ପଶ୍ଚିମବଙ୍ଗ ଓ ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତଲବ, କୋର୍ଟ କହିଲେ ଏଭଳି କଥା

598

କନକ ବ୍ୟୁରୋ : ଶୁକ୍ରବାର ଦ କେରଳ ଷ୍ଟୋରୀ ମାମଲାର ଉପରେ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣୀ କରି ଉଭୟ ପଶ୍ଚିମବଙ୍ଗ ଓ ତାମିଲନାଡୁ ସରକାରଙ୍କଠୁ ଜବାବ ମାଗିଛନ୍ତି କୋର୍ଟ । ଏଥିସହ ପଶ୍ଚିମବଙ୍ଗ ସରକାରଙ୍କ ଫିଲ୍ମ ବ୍ୟାନ ପାଇଁ ଭତ୍ସନା କରିଛନ୍ତି । ଯଦି ସାରା ଦେଶରେ ଫିଲ୍ମ ପ୍ରଦର୍ଶନ ହେଉଛି ତେବେ ପଶ୍ଚିମବଙ୍ଗରେ କଣ ପାଇଁ ବ୍ୟାନ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କୋର୍ଟ କହିଛନ୍ତି ଫିଲ୍ମ ଭଲ କି ଖରାପ, ସେକଥା ଦର୍ଶକ ନିଷ୍ପତି ନେବେ । ଅନ୍ୟପଟେ ଫିଲ୍ମ ବ୍ୟାନ କଣ ପାଇଁ କରିଛ ବୋଲି ତାମିଲନାଡୁ ସରକାରଙ୍କଠୁ କୋର୍ଟ ଜବାବ ମାଗିଛନ୍ତି । ଆଗାମୀ ଶୁଣାଣୀ ମେ ୧୭ରେ ହେବ ।