ଉପକୂଳ ଜିଲ୍ଲାରେ କାହିଁକି କମୁ ନାହିଁ କରୋନା ? ରେଡ ଜୋନରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ପ୍ଲାନ । ଜୁଲାଇ ୧ ପରେ ରହିବ ନା ଖୋଲିବ କରୋନା କଟକଣା 

345

କନକ ବ୍ୟୁରୋ: କିଛି ଜିଲ୍ଲାରେ ସଂକ୍ରମଣ ବଢ଼ୁଛି, ଅନ୍ୟ କିଛି ଜିଲ୍ଲାରେ କମୁଛି  । ମହାମାରୀରେ ଏକା ସାଂଗେ ସଂକ୍ରମଣ ଥମିବ ବୋଲି ଦେଖାଯାଇ ନାହିଁ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଚାରି ପାଂଚଟି ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବା ହେତୁ ସେହିସବୁ ଜିଲ୍ଲା ଉପରେ ଧ୍ୟାନ ଦିଆଯାଉଛି । ତେବେ ସାମଗ୍ରିକ ଭାବେ ଜିଲ୍ଲାରେ ସଂକ୍ରମଣ କମିବାରେ ଲାଗିଛି ।

ଉପକୂଳବର୍ତୀ ଜିଲ୍ଲାରେ ବାହାର ଜିଲ୍ଲା ଲୋକଙ୍କ ଯିବା ଆସିବା ନିୟମିତ ହେଉଛି  । ଫଳରେ ଏହିସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି  । ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ବୁଝାସୁଝା କରାଯାଉଛି  । ଟ୍ରେଣ୍ଡକୁ ନଜରରେ କେଉଁ ଜିଲ୍ଲାରେ ଲକଡାଉନ ଉଠିବ କି ନାହିଁ ନିଷ୍ପତି ନିଆଯିବ  । ୫ ପ୍ରତିଶତ କମ୍ ଥିବା ଜିଲ୍ଲାମାନଙ୍କରେ କଟକଣା କୋହଳ କରାଯାଇପାରେ ବୋଲି ଡିଏମଇଟି କହିଛନ୍ତି  ।

ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ସଂକ୍ରମଣ ଅବସ୍ଥା ସ୍ଥିର ରହିଛି  । ସଂକ୍ରମଣ ବଢ଼ୁ ନାହିଁ । ରୋଗୀ ସଂଖ୍ୟା କମୁଛି । ଆକ୍ଟିଭ କେସ୍ ମଧ୍ୟ କମିଚାଲିଛି  ।ତେବେ ୪ଟି ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି । ଟେଷ୍ଟଂ, ଟ୍ରାକିଂ, ଟ୍ରିଟମେଂଟ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି ।