କନକ ବ୍ୟୁରୋ : ଭାରତ ଯୋଡ ଯାତ୍ରା ଅଧାରୁ ଛାଡିବାକୁ ଚାହୁଁଥିଲେ କଂଗ୍ରେସର ପୂର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଅଖିଳ ଭାରତୀୟ କଂଗ୍ରେସ କମିଟିର ମହାଶଚିବ ‘କେସି ବେଣୁଗୋପାଳ ରାହୁଲ ଗାନ୍ଧିଙ୍କ ପ୍ରଶଂସା କରି କହିଛନ୍ତି, ଭାରତ ଯୋଡ ଯାତ୍ରା ଆରମ୍ଭରୁ ଏପରି ସ୍ଥିତି ଆସିଯାଇଥିଲା କି, ରାହୁଲ ଗାନ୍ଧିଙ୍କୁ ଯାତ୍ରା ଅଧାରୁ ଛାଡିବାକୁ ପଡିଥାନ୍ତା । ରାହୁଲ ଗାନ୍ଧିଙ୍କ ଅଣ୍ଠୁରେ ଅସହନୀୟ ଯନ୍ତ୍ରଣା ଦେଖାଦେଇଥିଲା, ଯେଉଁଥି ପାଇଁ ଭାରତ ଯୋଡ ଯାତ୍ରାର ନେତୃତ୍ୱ ଅନ୍ୟଙ୍କ ହାତରେ ଦେବା ପାଇଁ ନିସ୍ପତ୍ତି ହୋଇଥିଲା । ପ୍ରିୟଙ୍କା ଗାନ୍ଧି ମଧ୍ୟ ଭାଇ ରାହୁଲ ଗାନ୍ଧିଙ୍କ ଯନ୍ତ୍ରଣା ଦେଖି ଅନ୍ୟ ବରିଷ୍ଠ ନେତାଙ୍କୁ ଯାତ୍ରାର ଦାୟୀତ୍ୱ ଦେବା ପାଇଁ କହିଥିଲେ ।
କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରା ତୃତୀୟ ଦିନରେ କେରଳରେ ପହଞ୍ଚିଥିଲା । ସେଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ସେହି କାର୍ଯ୍ୟକ୍ରମରେ କର୍ମୀମାନଙ୍କୁ ଅନ୍ୟଙ୍କ ନେତୃତ୍ୱରେ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ପର ମୁହୁର୍ତ୍ତରେ ରାହୁଲଙ୍କୁ ଜଣେ ଫିଜିଓଥେରାପିଷ୍ଟ ଭେଟିଥିଲେ । ଯାତ୍ରାରେ ସେ ରାହୁଲଙ୍କ ସହ ରହିଲେ । ଏବଂ ଫିଜିଓ ଥେରାପି ମାଧ୍ୟମରେ ରାହୁଲ ଧିରେ ଧିରେ ସୁସ୍ଥ ହୋଇଥିଲେ ଏବଂ ଯାତ୍ରାକୁ ସମ୍ପୁର୍ଣ୍ଣ କରିଥିଲେ ।