କାହିଁକି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ? ମେଣ୍ଟ ସରକାରରୁ ଓହରିବା ପଛର ପୂରା କାହାଣୀ କହିଲେ ।

2,161

କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେବା ପରେ ଜେଡିୟୁ-ଆରଜେଡି-କଂଗ୍ରେସ ମେଣ୍ଟ ସରକାର ଭାଙ୍ଗିଛି । ବିଜେପି ସହ ମିଶି ଜେଡିୟୁ ପୁଣିଥରେ ସରକାର ଗଠନ କରିବାକୁ ଯାଉଛି । ସନ୍ଧ୍ୟା ୫ଟାରେ ନୀତିଶ ପୁଣିଥରେ ମୁଖ୍ୟମନ୍ତ୍ରୀ ଶପଥ ନେବେ । ନୀତିଶଙ୍କ ସମେତ ୨ ଉପ-ମୁଖ୍ୟମନ୍ତ୍ରୀ ଓ ୬ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେବେ ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୀତିଶ କହିଛନ୍ତି, ଦଳ ଭିତରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ମେଣ୍ଟ ସରକାରର ସମସ୍ତ କାମର ଶ୍ରେୟ ଆରଜେଡି ନେଉଥିଲା । ମୁଁ କାମ କରିବାକୁ ଚାହୁଁଥିଲି, କିନ୍ତୁ ମୋତେ କାମ କରିବାକୁ ଦିଆଯାଉନଥିଲା । ମେଣ୍ଟ ସରକାରରେ ବହୁତ ଅସୁବିଧା ହେଉଥିଲା । ଦେଢ ବର୍ଷ ପୂର୍ବରୁ ହୋଇଥିବା ମେଣ୍ଟ ରେ ସ୍ଥିତି ସବୁକିଛି ଠିକ୍ ନଥିଲା । ନୂଆ ଗଠବନ୍ଧନକୁ ନେଇ ଲୋକ ଖରାପ ଭାବୁଥିଲେ । ମୁଁ ବହୁତ କିଛି କହିବାକୁ ଚାହୁଁଥିଲି କିନ୍ତୁ କହିପାରୁନଥିଲି । ମହାମେଣ୍ଟରୁ ଦଳ ଓହରି ଯାଇଛି ଏବଂ ମହାମେଣ୍ଟରେ କିଛି କାମ ହେଉନଥିବାରୁ ଦୁଃଖିତ ବୋଲି କହିଛନ୍ତି ନୀତୀଶ ।

ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ହେବେ । ଏହାସହ ସମ୍ରାଟ ଚୌଧୁରୀ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ବେଳେ ବିଜୟ ସିହ୍ନା ବିଜେପି ବିଧାୟକ ଦଳ ଉପନେତା ନିର୍ବାଚିତ ହୋଇଛନ୍ତି ।