ଜାନୁଆରୀ ୨୨ରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ଭବ୍ୟ ଉଦ୍ଘାଟନ । ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଲୋକଙ୍କୁ ନଆସିବାକୁ ନିବେଦନ କଲେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସଂପାଦକ ଚମ୍ପତ ରାୟ ।

69

କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଭବ୍ୟ ଉଦଘାଟନ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ସମ୍ଭାବନାକୁ ଦେଖି ଲୋକଙ୍କୁ ନଆସିବାକୁ ନିବେଦନ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଂପାଦକ ଚମ୍ପତ ରାୟ ।

ଭଗବାନ ଶ୍ରୀରାମଙ୍କ ମୂର୍ତ୍ତି ଏହି ଦିନ ଗର୍ଭଗୃହରେ ସ୍ଥାପିତ ହେବ । ତେଣୁ ଲକ୍ଷାଧିକ ଶ୍ରଦ୍ଧାଳୁ ଅଯୋଧ୍ୟା ଆସିବାର ସମ୍ଭାବନା ରହିଛି । ଏହାରି ଭିତରେ କିନ୍ତୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଂପାଦକ ଚମ୍ପତ ରାୟ କହିଛନ୍ତି ଯେ ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀରେ ହେବ । ଏଥିପାଇଁ ଗର୍ଭଗୃହ ଓ ମୂର୍ତ୍ତି ପ୍ରସ୍ତୁତ ହୋଇ ରହିଛି । ତେବେ ପୂରା ମନ୍ଦିର ନିର୍ମାଣ ପାଇଁ ଆହୁରି ୨ ବର୍ଷ ଲାଗିବ । ଏଭଳି ସ୍ଥିତିରେ ଶ୍ରଦ୍ଧାଳୁମାନେ ୨୨ ଜାନୁଆରିରେ ଅଯୋଧ୍ୟା ଆସିବା ବଦଳରେ ନିଜ ନିଜ ଅଂଚଳର ମନ୍ଦିରରେ ‘ଆନନ୍ଦ ମହୋତ୍ସବ’ରେ ସାମିଲ ହେବାକୁ ସେ କହିଛନ୍ତି ।