ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାକୁ ବିତିଲା ମାସେ, ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ବି ଯାଜପୁର ପୋଲିସର ହାତ ଖାଲି ।

146
କନକ ବ୍ୟୁରୋ: ଗୋଟିଏ କମିଶନରେଟ ପୋଲିସକୁ ବାଃ ବାଃ ଆଉ ଗୋଟେପଟେ ଯାଜପୁର ପୋଲିସ ହାତ ଖାଲି । ଆମେ କହୁଛୁ ସେହି ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ଘଟଣା । ବହୁଚର୍ଚ୍ଚିତ ଗୁଣଦୁଷ୍କର୍ମ ଘଟଣାରେ ୨୨ବର୍ଷ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ବେଳେ ଯାଜପୁର ପୋଲିସ ଝରାଫୁଲ ମୃତ୍ୟୁ ଘଟଣାର ରହସ୍ୟ ଉପରୁ ପରଦା ଉଠାଇପାରିନାହିଁ । ଏହାକୁ ନେଇ ଯାଜପୁର ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ଝରାଫୁଲଙ୍କ ବାପା ।
ରାଜଧାନୀରେ କଟାମୁଣ୍ଡର ରହସ୍ୟ ଉନ୍ମୋଚନ ଏବଂ ୨୨ବର୍ଷ ପରେ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ହେବା ଘଟଣାରେ କମିଶନରେଟ ପୋଲିସର ପାରିବା ପଣିଆକୁ ନେଇ ପ୍ରଶଂସାର ସୁଅ ଛୁଟିଛି । ଆଉ ଏତିକି ବେଳେ ଝରାଫୁଲ ମୃତ୍ୟୁ ଉପରୁ ରହସ୍ୟ ଫିଠାଇପାରୁନି ଯାଜପୁର ପୋଲିସ । ଯାହା ଯାଜପୁର ପୋଲିସର ପାରିବାପଣିଆକୁ ନେଇ ପ୍ରଶ୍ନ ଛିଡା କରିିଛି ।
ଝରାଫୁଲ ମୃତ୍ୟୁକୁ ୩୩ଦିନ ବିତିଲା
କାହିଁକି ମୃତ୍ୟୁ ରହସ୍ୟ ଖୋଲିପାରୁନି ଯାଜପୁର ପୋଲିସ?
ଯାଜପୁର ପୋଲିସର ନିରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଝରାଫୁଲଙ୍କ ବାପା । କହିଛନ୍ତି, 
-ତଥ୍ୟ ପ୍ରମାଣ ଥିଲେ ମଧ୍ୟ ମୃତ୍ୟୁର ଖିଅ ପାଉନି ପୋଲିସ ।
-କୁଆଡ଼େ ଗଲା ଅନ୍ୟ ଅଭିଯୁକ୍ତ ଶେଖର । ତାକୁ ନେଇ ପ୍ରଶ୍ନ ଉଠିଛି ।
-ଝରାଫୁଲ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ରହଥିବା ଗେଷ୍ଟ ହାଉସ, ସିସିଟିଭି ଫୁଟେଜ ଓ ସେଠାକାର କର୍ମଚାରୀଙ୍କୁ ଜେରା, ଭିସେରା ରିପୋର୍ଟ, ମୁଖ୍ୟ ଅଭିଯୁକ୍ତ ରାକେଶକୁ ଜେରା ହୋଇଥିଲେ ମଧ୍ୟ ଏଯାଏଁ ମୃତ୍ୟୁ ଉପରୁ ରହସ୍ୟ ଉଠିନି ।
-ରାକେଶକୁ ଜେରା ପରେ ଆଉ କେତେ ପ୍ରମାଣ, ପୋଲିସକୁ ଦରକାର ବୋଲି କହିଛନ୍ତି ଝରାଫୁଲଙ୍କ ବାପା ।
-ପୋଲିସ ରାଜନୈତିକ ଚାପରେ କାମ କରୁଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାକୁ ମାସେରୁ ଅଧିକ ସମୟ ବିତିଲାଣି, ହେଲେ ପୋଲିସ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଭିସେରା ରିପୋର୍ଟ ସହ ଯଥେଷ୍ଟ ପ୍ରମାଣ ଥିଲେ ମଧ୍ୟ ମୃତ୍ୟୁ ଉପରୁ ପରଦା ହଟୁନି । ଯାହାକି ଯାଜପୁର ପୋଲିସ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଛିଡା କରିଛି ।