ଲିଜ୍ ଟ୍ରସଙ୍କ ଇସ୍ତଫା ପରେ କିଏ ହେବେ ପରବର୍ତ୍ତୀ ବ୍ରିଟେନ ପ୍ରଧାନମନ୍ତ୍ରୀ ? ଭାରତୀୟ ବଂଶୋଭବ ରିଷି ସୁନକ ଦୌଡ଼ର ଆଗରେ ଥିବା ଚର୍ଚ୍ଚା

ଲିଜ୍ ଟ୍ରସଙ୍କ ଇସ୍ତଫା ପରେ କିଏ ହେବେ ପରବର୍ତ୍ତୀ ବ୍ରିଟେନ ପ୍ରଧାନମନ୍ତ୍ରୀ ? ଭାରତୀୟ ବଂଶୋଭବ ରିଷି ସୁନକ ଦୌଡ଼ର ଆଗରେ ଥିବା ଚର୍ଚ୍ଚା

କନକ ବ୍ୟୁରୋ : ମାତ୍ର ୪୫ ଦିନ ପଦବୀରେ ରହିବା ପରେ ଇସ୍ତଫା ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ । ତାଙ୍କ ଇସ୍ତଫା ପରେ କିଏ ହେବ ଆଗାମୀ ପ୍ରଧାନମନ୍ତ୍ରୀ, ତାକୁ ନେଇ ନାନା ଆକଳନ ଚାଲିଛି । ତେବେ ଏହି ଦୌଡ଼େରେ ସବୁଠୁ ଆଗରେ ଅଛନ୍ତି ଭାରତୀୟ ବଂଶୋଦଭବ ରିଷି ସନକ । ପୂର୍ବରୁ ସେ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିଲେ ।

ତେବେ ଟ୍ରସଙ୍କ ଠାରୁ ହାରି ଯାଇଥିଲେ । ବ୍ରିଟେନ ଏବେ ଆର୍ଥିକ ସଙ୍କଟ ଭିତରେ ଗତି କରୁଛି । ଆର୍ଥିକ ପରିଚାଳନା କ୍ଷେତ୍ରରେ ରିଷି ସନକଙ୍କ ଅଭିଜ୍ଞତା ରହିଛି । ବିଶେଷକରି କୋଭିଡ ସ୍ଥିତି ବେଳେ ତାଙ୍କ ଆର୍ଥିକ ସୁପରିଚାଳନାକୁ ବେଶ୍ ପ୍ରଶଂସା କରିଥିଲେ ବ୍ରିଟେନବାସୀ । ଏହାସହ କନଜରଭେଟିଭ୍ ପାର୍ଟି ଭିତରେ ତାଙ୍କର ସମର୍ଥନ ବେଶ୍ ମଧ୍ୟ ଦୃଢ଼ ରହିଛି । ରିଷିଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ନାଁକୁ ମଧ୍ୟ ଚର୍ଚ୍ଚା ହେଉଛି । ମାତ୍ର କିଛି ମାସ ତଳେ ଇସ୍ତଫା ଦେଇଥିବା ବୋରିସ୍ ଜନସନ୍ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି । ଏହାସହ ପେନି ମୋରଡଂଟ ନାଁ ମଧ୍ୟ ଚର୍ଚ୍ଚା ପରିସରକୁ ଆସିଛି ।

ସୂଚନାଯୋଗ୍ୟ ଯେ, ବୋରିସ୍ ଜନସନ୍ ପ୍ରଧାନମନ୍ତ୍ରୀ ଥିବା ବେଳେ ରିଷି ଦେଶର ଆର୍ଥିକ ସ୍ଥିତିର ଦାୟିତ୍ୱ ସମ୍ଭାଳୁଥିଲେ । ହେଲେ ଜନସନଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆସିବା ପରେ ପ୍ରଥମେ ରିଷି ସନକ ଇସ୍ତଫା ଦେଇଥିଲେ । ଏହାପରେ ଜନସନଙ୍କ କ୍ୟାବିନେଟର ଅନ୍ୟ ନେତାମାନେ ବି ଇସ୍ତଫା ଦେଇଥିଲେ, ଆଉ ବାଧ୍ୟ ହୋଇ ଜନସନ ଇସ୍ତଫା ଦେଇଥିଲେ । ତେବେ ଏସବୁ ଭିତରେ ମାତ୍ର ୪୫ ଦିନରେ ଇସ୍ତଫା ଦେଇଥିବା ଲିଜ୍ ଟ୍ରସ୍ ବ୍ରିଟେନର ସବୁଠୁ କମ୍ ଥିବା ରହିଥିବା ପ୍ରଧାନମନ୍ତ୍ରୀ ପାଲଟିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe