କାହିଁକି ବଢୁଛି ତୈଳ ଦର ? ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ମୁହଁ ଖୋଲିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

ଧର୍ମେନ୍ଦ୍ର କହିଲେ, କରୋନା ସମୟରେ କଂଚା ତୈଳର ଚାହିଦା କମିଥିବାରୁ ଉତ୍ପାଦନ କମିଛି, ଦର ବଢିଛି । ତେଲ ଦର କମାଇବା ପାଇଁ ସଠିକ ଭାବେ ନେତୃତ୍ୱ ନେବ ଓପେକ

698

କନକ ବ୍ୟୁରୋ: ଚଳିତ ସପ୍ତାହରେ ୪ଥର ବଢିଲାଣି ପେଟ୍ରୋଲ ଓ ଡିଜେଲ ଦର । ଫଳରେ ପ୍ରତିଦିନ ଏହି ଦର ନୂଆ ଶିଖର ଛୁଉଁଛି । ଏହାରି ଭିତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ସମୟରେ କଂଚା ତୈଳର ଚାହିଦା କମିଥିବାରୁ ଉତ୍ପାଦନ କମିଛି । ତେଣୁ ଦର ବଢୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଶନିବାର ଇରାକ ପୁଣି ଉତ୍ପାଦନ କମାଇଛି । ତେଲ ଉତ୍ପାଦନକାରୀ ଦେଶମାନେ କାରଟେଲ କରି ମୂଲ୍ୟ ବଢାଇବା ପାଇଁ ତେଲ ଉତ୍ପାଦନ କମାଇଛନ୍ତି । ଓପେକ ସଠିକ ଭାବେ ନେତୃତ୍ୱ ନେବ ଏବଂ ତେଲ ଦର କମିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ । ଅର୍ଥନୀତିକୁ ପୁଣି ତ୍ୱରାନ୍ୱିତ କରିବାକୁ ପଡିବ । ତୈଳ ଦର ନିଶ୍ଚିତ କମିବ । ଦର ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ନଜର ରଖିଛନ୍ତି ବୋଲି ସେ କହିଛନ୍ତି ।