କନକ ବ୍ୟୁରୋ : ଅବକାରୀ ନୀରିକ୍ଷକ ନିଜ କଥାରୁ ଓହରିଗଲେ ବି ସେ ଯାହା କହିଥିଲେ, ତାହାର ସତ୍ୟତା ସମସ୍ତେ ଜାଣନ୍ତି । ଏବେ ନଜର ପକାନ୍ତୁ ପୋଲିସବାଲାଙ୍କୁ କାହିଁକି ବଟି ଦିଅନ୍ତି ମଦ ବେପାରୀ । ବାଲିପାଟଣାରେ ଘଟିଥିବା ସେହି ଘଟଣା ଉପରେ ନଜର ପକାଇଲେ ଆପଣ ଏହାକୁ ସହଜରେ ବୁଝିପାରିବେ ।

Advertisment

ତାରିଖ-୧୭ ମଇ ୨୦୨୨ । ସ୍ଥାନ-ବାଲିପାଟଣା । ଗତ ମାସ ୧୭ ତାରିଖରେ ପୋଲିସକୁ ହୋଇଥିଲା ଆକ୍ରମଣ । ପୋଲିସ ଚୋରା ମଦ ଜବତ କରିବାକୁ ଯାଇ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲା । ଆମଠାକୁ ବଟି ନେଉଛ, ପୁଣି କାହିଁକି ଚଢଉ କରୁଛ ବୋଲି ପ୍ରଶ୍ନ କରିଥିଲେ ମଦ ବେପାରୀ । ଏହି ଘଟଣା ପରେ ଇନସପେକ୍ଟର ସଂଜୟ ପଣ୍ଡା ଏକ ସାଂଘାତିକ ସତର ପର୍ଦ୍ଦାଫାସ କଲେ । ଏବଂ ଅବକାରୀ କମିଶନରଙ୍କୁ ଏହି ବିଷୟରେ ଅବଗତ କଲେ ଯେ, ପୁଲିସ ବଟି ନେଉଥିବାରୁ ସେମାନଙ୍କୁ ଏମାନଙ୍କ ପ୍ରଶ୍ନର ସାମ୍ନା କରିବାକୁ ପଡୁଛି ।

କାହିଁକି ବଟି ନିଅନ୍ତି ପୁଲିସ? ବଟି ଦେଲେ କ’ଣ ସାହାଯ୍ୟ କରନ୍ତି ପୁଲିସ ? ଏହି ପ୍ରଶ୍ନକୁ ନେଇ ଆମେ ମଦବେପାରୀଙ୍କ ସହ କଥା ହୋଇଥିଲୁ । ସେମାନେ ସେହି ସାଂଘାତିକ ସତ ଆମ ଆଗରେ ବଖାଣିଥିଲେ । କିନ୍ତୁ କ୍ୟାମେରା ଆଗରେ କିଛି କହିବାକୁ ରାଜି ହୋଇନଥିଲେ ।

-ପୁଲିସକୁ ବଟି ଦେଇ ମଦ ଦୋକାନୀମାନେ ତାଙ୍କ ଦୋକାନ ପାଖରେ ଚୋରାକାରବାରକୁ ବନ୍ଦ କରିବାକୁ ଚାହାନ୍ତି
-ଚୋରା ବେପାର ବନ୍ଦ ହେଲେ ମଦ ଦୋକାନରେ ବେପାର ବଢେ
-ବିଳମ୍ବିତ ରାତିରେ ବି ଲକ୍ଷ ଲକ୍ଷ ଟଙ୍କାର ମଦ ବିକ୍ରୀ ହୁଏ
-ପୁଲିସ ଏଭଳି ବେଆଇନ କାରବାରକୁ ବନ୍ଦ କରେ ନାହିଁ
-ଦୋକାନରେ ଷ୍ଟକ ପରିମାଣରେ ବ୍ୟତିକ୍ରମ ରହିଲେ ବି ପୁଲିସ ପଦକ୍ଷେପ ନିଏନାହିଁ

ତେବେ ସେମାନଙ୍କ କହିବା କଥା ହେଉଛି କେବଳ ପୁଲିସବାଲା ନୁହନ୍ତି ଅବକାରୀ ଅଧିକାରୀମାନେ ମଧ୍ୟ ନିୟମିତ ଭାବେ ସେମାନଙ୍କଠାରୁ ବଟି ନିଅନ୍ତି । ପୂର୍ବତନ ଅବକାରୀ କମିଶନରଙ୍କ କହିବା କଥା ହେଲା, କେବଳ ପୁଲିସ ନୁହେଁ ଅବକାରୀ ବିଭାଗର ଅନେକ ଅଧିକାରୀ ବି ବଟି ନିଅନ୍ତି । କିନ୍ତୁ ଏକଥା ବି ସତ, ଧରପଗଡ ପାଇ ଁପୁଲିସକୁ ଯେଉଁଭଳି ସୁବିଧା ଦିଆଯାଇଛି, ସେହିଭଳି ସୁବିଧା ଅବକାରୀ ବିଭାଗ ପାଖରେ ନାହିଁ । ଅବକାରୀ ବିଭାଗ ପାଖରେ ନା ରହିଛି ପର୍ଯ୍ୟାପ୍ତ ଥାନା, ଲୋକବଳ ନା ଭିତିଭୂମି । ଅବକାରୀ ଇନସ୍ପେକ୍ଟର ସଂଜୟ ପଣ୍ଡା ଯେଉଁ ସତର ପର୍ଦ୍ଦାଫାସ କରିଛନ୍ତି ତାହା ଏକ ଏଭଳି ସତ ଯାହା ସମସ୍ତେ ଜାଣି ବି ନୀରବ ରହୁନ୍ତି । କାରଣ , ତାର କିଛି ପ୍ରମାଣ ନଥାଏ ।