କାହିଁକି ଚାଷ ପ୍ରତି ଆକୃଷ୍ଟ ହେଉ ନାହାନ୍ତି ଯୁବପୀଢ଼ି? ଆମ ରାଜ୍ୟରେ ଖାସ୍ ଲାଭ ହେଉନଥିବା ଯୋଗୁ ଚାଷ ବିମୁଖ କି ଚଷା ଭାଇ ?

315

କନକ ବ୍ୟୁରୋ: ଦିନ ଥିଲା ସମସ୍ତେ କହୁଥିଲେ ଚାଷ କାମ ଯାହାର , କି ଆନନ୍ଦ ତାହାର । ହେଲେ ଆଜି କାଲି ଆଉ ଚାଷ କାମରେ କିଛି ଖାସ ଲାଭ ହେଉନାହିଁ । ଫଳରେ ଚାଷ ବିମୁଖ ଓଡିଶାର ଯୁବଗୋଷ୍ଠୀ ଏବେ ଦାଦନ ମୁହାଁ ।  ସହର ମୁହାଁ ଗାଁ ଭାଇ । ତେବେ କାହିଁକି ଆଉ ଆନନ୍ଦ ଦେଇପାରୁନାହିଁ ଚାଷ । ସେନେଇ କାରଣ ଖୋଜିଛୁ ଆମେ । ଆଉ କଣ କଲେ ହୋଇପାରିବା ଚାଷମନସ୍କ, ସେନେଇ ବି ଖୋଜିଛୁ ସମାଧାନର ବାଟ । ଦେଖନ୍ତୁ ଏହି ରିପୋର୍ଟ ।

ଲୋକଙ୍କୁ ଚାଷ ପ୍ରତି ଆକୃଷ୍ଟ କରାଇବା ପାଇଁ ସରକାରଙ୍କ କେତେ କ’ଣ ଯୋଜନା । କେତେ କଣ କାର୍ଯ୍ୟକ୍ରମ ମାନ କରାଯାଉଛି । ସବୁ ଚାଷୀ ଧାନ ଚାଷ କଲେ ସଠିକ୍ ପରିମାଣର ଲାଭ ମିଳୁନାହିଁ ତେଣୁ ଅର୍ଥ ଲଗାଣକାରୀ ଚାଷକୁ ଆପଣାନ୍ତୁ ବୋଲି କୁହାଯାଏ । ତେବେ ବାସ୍ତବରେ, ଆମ ରାଜ୍ୟରେ କ’ଣ ରହିଛି ଧାନ ଚାଷର ସ୍ଥିତି? ଏକର ପିଛା କେତେ ଲାଭ ପାଉଛି ଚାଷୀ ?

ଧାନ ବୁଣା ଅପେକ୍ଷା ଧାନ ରୋଇବା ଅପେକ୍ଷାକୃତ ସହଜ ଓ କମ ଖର୍ଚ୍ଚ ସଂପର୍ଣ ହୋଇଥିବା ବେଳେ ଏକର ପିଛା ଅମଳ ଓ ବିକିବା ପର୍ଯ୍ୟନ୍ତ ଖର୍ଚ ହୋଇଥାଏ ପ୍ରାୟ ୧୬ ହଜାର ଟଙ୍କା । ସେପଟେ ଧାନ ମଣ୍ଡିରେ ବିକ୍ରୀକଲେ ପ୍ରାୟ ୨୮ ହଜାର ଟଙ୍କା ମିଳୁଥିଲା ବେଳେ ମିଲରଙ୍କୁ ବିକ୍ରୀ କଲେ ମିଳେ ୨୪ ହଜାର ଟଙ୍କା । ତାରି ଭିତରେ ଧାନ ମଣ୍ଡିର ଅବ୍ୟବସ୍ଥା , ଦୈବି ଦୁର୍ବିପାକକୁ ସାମନା କରିବାକୁ ପଡେ ତ ଇନ୍ଦ୍ରଦେବଙ୍କ କୃପାକୁ ମଧ୍ୟ ଭରଷା କରିବାକୁ ପଡେ । ମନ୍ତ୍ରୀଙ୍କ କହିବା ଅନୁଶାରେ ବର୍ଷା ଦିନରେ ଯଦି ସବୁ ଚାଷୀ ଧାନ ଚାଷ ନ କରିବେ ତେବେ ଆଉ କଣ କି ଚାଷ କରିବେ? ଯଦି ସମସ୍ତେ ଧାନ ଚାଷ କରିବାକୁ ବାଧ୍ୟ ତେବେ କେମିତି ଉପାୟରେ ହୋଇପାରିବେ ଲାଭବାନ । ସେନେଇ କୃଷି ବିଶେଷଜ୍ଞ କହନ୍ତି…

ରବି ଋତୁରେ ମୁଗ , ଚଣା ଆଦି ଡାଲି ଜାତୀୟ ଫସଲ କମ୍ ଲାଭଦାୟକ ହୋଇଥାଏ । ଏଥିପାଇଁ ଜମିର ପାଗ ଓ ଜଳସେଚନ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରୁଥିବା ବେଳେ କହୁଡି ଓ ଅଦିନିଆ ବର୍ଷା ଚାଷୀ ପାଇଁ କାଳ ହୋଇଛି । ଅନ୍ୟପଟେ ଅଧିକ ଲାଭ ଆଶାରେ ପରିବା ଚାଷ କରୁଥିବା ଚାଷୀ ବିକ୍ରି ବେଳକୁ ବହୁ ସମସ୍ୟାରେ ଘାଂଟି ହୁଏ । ଚାଷୀର ଉତ୍ପାଦିତ ସାମଗ୍ରୀ ସିଧାସଳଖ ଖୁଚୁରା ବ୍ୟବସାୟୀ କିଣୁ ନଥିବା ବେଳେ ବାଧ୍ୟ ହୋଇ ଚାଷୀ ନିଜର ସାମଗ୍ରୀକୁ ଗୋଦାମରେ ଦେଇଥାଏ । ଗୋଦାମ ମାଲିକ ଆଉ ଖୁଚୁରା ବ୍ୟବସାୟୀଙ୍କ ଇଛାରେ ମୂଲ୍ୟ ନିର୍ଦ୍ଧାରଣ ହୁଏ । ଆଉ ଯେତିକି ହୁଏ ସେତିକି ନେଇ ଚାଷୀ ବାଧ୍ୟ ବାଧକତାରେ ନିଜ ଘରକୁ ଫେରେ)

କାହିଁକି ଅନ୍ୟ କାହା ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରେ ପରିବା ବିକ୍ରୀ କରେ ଚାଷୀ ? 

କ’ଣ ହୋଇପାରେ ତା’ର ପ୍ରତିକାର?

ଗୋଟିଏ ପଟେ ଚାଷ ଜମିର ପରିମାଣ କମିବାରେ ଲାଗିଛି ତ ନିରାଶାଜନକ ଲାଭ କାରଣରୁ ଓଡିଶାର ଯୁବ ଗୋଷ୍ଠୀ ଚାଷରୁ ମୁହଁ ଫେରାଇବାରେ ଲାଗିଛି । ଆରପଟେ ବର୍ଦ୍ଧିଷ୍ନୁ ଜନସଂଖ୍ୟା କାରଣରୁ ଖାଦ୍ୟର ଆବଶ୍ୟକ ପରିମାଣ ମଧ୍ୟ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ବ୍ୟାପକ ଜ୍ଞାନକୌଶଳ ସହ ଗାଁ ମାଟି ମନସ୍କ ହେବାକୁ ବର୍ତମାନର ସମୟ ଆମକୁ ଆହ୍ୱାନ କରୁଛି ।