦଳିତ ଭୋଟ କଂଗ୍ରେସ ଖାତାକୁ ଯିବା
-ବିକାଶ ପ୍ରସଙ୍ଗ ଉଠାଇଥିଲେ ବି ଦଳୀୟକର୍ମୀଙ୍କୁ କମ ଗୁରୁତ୍ୱ
-ଏଥରକ ଆମେଠି ବଦଳରେ ରାଏବରେଲୀକୁ ବାଛିଥିଲେ ରାହୁଲ
-ବିଶ୍ୱସ୍ତ କେଏଲ ଶର୍ମାଙ୍କୁ ମଇଦାନକୁ ଓହ୍ଲାଇଥିଲା କଂଗ୍ରେସ
-ଆମେଠିରେ ପ୍ରଚାର ମଙ୍ଗ ସମ୍ଭାଳିଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ତର୍ଜମା, ମାନସମନ୍ଥନ, ବିଚାର ବିମର୍ଶ ପରେ ଆମେଠି ପାଇଁ  କିଶୋରୀ ଲାଲ ଶର୍ମାଙ୍କୁ ବାଛିଥିଲା କଂଗ୍ରେସ । ୨୫ବର୍ଷର ରାଜନୈତିକ ସମୀକରଣରେ ବଡ ପରିବର୍ତନ ଆଣିଥିଲା ଦଳ ।

କିଶୋରୀ ବଂଚାଇଲେ ଆମେଠି ସମ୍ମାନ
-୪ ଦଶନ୍ଧି ଧରି କଂଗ୍ରେସ ଓ ଗାନ୍ଧୀ ପରିବାର ସହ ଜଡିତ ଅଛନ୍ତି କିଶୋରୀ ଲାଲ
-ପଂଜାବରେ ଜନ୍ମିତ କିଶୋର ୧୯୮୩ରେ କଂଗ୍ରେସରେ ଯୋଗ ଦେଇଥିଲେ
-ରାଜୀବ ଗାନ୍ଧୀଙ୍କ ଜଣେ ବିଶ୍ୱସ୍ତ ସହଯୋଗୀ ଥିଲେ
-ଆମେଠିକୁ ଫେରାଇ ଆଣି ଗାନ୍ଧୀ ପରିବାର ସମ୍ମାନ ରକ୍ଷା କଲେ

ନିର୍ବାଚନ ଫଳାଫଳ ବାହାରିବା ପରେ ସ୍ମୃତି ଯେଉଁ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ ତାକୁ ନେଇ କଟାକ୍ଷର ଶିକାର ହେବାକୁ ପଡିଛି । ପରାଜୟ ପଛରେ ତାଙ୍କ ଅଂହକାର ମୁଖ୍ୟ କାରଣ ବୋଲି ସୋସିଆଲ ମିଡିଆ ୟୁଜରର୍ସ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଉତରପ୍ରଦେଶରେ ବିଜେପି ଓ ଏନଡିଏ ମେଂଟ ନୈରାଶ୍ୟଜନକ ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।