କନକ ବ୍ୟୁରୋ : କ୍ରାଇମ୍ କ୍ୟାପିଟାଲ ଦିଲ୍ଲୀରେ ଆଉ ଏକ ଜଘନ୍ୟ ହତ୍ୟା । ଶ୍ରଦ୍ଧା ୱାକର ପରେ ଏବେ ଦିଲ୍ଲୀରେ ପୁଣି ଆଉ ଏକ ହତ୍ୟା କାଣ୍ଡ । ଲିଭ ଇନ୍ ପାର୍ଟନରକୁ ହତ୍ୟା ପରେ ଫ୍ରିିଜରେ ରଖିଥିଲା ଦିଲ୍ଲୀର ଯୁବକ । ଦିଲ୍ଲୀ ନଜଫଗଡର ମିତ୍ରାଓଁ ଗାଁ ନିକଟରେ ଥିବା ଏକ ଢାବାର ଫ୍ରିଜରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ଘଟଣାରେ ସଂପୃକ୍ତି ନେଇ ଉତର ଦିଲ୍ଲୀର ଯୁବକ ସାହିଲ ଗେହଲଟକୁ ପୁଲିସ ଅଟକ ରଖି ଜେରାକରୁଛି । ସାହିଲ ତାର ଲିଭ ଇନ୍ ପାର୍ଟନର ନିକି ଯାଦବଙ୍କ ତଂଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । କାରର ମୋବାଇଲ ଡାଟା କେବୁଲ ବ୍ୟବହାର କରି ନିକିଙ୍କୁ ହତ୍ୟା କରିଥିଲା । ଏହାପରେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ନିଜ ଫ୍ରିଜରେ ରଖିଥିଲା ସାହିଲ । ପୁଲିସ ମଙ୍ଗଳବାର ଢାବାରେ ପହଂଚି ଫ୍ରିଜରୁ ଯୁବତୀଙ୍କ ଶରୀରର କଟାଖଣ୍ଡ ସବୁ ଉଦ୍ଧାର କରିଛି । ନିକ ଯାଦବ ଓ ସାହିଲ ଗେହଲଟ ଉଭୟ ଲିଭଇନ୍ରେ ରହୁଥିବା ବେଳେ ନିକି ବିବାହ ପ୍ରସ୍ତାବ ପ୍ରତ୍ୟାଖାନ କରିବାରୁ ସେ ଏହି ହତ୍ୟା କରିଥିବା କୁହାଯାଉଛି । ସେପଟେ ହତ୍ୟା କାଣ୍ଡ ଦିନ ଅନ୍ୟ ଜଣେ ମହିଳାଙ୍କୁ ସାହିଲ ବିବାହ କରିଥିବା ଜଣାପଡିଛି । ପୁଲିସ ଏହି ହତ୍ୟା କାଣ୍ଡ ମାମଲାରେ ସାହିଲକୁ ଅଟକ ରଖି ଜେରା କରୁଛି ।

Advertisment

ଶ୍ରଦ୍ଧା ମୃତ୍ୟୁର ପୁନଃରାବୃତ୍ତି

  • ଲିଭ୍-ଇନ୍ ପ୍ରେମିକାକୁ ହତ୍ୟା
  • ପ୍ରେମିକାକୁ ମୋବାଇଲ୍ କେବୁଲରେ ତଂଟି ଚିପି ହତ୍ୟା
  •  ହତ୍ୟା କରି ଫ୍ରିଜ୍ରେ ମୃତଦେହ ଲୁଚାଇଥିଲା ଜହ୍ଲାଦ ପ୍ରେମିକ
  •  ହରିଆଣା, ଝଜ୍ଜର ଜିଲ୍ଲାର ୨୨ ବର୍ଷୀୟ ଯୁବତୀ ନିକ୍କିର ହତ୍ୟା
  •  ଅଭିଯୁକ୍ତ ପ୍ରେମିକ ସାହିଲକୁ ବାନ୍ଧିଲା ଦିଲ୍ଲୀ ପୋଲିସ
  • ୨୦୧୮ ମସିହାରେ ଦିଲ୍ଲୀର ସାହିଲଙ୍କ ସମ୍ପର୍କରେ ଆସିଥିଲେ ନିକ୍କି
  • ପ୍ରଥମେ ବନ୍ଧୁତା ପରେ ପ୍ରେମରେ ପଡିଥିଲେ ସାହିଲ-ନିକ୍କି
  •  ଦିଲ୍ଲୀରେ ଲିଭ-ଇନ୍ ମଧ୍ୟ ରହୁଥିଲେ
  •  ସାହିଲଙ୍କ ବିବାହ ତାଙ୍କ ଘରଲୋକ ଅନ୍ୟତ୍ର ଠିକ୍ କଲେ
  •  ପ୍ରେମିକର ବିବାହ କଥା ଜାଣିବାକୁ ପାଇଲେ ନିକ୍କି
  •  ଫେବ୍ରୁଆରୀ ୯ରେ ନିକ୍କିକୁ ଦେଖାକରିବାକୁ ଡାକିଥିଲା ସାହିଲ
  •  ନିକ୍କି, ସାହିଲକୁ ଗୋଆ ଯିବାକୁ କହୁଥିଲା
  • ଲାଇଟ୍ ଟିକେଟ୍ ମଧ୍ୟ ବୁକ୍ କରିଥିଲା ନିକ୍କି
  • ହେଲେ ସାହିଲର ବିବାହ କଥା ଜାଣିବାକୁ ପାଇଲା
  • ବିବାହ କଥାକୁ ନେଇ ସାହିଲ ଓ ନିକ୍କି ଭିତରେ ଝଗଡା
  •  ରାଗରେ ନିକ୍କିର ହତ୍ୟା କରିଥିଲା ସାହିଲ
  • ହତ୍ୟା ପରେ କାର୍ରେ ୪୦ ମିନିଟ୍ ଧରି ବୁଲିଥିଲା
  • ଏକ ବନ୍ଦ ଢାବାର ଫ୍ରିଜ୍ରେ ଲୁଚାଇଥିଲା ମୃତଦେହ
  •  ୧୦ ଫେବ୍ରୁଆରୀରେ ଘରଲୋକଙ୍କ ଇଚ୍ଛାରେ କରିଥିଲା ବିବାହ