କନକ ବ୍ୟୁରୋ: ଏବେ ପ୍ରତିଷ୍ଠିତ ନୋବେଲ ପୁରସ୍କାରର ଘୋଷଣା ହେଉଛି । ପ୍ରତିଦିନ ବିଭିନ୍ନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା ଜାରି ରହିଛି । ଆପଣ ଲକ୍ଷ୍ୟ କରିଥିବେ ଯେତେବେଳେ କୌଣସି ବିଷୟରେ ନୋବେଲ ପୁରସ୍କାର ଘୋଷଣା ହୁଏ , ଖବରରେ ପୁରସ୍କାର ବିଜେତାଙ୍କ ଫଟୋ ନୁହେଁ ବରଂ ହ।ତ ଅଙ୍କା ଚିତ୍ର ପ୍ରକାଶ ପାଏ । ଏହି ଚିତ୍ର ଗୁଡିତ କଳା ବର୍ଡର ଓ ସୁନେଲି ରଙ୍ଗର ସମାହାର ହୋଇଥାଏ । ତେବେ ସେମାନଙ୍କର ଫଟୋ ଜାରି ନହୋଇ ଏଭଳି ପୋଟ୍ରେଟ୍ କାହିଁକି ଜାରି ହୁଏ?

Advertisment

ଆପଣ କେବେ ଭାବିଛନ୍ତି କି ସୋସିଆଲ ମିଡିଆରେ ନୋବେଲ ପୁରସ୍କାର ବିଜେତାମାନଙ୍କ ସାମାନ୍ୟ ଫଟୋ କାହିଁକି ଆସୁନି? ହାତରେ ଅଙ୍କା ହୋଇଥିବା ପୋଟ୍ରେଟ୍ ହିଁ କାହିଁକି ଦେଖିବାକୁ ମିଳୁଛି । ସେ ଚିତ୍ର ପୁଣି କେବଳ କଳା, ହଳଦିଆ ରଙ୍ଗରେ କାହିଁକି ବନା ହେଉଛି । ଏହାକୁ ବନାଇଛନ୍ତି କିଏ? ଏସବୁ ପ୍ରଶ୍ନ ଆପଣଙ୍କୁ ରୋମାଞ୍ଚିତ କରୁଥିବା ନିଶ୍ଚୟ । ଏସବୁ ର ଉତ୍ତର ବି ଭାରି ମଜାଦାର ।

୨୦୧୭ ରେ, ନୋବେଲ ପୁରସ୍କାର ବିଜେତାଚୟନ କରିଥିବା କମିଟି ନିଷ୍ପତ୍ତି ନେଇଥିଲା ଯେ ବିଜେତାଙ୍କ ନାମ ସ୍ୱର୍ଣ୍ଣିମ ରଙ୍ଗରେ ଘୋଷଣା କରାଯିବ । ଏଠାରୁ ହିଁ ସେ ଏହି ଧାରଣା ଆଣିଥିଲେ ଯେ ଚିତ୍ରର ରଙ୍ଗ ସୁନେଲି ହେବ । ଚିତ୍ରର ରଙ୍ଗକୁ ସୁବର୍ଣ୍ଣ କରିବା ପାଇଁ ସୁନା ଫଏଲ୍ ବ୍ୟବହୃତ ହୋଇଥିଲା । ଗୋଲ୍ଡେନ୍ ଫଏଲ ହେଉଛି ସୁନାର ଜରି , ଯାହା ବିଭିନ୍ନ କ୍ୟାରେଟ୍ ଓ ସେଡ୍ରେ ପ୍ରସ୍ତୁତ ହୋଇଥାଏ । ଚିତ୍ରରେ ଏକ ବିଶେଷ ପ୍ରକାରର ଅଠା ପ୍ରୟୋଗ କରାଯାଏ ଏବଂ ଉପରେ ସୁନା ଫଏଲ୍ ପ୍ରୟୋଗ କରାଯାଏ , ଫଳରେ ନୋବେଲ ପୁରସ୍କାର ବିଜେତାଙ୍କ ଚିତ୍ର ସୁନେଲି ବା (ଗୋଲ୍ଡେନ୍ ୟେଲୋ) ଦେଖାଯାଏ ।

ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ଏହି ସୁନେଲି ପୋଟ୍ରେଟ୍ । ତଥାପି ଚିତ୍ରକୁ ଅଧିକ ଆକର୍ଷଣୀୟ କରିବା ପାଇଁ କଳା ରଙ୍ଗରେ ପୋଟ୍ରେଟର ବର୍ଡର କରାଯାଏ । ଏବଂ ଏହାର ବ୍ୟାକଗ୍ରାଉଣ୍ଡରେ ଧଳା ରଙ୍ଗ ବ୍ୟବହାର କରାଯାଏ । ଏହା ପୂର୍ବରୁ ୨୦୧୪ ରୁ ୨୦୧୭ ପର୍ୟ୍ୟନ୍ତ ଚିତ୍ରରେ ନୀଳ ଏବଂ ହଳଦିଆ ବ୍ୟବହାର କରାଯାଉଥିଲା ।

ନୋବେଲ ପୁରସ୍କାର ବିଜେତାଙ୍କର ଏପରି ଚିତ୍ର ତିଆରି କରିଛନ୍ତି ସ୍ୱିଡେନ୍ ନିକ୍ଲାସ୍ ଏଲମେହେଡ୍ । ୨୦୨୧ ମସିହାରେ ନୋବେଲ ପୁରସ୍କାରର ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏ ବିଷୟରେ ସୂଚନା ସାର୍ବଜନୀନ କରାଯାଇଥିଲା ।

ଏଲମେହେଡ୍ ସ୍ୱିଡେନର ଜଣେ ଜଣାଶୁଣା ଚିତ୍ରଶିଳ୍ପୀ । ପେଣ୍ଟିଙ୍ଗ ବ୍ୟତୀତ ସେ ଖେଳରେ ରୁଚି ରଖନ୍ତି । ନିକ୍ଲାସ୍ ଏଲମେହେଡ୍ ଜଣେ ଭଲ ଫୁଟବଲ ଖୋଳଳି । ଏହା ସହ ସେ ଜଷର ଦକ୍ଷ ବକ୍ସର ମଧ୍ୟ । ତାଙ୍କୁ ନୋବେଲ ମିଡିଆର କଳା ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଛି । ୨୦୧୨ ରୁ, ସେ ସମସ୍ତ ଭିଜୁଆଲ୍ କଣ୍ଟେଣ୍ଟ ପରିଚାଳନା ଦାୟିତ୍ୱରେ ଅଛନ୍ତି ।

କଳା ସୁନେଲି ରଙ୍ଗରେ ଫଟୋ ଚିତ୍ର ବନାଇବାର କାରଣ ବି ଭାରି ମଜାଦାର । ୨୦୧୨ରେ ଏଲମେହେଡ୍ ନୋବେଲ ବିଜୟୀଙ୍କ ଫଟୋକୁ ପ୍ରଥମେ ବ୍ଲାକ୍ ମାର୍କରରେ ଆଙ୍କିଥିଲେ । ସେ ସମୟରେ ଅଧିକାଂଶ ବୈଜ୍ଞାନିକଙ୍କ ଫଟୋ ଖରାପ କ୍ୱାଲିଟିର ମିଳୁଥିଲା । ଏଗୁଡିକର ରେଜୋଲ୍ୟୁସନ୍ ଏତେ ଖରାପ ଥିଲା ଯେ, ସେମାନଙ୍କୁ ଚିହ୍ନିବା କଷ୍ଟକର ହେଉଥିଲା । ନୋବେଲ ଘୋଷଣା ପୂର୍ବରୁ ବିଜେତାଙ୍କୁ ବି ସେମାନଙ୍କୁ ପୁରସ୍କାର ମିଳିବ ବୋଲି ଜଣାପଡୁନଥିଲା । ଏଥିପାଇଁ ସେମାନଙ୍କର ତାଜା ଫଟୋ ଜାରି କରିବା ସମ୍ଭବ ହେଉନଥିଲା । ସେମାନଙ୍କର ପୋଟ୍ରେଟ୍ ବନାଇବାକୁ ବି ବିଜେତାଙ୍କର କିଛି ଫଠୋ ମିଳୁନଥିଲା । ଆଉ ଯାହା ବି ମିଳୁଥିଲା ତା ଉପରେ କପିରାଇଟ୍ ସମସ୍ୟା ଥିଲା । ତେଣୁ ମନରେ କଳ୍ପନା କରି ସେମାନଙ୍କ ପୋଟ୍ରେଟ୍ ଆଙ୍କୁଥିଲେ ଏଲମେହେଡ୍ । ସେବେଠାରୁ ନୋବେଲ ବିଜୟୀମାନଙ୍କର ପ୍ରକୃତ ଫଟୋ ବଦଳରେ ପୋଟ୍ରେଟ୍ ଜାରି କରାଯାଉଛି ।