୭୨ ବର୍ଷରୁ ଅଧିକ ସମୟ କିଭଳି ସୁରକ୍ଷିତ ରହିଛି ସମ୍ବିଧାନର ମୂଳ କପି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

152

କନକ ବ୍ୟୁରୋ : ଭାରତୀୟ ସମ୍ବିଧାନର ଯେଉଁ ମୂଳ କପି ୧୯୪୯ ନଭେମ୍ବର ୨୬ ତାରିଖରେ ହିନ୍ଦୀ ଓ ଇଂଗ୍ରାଜୀରେ ଅନୁବାଦ କରାଯାଇଥିଲା ତାହା ହାତ ଲେଖା ଥିଲା । ହେଲେ ୭୨ ବର୍ଷ ପରେ ବି ତାହା ସୁରକ୍ଷିତ ହୋଇ ରହିଛି । ଏହି ସୁରକ୍ଷିତ ମୂଳ କପିକୁ ସଂସଦ ଲାଇବ୍ରେରୀରେ ହିଲିୟମ ଗ୍ୟାସ ଭର୍ତ୍ତି ଏକ ଚ୍ୟାମ୍ବରରେ ରଖାଯାଇଛି ।

ଗୋଟିଏ ସମୟରେ ସମ୍ବିଧାନର ଏହି ମୂଳ କପିକୁ ଫଲାଲେନ କପଡାରେ ଗୁଡାଇ ନେପ୍ଥାଲିନ ଗୁଳି ଦେଇ ରଖାଯାଇଥିଲା । ୧୯୯୪ ମସିହାରେ ଆମେରିକା ଭଳି ଭାରତ ସରକାର ବି ନିଷ୍ପତ୍ତି ନେଇଥିଲେ କି ଏହାକୁ ବୈଜ୍ଞାନିକ ପ୍ରକ୍ରିୟା ଦ୍ୱାରା ପ୍ରସ୍ତୁତ ଗ୍ୟାସ ଚ୍ୟାମ୍ବରରେ ରଖାଯିବା ଦରକର । ଏନେଇ ସରକାର ଆମେରିକାର ଗୈଟି ଇନଷ୍ଟିଚ୍ୟୁଟ ସହ ବୁଝାମଣା କରିଥଲେ । ଏହାପରେ ଭାରତର ନ୍ୟାସନାଲ ଫିଜିକାଲ ଲାଇବ୍ରେରୀ ଓ ଗୈଟି ଇନଷ୍ଟିଚ୍ୟୁଟ୍ ମିଳିତ ଭାବେ ସମ୍ବିଧାନର ମୂଳ କପି ରଖିବାକୁ ଏକ ସ୍ୱତନ୍ତ୍ର ଗ୍ୟାସ ଚ୍ୟାମ୍ବର ପ୍ରସ୍ତୁତ କରିଥିଲେ ।

ଏଠାରେ ପ୍ରଶ୍ନ ଉଠୁଛି କି ସମ୍ବିଧାନର ମୂଳ କପି ସୁରକ୍ଷିତ ରଖିବାକୁ ଗ୍ୟାସ ଚ୍ୟାମ୍ବର କାହିଁକି ବ୍ୟବହାର କରାଯାଏ । କାରଣ ହିଲିୟମ ଏଭଳି ଏକ ନିଷ୍କ୍ରିୟ ଗ୍ୟାସ ତାହା ମଧ୍ୟରେ ରଖାଯାଉଥିବା ପଦାର୍ଥ ଦୀର୍ଘଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିଥାଏ । ଏହି ଗ୍ୟାସ ନା ନିଜେ ପ୍ରତିକ୍ରିୟାଶୀଳ ହୋଇଥାଏ ନା ଅନ୍ୟ ତତ୍ୱଙ୍କୁ କ୍ରିୟା କରିବାକୁ ସୁଯୋଗ ଦେଇଥାଏ ।

ଭାରତୀୟ ସମ୍ବିଧାନ କଳା କାଳୀରେ ଲେଖାଯାଇଛି । କହିରଖୁ କି କାଳୀ ମଧ୍ୟ କିଛିଦିନ ରହିବା ପରେ ଫିକା ପଡିଯାଇଥାଏ । ତେଣୁ ତାକୁ ଏକ ନିର୍ଦ୍ଧିଷ୍ଟ ଆଦ୍ରତାରେ ରଖିବାକୁ ପଡିଥାଏ । ସମ୍ବିଧାନ କପି ପାଇଁ ୫୦ ଗଆମ ଆଦ୍ରତା ପ୍ରତି କ୍ୟୁବିକ ମିଟର ପାଇଁ ଆବଶ୍ୟକ ପଡିଥାଏ । ଏହି କାରଣରୁ ଏୟାର ଟାଇଟ୍ ଚ୍ୟାମ୍ବରକୁ ଏଭଳି ପ୍ରସ୍ତୁତ କରାଯାଇଛି କି ଏହା ମଧ୍ୟରେ ଏକ ନିଶ୍ଚିନ୍ତ ଅନୁପାତରେ ଆଦ୍ରତା ସୃଷ୍ଟି କରାଯାଇପାରିବ ।

ପ୍ରତିବର୍ଷ ଏହି ଗ୍ୟାସ ଚ୍ୟାମ୍ବରରୁ ଗ୍ୟାସ ବାହାର କରାଯାଏ ଓ ପୁଣି ନୂଆ ହିଲିୟମ ଗ୍ୟସ ଭର୍ତ୍ତି କରାଯାଇଥାଏ । ଏହି ଚ୍ୟାମ୍ବରକୁ ପ୍ରତି ୨ ମାସରେ ଥରେ ଚେକ୍ କରାଯାଏ । ଏହା ଭିତରର ସ୍ଥିତିକୁ ସିସିଟିଭି କ୍ୟାମେରା ମାଧ୍ୟମରେ ନଜର ରଖାଯାଏ । ସମ୍ବିଧାନର ଏହି ମୂଳକପିରେ ପ୍ରତିଟି ସଦସ୍ୟଙ୍କର ହସ୍ତାକ୍ଷର ରହିଛି । ଏହା ବିଶ୍ୱର ସବୁଠାରୁ ଅଧିକ ଲେଖାଯାଇଥିବା ସମ୍ବିଧାନ ଅଟେ । ଏହାକୁ ପ୍ରେମ ବିହାରୀ ନାରାୟଣ ରାୟଜାଦା ନାମକ ଜଣେ ବ୍ୟକ୍ତି ହାତରେ ଲେଖିଥିଲେ ।