ବଜାରରେ ବାଇଗଣ ବାଛିବାର ଉଦାହରଣ ଦେଲେ ବାଗଚୀ । କହିଲେ, ପନି ପରିବାରେ ଯେତେ ହାତ ଲଗାଇବେ, ସେତେ ବଢ଼ିବ ସଂକ୍ରମଣ ଆଶଙ୍କା । ମାସ୍କ ପିନ୍ଧିବା କାହିଁକି ଜରୁରୀ ବୁଝାଇଲେ ସରକାରଙ୍କ ମୁଖ୍ୟ ମୁଖପାତ୍ର ।

1,946

କନକ ବ୍ୟୁରୋ: କେମିତି ବ୍ୟାପିପାରେ କରୋନା ? ଭୂତାଣୁ ସଂକ୍ରମଣ ନେଇ ପୁଣି ଏକ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସୁବ୍ରତ କହିଛନ୍ତି କି, ବଜାରରେ ପରିବା କିଣିବା ପାଇଁ ପୂରା ପରିବାକୁ ହାତରେ ଘାଣ୍ଟନ୍ତୁନି । କାରଣ ପରିବା ଘାଣ୍ଟିବା ଦ୍ୱାରା ସଂକ୍ରମଣର ଅଧିକ ଆଶଙ୍କା ଥାଏ । ତେଣୁ ପରିବା ବିକାଳୀ ଯାହା ଦେଉଛନ୍ତି ତାହା ନେଇ ଘରକୁ ଆସନ୍ତୁ । ବାଇଗଣରେ ପୋକ ପଛେ ଥାଉ ଭୂତାଣୁ ନଥିବା ଅବଶ୍ୟକ ।

ସେପଟେ ମାସ୍କ ପିନ୍ଧିବା କାହିଁକି ଜରୁରୀ ସେନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ ମୁଖପାତ୍ର ସୁବ୍ରତ ବାଗଚୀ । ସେ କହିଛନ୍ତି, ମୁହଁରେ ହାତ ମାରିବା ସ୍ୱାଭାବିକ ପ୍ରବୃତି, ତେଣୁ ମାସ୍କ ଏହି ଅଭ୍ୟାସ ଦୂର କରିବାରେ ସାହାଯ୍ୟ କରିବ । ତେଣୁ କରୋନାକୁ ହରାଇବାକୁ ହେଲେ ବିଭିନ୍ନ କ୍ଷେତ୍ରରେ ସରକାର ଜାରି କରୁଥିବା ନିୟମାବଳୀ ଏବଂ ପରାମର୍ଶକୁ ପାଳନ କରିଲେ ଏହା ସମ୍ଭବ ହୋଇପାରିବ ।