ଏପଟେ ଚାଲିଥିଲା ଛତିଶାନିଯୋଗ ବୈଠକ, ସେପଟେ ବାହାରିଲା ବଦଳି ଅର୍ଡର! ରାତାରାତି କାହିଁକି ବଦଳିଗଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ?

Advertisment
ଏପଟେ ଚାଲିଥିଲା ଛତିଶାନିଯୋଗ ବୈଠକ, ସେପଟେ ବାହାରିଲା ବଦଳି ଅର୍ଡର! ରାତାରାତି କାହିଁକି ବଦଳିଗଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ?

କନକ ବ୍ୟୁରୋ : ପ୍ରଦୀପ ଗଲେ ପ୍ରଦୀପ୍ତ ଆସିଲେ । ଗତକାଲି ପୁରୀରେ ଛତିଶାନିଯୋଗ ବୈଠକ ଚାଲିଥିବା ବେଳେ ହଠାତ୍ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ଦାୟିତ୍ୱରୁ ହଟାଇ ତାଙ୍କ ସ୍ଥାନରେ ପ୍ରଦୀପ୍ତ ମହାପାତ୍ରଙ୍କୁ ସରକାର ନିଯୁକ୍ତି ଦେଇଥିଲେ । ତରବରିଆ ଭାବେ ପ୍ରଦୀପଙ୍କୁ ବଦଳାଯିବା ପରେ ଆଜି ଜୋର୍ ଧରିଛି ଚର୍ଚା, ରଥଯାତ୍ରା ପୂର୍ବରୁ କାହିଁକି ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

publive-imageସୁପ୍ରିମକୋର୍ଟଙ୍କ ନିର୍ଦେଶ, ସେବାୟତଙ୍କ ଅସନ୍ତୋଷ ଓ ମୁଣ୍ଡ ଉପରେ ରଥଯାତ୍ରା ଭିତରେ ଗୋଟିଏ ପଟେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ଛତିଶାନିଯୋଗ ବୈଠକ । ଅନ୍ୟପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ବିଦା କରିବାକୁ ବାହାରିସାରିଥିଲା ଅର୍ଡର । ପୁରୀରୁ ଭୁବନେଶ୍ୱର ପହଁଚୁ ପହଁଚୁ ପଦବୀ ଯାଇସାରିଥିଲା ପ୍ରଦୀପ ଜେନାଙ୍କର । ଆଉ, ନୂଆ ପ୍ରଶାସକ ଭାବେ ପ୍ରଦୀପ୍ତ ମହାପାତ୍ରଙ୍କୁ ମିଳିଥିଲା ନିଯୁକ୍ତି । ନୂଆ ପ୍ରଶାସକଙ୍କ ସାମ୍ନାରେ ଏବେ ବଡ଼ ଚ୍ୟାଲେଂଜ୍, ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।

ରଥଯାତ୍ରା ପୂର୍ବରୁ ଅଚାନକ୍ ପ୍ରଦୀପ ଜେନାଙ୍କୁ ତରବରିଆ ଭାବେ ଦାୟିତ୍ୱରୁ ହଟାଇଦେବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ସେବାୟତଙ୍କ ସହ ସମନ୍ୱୟ ରକ୍ଷା କରି ରଥଯାତ୍ରା ପରିଚାଳନା କରିବାରେ ପ୍ରଦୀପ ଜେନା ଅସମର୍ଥ ହେବେ ବୋଲି ଆଶଙ୍କା କରୁଥିଲେ କି ସରକାର? ମୁଖ୍ୟ ପ୍ରଶାସକ ନିଯୁକ୍ତ ହେବା ପରେ ଅନେକ ଘଟଣାକୁ ନେଇ ବିବାଦ ଘେରରେ ଥିଲା ପ୍ରଦୀପଙ୍କ ଭୂମିକା ।
- ରତ୍ନଭଣ୍ଡାର ଚାବି ହଜିବା ନେଇ ପ୍ରଦୀପ ଜେନାଙ୍କ ଉପରେ ଉଠିଥିଲା ଅଙ୍ଗୁଳି
- ଜଗମୋହନ ମରାମତି ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଭୁଲଭାବେ କାର୍ଯ୍ୟକାରୀ କରିଥିବା ଅଭିଯୋଗ ଥିଲା
- ତାଙ୍କ କାର୍ଯ୍ୟକାଳ ସମୟରେ ଠାକୁର ୩୦ ଘଂଟା ଉପବାସରେ ରହିଥିଲେ
- ସେବାୟତଙ୍କ ସହ ସମନ୍ୱୟ ରକ୍ଷା କରିବାରେ ଆହ୍ୱାନର ସାମ୍ନା କରିଥିଲେ

ଏହାରି ଭିତରେ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଏକ ଟ୍ୱିଟକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଲେଖିଛନ୍ତି, ଓଡିଶା ପ୍ରଶାସନର ସବୁଠାରୁ ଆହ୍ୱାନ ଭରା ଓ ଜଟିଳ କାର୍ଯ୍ୟଭାର ହେଉଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଇବା । ରାଜ୍ୟର ମୁଖ୍ୟ ଶାସନ ସଚିବ ଭଳି ମୁଖ୍ୟ ପ୍ରଶାସକ ପଦବୀ ବୋଲି ଉଲ୍ଲେଖ କରିବା ସହ ଶ୍ରୀମନ୍ଦିରରେ ନିହାତି ସଂସ୍କାର ଆସିବା ଆବଶ୍ୟକ ବୋଲି ଅରବିନ୍ଦ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe