ଏହି ରୋଗରେ ପୀଡିତ ବ୍ୟକ୍ତି କାହିଁକି ଆତ୍ମହତ୍ୟା କରନ୍ତି : ଏହା ପଛର କାରଣ କ’ଣ ?

39

ମାନସିକ ରୋଗ ମଧ୍ୟରେ ସବୁଠାରୁ ଗମ୍ଭୀର ବିକାର ‘ସିଜୋଫ୍ରେନିଆ’ର ଚିକିତ୍ସା ନହୋଇପାରିବାରୁ ପାଖାପାଖି ୨୫% ରୋଗୀଙ୍କ ଠାରେ ଆତ୍ମହତ୍ୟା କରିନେବାର ବିପଦ ଥାଏ । ଭାରତରେ ବିଭିନ୍ନ ଡିଗ୍ରୀର ସିଜୋଫ୍ରେନିଆରେ ପାଖାପାଖି ୪୦ ଲକ୍ଷ ଲୋକ ପୀଡିତ ଅଛନ୍ତି ବୋଲି ମନୋବିଜ୍ଞାନୀ ସୂଚନା ଦେଇଛନ୍ତି । ମନୋବିଜ୍ଞାନୀ କହିଛନ୍ତି କି ସିଜୋଫ୍ରେନିଆର ଚିକିତ୍ସାରୁ ବଂଚିତ ପାଖାପାଖି ୯୦ ପ୍ରତିଶତ ରୋଗୀ ଭାରତ ଭଳି ବିକାଶଶୀଳ ଦେଶରେ ଅଛନ୍ତି । ଏହି ରୋଗ ପ୍ରତି ୧୦୦୦ ବୟସ୍କଙ୍କ ମଧ୍ୟରୁ ପାଖାପାଖି ୧୦ ଲୋକ ଏବଂ ଅଧିକରୁ ଅଧିକ ୧୬-୪୫ ଆୟୁ ବର୍ଗର ଲୋକଙ୍କୁ ପ୍ରଭାବିତ କରେ ।

ବରିଷ୍ଠ ମନୋଚିକିତ୍ସକ ଡା. ଅବନୀ ତିୱାରୀଙ୍କ କହିବାନୁସାରେ ଆତ୍ମହତ୍ୟା ଭଳି ବିପଦର ଆକଳନ କରିବାରେ ସୁରକ୍ଷା ସମ୍ବନ୍ଧୀୟ କାରକ ମଧ୍ୟ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ଏବଂ ଏହାର ସାବଧାନତା ପୂର୍ବକ ମୂଲ୍ୟାଙ୍କନ କରାଯିବା ଉଚିତ୍ । କୈାଣସି ବ୍ୟକ୍ତି ଠାରେ ଥରେ ଏହାର ଲକ୍ଷଣ ଧ୍ୟାନରେ ଆସିଲେ, ଏହାର ଚିହ୍ନଟ ପାଇଁ ମନୋଚିକିତ୍ସକଙ୍କୁ ଦେଖାଇବା ଜରୁରୀ । ସେ କହିଲେ କି ସିଜୋଫ୍ରେନିଆର ଚିକିତ୍ସା ସମ୍ଭବ । ଏହାର ଚିକିତ୍ସାରେ ଡେରି କରିବା ଉଚିତ୍ ନୁହେଁ ।