କନକ ବ୍ୟୁରୋ: ପ୍ରେମ, ପ୍ରତିହିଂସା, ପ୍ରତାରଣା ଓ ଶେଷରେ ହତ୍ୟା । ରାଜଧାନୀରେ ମୁଣ୍ଡକାଟି ହତ୍ୟା କରାଯାଇଥିବା ମହିଳା ପୁଷ୍ପଲତାଙ୍କ କାହାଣୀ ଥିଲା କିଛି ଏହିପରି...
ସ୍ୱାମୀଙ୍କ ମୃତ୍ୟୁ ପରେ ସଂଜୟ ଓରଫ ଅଙ୍ଗଦକୁ ଏକ ପ୍ରକାର ଜୀବନସାଥୀ ଭାବେ ଗ୍ରହଣ କରିନେଇଥିଲେ ପୁଷ୍ପଲତା । କିନ୍ତୁ ସଂଜୟ ଯେ ଖେଳ ଖେଳୁଥିଲା, ଏହା ପୁଷ୍ପଲତା ବୁଝିପାରିନଥିଲେ । ପୂର୍ବରୁ ବିବାହିତ ଥିବା ସଂଜୟ, ପୁଷ୍ପଲତାଙ୍କୁ କେବଳ ଏକ ଉପଭୋଗର ସାମଗ୍ରୀ କରିଦେଇଥିଲା । କିନ୍ତୁ ପୁଷ୍ପଲତା, ବିବାହ କରିବାକୁ ଚାହୁଁଥିଲେ । ୫-୬ ବର୍ଷ ସାଙ୍ଗରେ ରହିବା ପରେ ବି ବାହାଘର ପାଇଁ ରାଜି ହେଉନଥିଲା ସଂଜୟ । କିନ୍ତୁ ପୁଷ୍ପଲତା ଏକ ଏଭଳି ଜୀବନ ଚାହୁଁଥିଲେ, ଯାହା ଉପରେ ପରିବାରର ସ୍ୱୀକୃତି ଥିବ ସମାଜର ସ୍ୱୀକୃତି ଥିବ ।
ଏଭଳି ସମୟରେ ପ୍ରୀତିରଂଜନ ପତି ନାମକ ଜଣେ ଯୁବକ, ବାହା ହେବା ପାଇଁ ପ୍ରସ୍ତାବ ଦେଇଥିଲେ । ଯେହେତୁ ପୁଷ୍ପଲତା ଏକ ବୈଧ ସାମାଜିକ ଜୀବନ ଚାହୁଁଥିଲେ, ତେଣୁ ତୁରନ୍ତ ଏଥିରେ ରାଜି ହୋଇଯାଇଥିଲେ । ଭାବିଥିଲେ ପ୍ରୀତିରଂଜନଙ୍କ ସହ ସୁଖର ସଂସାର ଗଢିବେ । ଏପଟେ ସୈତାନ ସଂଜୟ କିନ୍ତୁ କେମିତି ପୁଷ୍ପଲତାଙ୍କୁ ହଇରାଣ କରିବ, ସେନେଇ ପ୍ଲାନ କରୁଥିଲା । ପୁଷ୍ପଲତାଙ୍କ କିଛି ଅଶ୍ଲିଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବ ବୋଲି ପୁଷ୍ପଲତାଙ୍କୁ ଧମକ ଦେଲା ।
ସ୍ୱାମୀଙ୍କ ସହ ଖୁସିରେ ଥିବା ପୁଷ୍ପଲତା ହଠାତ୍ ଏଭଳି ଧମକରେ ହଡବଡେଇଗଲେ । ଆଉ ଏହି ଧମକ ଅଟକିଲା ନାହିଁ । ବାରମ୍ବାର ସଂଜୟ ବିଭିନ୍ନ ପ୍ରକାର ଧମକ ଦେଲା । ଯେହେତୁ ପୁଷ୍ପଲତା ପୂର୍ବରୁ ସଂଜୟ ସହ ୫-୬ ବର୍ଷ ଥିଲେ, ତେଣୁ ସଂଜୟ ଅନେକ ସମୟର ଭିଡିଓ ତିଆରି କରିଥିଲା । ପୁଷ୍ପଲତା ଏସବୁ ଶୁଣି ଡରିଗଲେ ଏବଂ ସଂଜୟ ପାଖକୁ ଆସିବା ପାଇଁ ଏକ ପ୍ରକାର ବାଧ୍ୟ ହୋଇଗଲେ । କିନ୍ତୁ ପୁଷ୍ପଲତା ଜାଣିନଥିଲେ, ସଂଜୟର ଡାକରା ମୃତ୍ୟୁର ଡାକରା ଥିଲା ବୋଲି । ସଂଜୟ ପ୍ଲାନ କରିସାରିଥିଲା, ପୁଷ୍ପଲତାଙ୍କୁ ଆଉ ଏ ଦୁନିଆଁରେ ରଖେଇ ଦେବ ନାହିଁ । ଆଉ ପୁଷ୍ପଲତା ଫେରି ଆସିବା ପରେ ପ୍ରତିଶୋଧ ନେଲା ସଂଜୟ । ତଂଟିଚିପି ହତ୍ୟା କରିଦେଲା । ଆଉ ତାପରେ କେହି ଯେମିତି ଜାଣିପାରିବେ ନାହିଁ, ମୁଣ୍ଡକୁ କାଟି ନେଇ ଅନ୍ୟ ଜାଗାରେ ଫିଙ୍ଗିଦେଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/vlcsnap-2021-02-12-20h00m22s252.png)