କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ବିଜେପିକୁ ଅଡ଼ୁଆ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । କାରଣ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ରାଜ୍ୟରେ ବିରୋଧୀ ଦଳ ନେତା ଦାୟିତ୍ଵ କିଏ ସମ୍ଭାଳିବ ? ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହି ଦୌଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନାମ ପ୍ରଥମ ରହିଛି କିନ୍ତୁ ସୂତ୍ର ମୁତାବକ ଆରଏସଏସ(ସ୍ୱୟଂ ସେବକ ସଂଘ) ଶିବରାଜଙ୍କୁ ବିରୋଧୀ ଦଳର ନେତା କରିବାକୁ ଚାହୁଁନାହାନ୍ତି । ଯାହାକୁ ନେଇ ଏବେ ଶିବରାଜଙ୍କ ସମର୍ଥକମାନେ ଖପ୍ପା ଅଛନ୍ତି ବୋଲି ଶୁଣିବାକୁ ମଳିଛି ।

Advertisment

publive-imageଏହାପଛର ଗୁମର ଜାତୀୟ ରାଜନୀତିକୁ ଦ୍ୱନ୍ଦରେ ପକାଇଛି । ସେପଟେ ଆରଏସଏସ ସୁତ୍ର ମୁତାବକ ପାର୍ଟିର ନେତୃତ୍ୱରେ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଉପରେ ସନ୍ତୁଷ୍ଟ ନଥିଲେ । ଯେଉଁଥିପାଇଁ ନିର୍ବାଚନରେ ବିଜେପି ଖରାପ ପ୍ରଦର୍ଶନ କରିଥିଲା । ଏହି ନିର୍ବାଚନରେ ଦଳର ବିଜୟ ସୁନିଶ୍ଚିତ କରିବା ପାଇଁ ତୃଣମୂଳସ୍ତରର ବିଜେପି ଗ୍ରାମାଂଚଳକୁ ଯାଇ ସଠିକ ଭାବେ ନିଜର ଦାୟୀତ୍ୱ ନିର୍ବାହ କରିନଥିଲେ । ଯାହାର ପରିଣାମ ନିକଟରେ ହୋଇଥିବା ୫ ରାଜ୍ୟର ବିଧାନସଭାର ଫଳାଫଳ ଉପରେ ପଡ଼ିଥିଲା ବୋଲି ଆରଏସଏସ କ୍ୟାମ୍ପରେ ଶୁଣିବାକୁ ମିଳିଛି ।

publive-imageକେବଳ ଏତିକି ନୁହେଁ କୌଣସି ବ୍ରାହ୍ମଣ ଜାତିର ନେତାଙ୍କୁ ବିରୋଧୀ ଦଳର ନେତା ଭାବେ ଦାୟୀତ୍ୱ ଦିଆଗଲେ ଉଚ୍ଚ ଜାତିର ଭୋଟର ମାନଙ୍କ ମନ ଜିଣିହେବ ବୋଲି ଆକଳନ କରାଯାଉଛି । ସୂଚନା ମୁତାବକ ସଂଘ ପରିବାର ବର୍ତ୍ତମାନ ଲୋକସଭା ନିର୍ବାଚନ ପ୍ରତି ଧ୍ୟାନ ଦେଉଛନ୍ତି । ନିର୍ବାଚନରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଥିବା ଆରଏସଏସ ଚାହୁଁଛି ରାଜ୍ୟର ନେତୃତ୍ୱ ଭୋଟରଙ୍କ ନିକଟତର ହୋଇ ଅଧିକ ସକ୍ରିୟ ରହିବା ଉପରେ ଜୋର ଦିଅନ୍ତୁ । ଏହିପରି ସ୍ଥିତିରେ ଶିବରାଜ ଚୌହାନଙ୍କ ଭୂମିକା ବିରୋଧୀ ଦଳର ନେତା ହେବା ପରିବର୍ତ୍ତେ ଲୋକସଭା ନିର୍ବାଚନ ପ୍ରତି ରହିବା ଉଚିତ୍। ମଧ୍ୟଦେଶରେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇ କଂଗ୍ରେସ ସବୁଠୁ ବଡ଼ ପାର୍ଟି ହେବା ସହ ସରକାର ଗଠନ କରିଛି।