ଅଧିକ ଆତ୍ମବିଶ୍ୱାସ ଏବଂ ଗୋଷ୍ଠୀ କନ୍ଦଳ ହେଲା କି କାଳ? ନବରଙ୍ଗପୁରରେ ୭ ବିଧାନସଭାରୁ କେବଳ ଗୋଟିଏ ଆସନରେ ଜିତିଲା ବିଜେଡି ।

445

କନକ ବ୍ୟୁରୋ: ଏକଦା ଗାଁରୁ ସହର ସବୁଠି ଜିତୁଥିଲେ ବିଜେଡି ନେତା । କିନ୍ତୁ ଏଥର ଏମିତି କଣ ହେଲା ବିଜେଡି ଗଡରେ ଧସେଇ ପଶିଲା ବିଜେପି? କାଳ ହେଲା କି ଅଧିକ ଆତ୍ମବିଶ୍ୱାସ ? ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ନବରଙ୍ଗପୁରରେ କାହିଁକି ହାରିଲା ବଜୁ ଜନତା ଦଳ? ୭ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନକୁ ଦେଖିଲେ ଏଠାରେ ବିଜେପି ୫ଟି ବିଧାନସଭା ଆସନ ଏବଂ ଲୋକସଭା ଆସନ ଜିତିଛି । ବିଜେଡି ଓ କଂଗ୍ରେସ ଗୋଟିଏ ଲେଖାଏଁ ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି । ତେବେ ଯେଉଁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ସେ ପ୍ରତିଦିନ ଲୋକଙ୍କ ସହ ଥିଲେ । ତେଣୁ ବିଜୟୀ ହେଲେ ବୋଲି କୁହାଯାଉଛି । କିନ୍ତୁ ଅନ୍ୟମାନେ ନିଜ କର୍ମ ଅପେକ୍ଷା ଦଳର ସଭାପତି ମୁଖ୍ୟମନ୍ତ୍ରୀ ଏବଂ ଷ୍ଟାର ପ୍ରଚାରକ ଭି.କେ ପାଣ୍ଡିଆନଙ୍କ ଭାବମୂର୍ତିକୁ ଦେଖି ବିଜୟୀ ହେବେ ବୋଲି ଅଧିକ ଆତ୍ମ ବିଶ୍ୱାସ ରଖିଥିଲେ, ହେଲେ ଫଳ ଓଲଟିଗଲା ।

କାଳ ହେଲା କି ଆତ୍ମବିଶ୍ୱାସ?

  • ନବରଙ୍ଗପୁର ଲୋକସଭା ଆସନରେ ୭ଟି ବିଧାନସଭା କ୍ଷେତରୁ ଗୋଟିଏ ଆସନ ବିଜେଡି ହାତରେ
  • ଡାବୁଗାଁରୁ ବିଜୟୀ ହେଲେ ବିଜେଡି ନେତା ମନୋହର ରାନ୍ଧାରୀ
  • ଚିତ୍ରକୋଣ୍ଡା ବିଧାନସଭା କଂଗ୍ରେସ ହାତରେ
  • ବାକି ୬ଟି ଆସନରୁ ବିଜେପି ୫ଟି ଦଖଲ କରିଛି
  • ସାଂସଦଙ୍କ ବିଜୟ ପାଇଁ ବିଧାନସଭା କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି
  • ମୋଦୀ ଲହର ସହିତ ଶାସକ ଦଳ ବିରୋଧରେ ହାୱା ବଢାଇଲା ବିଜେପିର ଭୋଟ୍
  • ତୃଣମୂଳ ସ୍ତରରେ ସାଂଗଠନିକ କାର୍ଯ୍ୟକ୍ରମ କଲେ ନାହିଁ ବିଜେଡି ନେତା
  • ୨୦୧୯ରେ ସାଂସଦ ହୋଇଥିବା ରମେଶ ମାଝୀ ଏଥିର ଝରିଗାଁରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ
  • ପ୍ରଦୀପ ମାଝୀ ଦଳ ବଦଳ କରିବା ପରେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚନ ଲଢିଥିଲେ
  • ହେଲେ ଦୁଇ ନେତାଙ୍କ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ ଭୋଟ କଲା ବିଭାଜନ
  • ମାଲକାନଗିରିରେ ୨ଟି, ନବରଙ୍ଗପୁରରେ ୪ଟି ଏବଂ କୋରାପୁଟର ଗୋଟିଏ ଆସନ ଜିତିଛି ବିଜେଡି