ଗିରଫ ହେଲେ ନୱାବ ମଲ୍ଲିକ । ମନି ଲଣ୍ଡ୍ରିଂ ମାମଲାରେ ଫସିଲେ ମହାରାଷ୍ଟ୍ର ମନ୍ତ୍ରୀ

119

କନକ ବ୍ୟୁରୋ: ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲ୍ଲିକଙ୍କ ଉପରେ ବୁଧବାର ସକାଳୁ ବଡ ଚଡକ ପଡିଛି । ଅଣ୍ଡରୱାଲ୍ଡ ସହ ସର୍ମ୍ପକ ରଖିବା ଓ ମନି ଲଡ୍ରିଂ ମାମଲାରେ ନୱାବଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ମହାରାଷ୍ଟ୍ର ରାଜନୀତିରେ ହଲଚଲ । ଗିରଫ ହେଲେ ମନ୍ତ୍ରୀ ନୱାବ ମଲ୍ଲିକ । ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ବୁଧବାର ମଧ୍ୟାହ୍ନରେ ନୱାବଙ୍କୁ ଗିରଫ କରିଛି । ଆଜି ସକାଳ ପ୍ରାୟ ୬ଟାରେ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲ୍ଲିକଙ୍କ ଘରେ ପହଁଚିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ । ଅଣ୍ଡରୱାଲର୍ଡ ମାଫିଆଙ୍କ ନୱାବଙ୍କ ସହ ସମ୍ପର୍କ ଏବଂ ମନି ଲଣ୍ଡିଂ ଅଭିଯୋଗ ଆଧାରରେ ନୱାବଙ୍କୁ ପ୍ରାୟ ୧ ଘଣ୍ଟା ଧରି ଜେରା କରିଥିଲା ଇଡି । ତେବେ ମନ୍ତ୍ରୀଙ୍କଠୁ ସନ୍ତୋଷଜନକ ଉତ୍ତର ନପାବା ପରେ ନୱାବଙ୍କ ସାଥିରେ ନେଇ ଇଡି ଅଧିକାରୀ ପହଁଚିଥିଲେ ମୁମ୍ବାଇ ଇଡି ମୁଖ୍ୟାଳୟରେ ।

ସେପଟେ ନୱାବ ମଲ୍ଲିକଙ୍କୁ ଇଡି ଉଠେଇନେବା ଘଟଣା ମହ୍ରାରାଷ୍ଟ୍ର ରାଜନୀତିର ପାରଦ ବଢେଇ ଦେଇଛି । ଘଟଣାକୁ ନେଇ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ଶରଦ ପାୱାର ନିନ୍ଦା କରିଛନ୍ତିି । ଘଟଣାକୁ ନେଇ ଏନସିପି କାର୍ଯ୍ୟାଳୟର ଏକ ଟୁଇଟ କରାଯାଇଛି । ଟୁଇଟରେ କୁହାଯାଇଛି ଆମେ ପଛକୁ ହଟିବୁନି କି ଭୟଭୀତ ହେବୁନି । ୨୦୨୪ ପାଇଁ ପ୍ରସ୍ତୁତ ରୁହ । ଏନସିପି କାର୍ଯ୍ୟାଳୟର ଏଭଳି ଟୁଇଟକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ସେପଟେ ଘଟଣାକୁ ନେଇ ଏନସିପିକର୍ମୀ ମାନେ ବିଭିନ୍ନ ସ୍ଥାନରେ ଧାରଣା ଦେଇଛନ୍ତି ।

ଫେବୃଆରୀ ୧୫ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁମ୍ବାଇରେ ଏକ ବଡ ଧରଣର ଚଢାଉ କରିଥିଲା । ମନି ଲଡ୍ରିଂ ଓ ଅଣ୍ଡରୱାଲ୍ଡ ଲିଙ୍କ ଅଭିଯୋଗ ଆଧାରରେ ଏହି ଚଢାଉ କରାଯାଇଥିଲା । ଏହି ସମୟରେ ନୱାବଙ୍କ ନାଁ ଉଠିବା ପରେ ଏବେ ତାଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।