ସାରା ବିଶ୍ୱକୁ ଆତଙ୍କିତ କରିଥିବା ‘କରୋନା’ କାହିଁକି ଯାଇପାରୁନି ଆଫ୍ରିକା? ବିଶେଷଜ୍ଞ ଖୋଲିଲେ ରହସ୍ୟ ।

3,196

କନକ ବ୍ୟୁରୋ: ଚୀନରେ କରୋନା ଭାଇରସ ଦ୍ୱାରା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି  । ଏ ପର୍ଯ୍ୟନ୍ତ ୧୭୭୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୭୦ ହଜାର ଲୋକ ସଂକ୍ରମିତ ଅଛନ୍ତି  । ସାରା ବିଶ୍ୱରେ କରୋନାକୁ ନେଇ ଚିନ୍ତା ବଢିଥିବାବେଳେ ଏହି ଭାଇରସକୁ ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି  । ନୂଆ ତଥ୍ୟ ମୁତାବକ କରୋନା ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବାବେଳେ ଆଫ୍ରିକା ମହାଦେଶରେ କିନ୍ତୁ ଏହି ଭାଇରସ ପହଂଚିପାରିନାହିଁ  ।

ବଡ କଥା ଯେ ପାଖାପାଖି ୨୦ ଲକ୍ଷ ଚୀନର ଲୋକ ଆଫ୍ରିକାରେ ରହୁଥିବାବେଳେ ଆଫ୍ରିକାର ନାଗରିକମାନେ ମଧ୍ୟ ଶିକ୍ଷା ଓ ବ୍ୟବସାୟ ପାଇଁ ଚୀନ ଯାଇଥାନ୍ତି  । ଯେଉଁମାନେ ବିମାନ ଦ୍ୱାରା ଆଫ୍ରିକା ଆସିଥାନ୍ତି ସେମାନଙ୍କୁ କଡା ଯାଞ୍ଚ କରାଯାଉଛି  । ଆଉ କିଛି ବିଶେଷଜ୍ଞ କହିଛନ୍ତି ଯେ କରୋନା ଭାଇରସ ସଂକ୍ରମିତ ହେବା ପାଇଁ ଆଫ୍ରିକାରେ ଅନୁକୂଳ ବାତାବରଣ ନାହିଁ  ।

ଆଫ୍ରିକାରେ ଅନ୍ୟ ଦେଶ ତୁଳନାରେ ଅଧିକ ଗରମ ହେଉଥିବାରୁ ଏଠାରେ ଭାଇରସ ସଂକ୍ରମଣ କରିପାରୁନାହାଁନ୍ତି ,୩୦ରୁ ୩୫ ଡିଗ୍ରୀ ତାପମାତ୍ରାରେ ଏହି ଭାଇରସ ଜୀବନ୍ତ ରହିପାରୁନଥିବାବେଳେ ଥଣ୍ଡା ପାଣିପାଗରେ ହିଁ ଏହି ଭାଇରସ ସକ୍ରିୟ ରହିଥାନ୍ତି  । ଏବେ ପ୍ରଶ୍ନ ଉଠିଛି କିଭଳି ଆଫ୍ରିକାରେ ଏହି ଭାଇରସ ଆସିନାହିଁ  । ବିଶେଷଜ୍ଞମାନେ ୨ଟି ପ୍ରମୁଖ କାରଣ ବାବଦରେ କହିଛନ୍ତି  । କିଛି ବିଶେଷଜ୍ଞଙ୍କ କହିବା କଥା ଯେ ଆଫ୍ରିକାର ପ୍ରମୁଖ ବିମାନ ବନ୍ଦରମାନଙ୍କରେ ସ୍କ୍ରିନିଙ୍ଗ ସୁବିଧା ରଖାଯାଇଛି  ।