କନକ ବ୍ୟୁରୋ: ବହୁ ଦିନ ଧରି ଯାହାକୁ ସମସ୍ତଙ୍କର ଅପେକ୍ଷା ଥିଲା ଏବେ ସେହି ଦିନ ଆସିସାରିଛି । ଆଜିଠୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ ଦିନିକିଆ ବିଶ୍ୱକପ୍ । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ । ତେବେ ଏହା ପୂର୍ବରୁ ସୋସିଆଲ୍ ମିଡିଆଠୁ ଆରମ୍ଭ କରି ସବୁଠୁ ଗୋଟିଏ କଥା ଚର୍ଚ୍ଚାରେ ରହିଛି । ଏଥର ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ କାହିଁକି ହେଲାନି ଓପନିଂ ସେରେମନି?

Kanak News is now on WhatsApp
Join and get latest news updates delivered to you via WhatsApp
ବିଶ୍ୱକପ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଓପନିଂ ସେରେମନୀ ଦେଖିବାକୁ ମିଳିଥାଏ । ୨୦୧୧ ବିଶ୍ୱକପରେ ମଧ୍ୟ ସେହି ସମାନ ଧାରା ଦେଖିବାକୁ ମିଳିଥିଲା । ଓପନିଂ ସେରେମନୀ ଉତ୍ସବରେ ଏକାଠି ହେଇଥିଲେ ସବୁ ଟିମର କ୍ୟାପଟେନ୍ । ହେଲେ ଏଥର କିନ୍ତୁ ବିଶ୍ୱକପ୍ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଓପନିଂ ସେରେମନୀର ଆୟୋଜନ କରାଯାଇନି । ଯାହାକୁ ନେଇ ଅନେକ ପ୍ରଶ୍ନ ଠିଆ ହେଇଛି ।
ମିଳିଥିବା ସୂଚନା ମୁତାବକ, ବିସିସିଆଇ ବିଶ୍ୱକପ୍ ଓପନିଂ ସେରେମନୀ କରିିବାକୁ ଏଥର ଆଦୌ ପ୍ଲାନ୍ କରିନଥିଲା । ହେଲେ ଗଣମାଧ୍ୟମରେ କିନ୍ତୁ ଏନେଇ ଖବର ପ୍ରକାଶ ପାଇଥିଲା । ଆଉ ବୋର୍ଡକୁ ଏ ସମ୍ପର୍କରେ ପଚରାଯିବାରୁ ବୋର୍ଡ ଏ କଥାକୁ ସିଧା ସିଧା ମନା କରିଦେଇଥିଲା । ଯାହା ପରେ ଏଥର ବିଶ୍ୱକପରେ ଓପନିଂ ସେରେମନୀର ଆୟୋଜନ ହେବ ନାହିଁ ବୋଲି ପକ୍କା ହେଇଥିଲା ।
ସୂଚନାଯୋଗ୍ୟ ଯେ, ୨୦୧୧ ପରେ ଭାରତ ଏକାକି ଭାବେ ଆୟୋଜନ କରୁଛି ଦିନିକିଆ ବିଶ୍ୱକପ୍ । ୪୬ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ । ବିଶ୍ୱର ୧୦ଟି ବଡ ବଡ ଦେଶ ଏଥର ବିଶ୍ୱକପରେ ଭାଗ ନେଉଛନ୍ତି । ତେଣୁ ଏଥର ବିଶ୍ୱକପରେ କଡା ଟକ୍କର ଦେଖିବାକୁ ମିଳିପାରେ ।