ମଶା କାହିଁକି ପିଏ ମଣିଷ ରକ୍ତ ? ମଣିଷ ରକ୍ତ ପ୍ରତି ମଶା ଆକୃଷ୍ଟ ହେବାର କାରଣ କ’ଣ ? ଜାଣନ୍ତୁ କ’ଣ କହିଲେ ବୈଜ୍ଞାନିକ ।

1,411

କନକ ବ୍ୟୁରୋ : ଆପଣ ଜାଣିଛନ୍ତି କି, ଆପଣଙ୍କ ରକ୍ତ କାହିଁକି ପିଇଥାଏ ମଶା ? ବୈଜ୍ଞାନିକମାନେ ଏହା ପଛରେ ଥିବା ଯେଉଁ କାରଣ କହିଛନ୍ତି, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଦୁନିଆର ଆରମ୍ଭରେ ରକ୍ତ ପ୍ରତି ଆକୃଷ୍ଟ ନଥିଲେ ମଶା । ଧିରେ ଧିରେ ସେମାନଙ୍କ ସ୍ୱଭାବରେ ପରିବର୍ତନ ଆସିଥିଲା ।

ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ, ମଶା, ମଣିଷ କିମ୍ବା ଅନ୍ୟ କୌଣସି ଜୀବଜନ୍ତୁଙ୍କର ରକ୍ତ ପିଇବା ଏଥିପାଇଁ ଆରମ୍ଭ କଲା, କାରଣ ସେମାନେ ଶୁଷ୍କ ସ୍ଥାନରେ ବାସ କରୁଥିଲେ । ଯେତେବେଳେ ବି ପାଣିପାଗ ଶୁଖିଲା ରହୁଥିଲା, ଏବଂ ପ୍ରଜନନ ପାଇଁ ପାଣିର ଅଭାବ ଦେଖାଯାଉଥିଲା, ସେତେବେଳେ ମଣିଷ କିମ୍ବା ଅନ୍ୟ ଜୀବଜନ୍ତୁଙ୍କର ରକ୍ତ ପିଇବା ଆରମ୍ଭ କରିଦିଅନ୍ତି ମଶା ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆଫ୍ରିକାର ଏଡିସ୍ ଏଜିପ୍ଟି ମଶାଙ୍କୁ ନେଇ ବୈଜ୍ଞାନିକମାନେ ଏକ ଅଧ୍ୟୟନ କରିଥିଲେ । ଇଏ ହେଉଛନ୍ତି , ସେହି ପ୍ରଜାତିର ମଶା, ଯେଉଁମାନଙ୍କ ପାଇଁ ଜିକା ଭାଇରସ ବ୍ୟାପିଥାଏ । ଆଉ ଏହି ମଶାମାନଙ୍କ ପାଇଁ ହିଁ ଡେଙ୍ଗୁ ଭଳି ମାରାତ୍ମକ ରୋଗ ହୋଇଥାଏ ।

ତେବେ ୨୭ଟି ସ୍ଥାନରୁ ଏଡିସ୍ ଏଜିପ୍ଟି ମଶାମାନଙ୍କର ଅଣ୍ଡାକୁ ପରୀକ୍ଷଣ ପାଇଁ ନେଇଥିଲେ ବୈଜ୍ଞାନିକ । ଅଣ୍ଡାରୁ ଜନ୍ମ ନେବା ପରେ ମଶାମାନଙ୍କୁ ଏକ ବନ୍ଦ ଲ୍ୟାବ ଭିତରେ ଛଡାଯାଇଥିଲା । ଯେଉଁ ଲ୍ୟାବ ଭିତରେ ମଣିଷଙ୍କ ସମେତ କିଛି ଜୀବ ମଧ୍ୟ ରହିଥିଲେ । କିନ୍ତୁ ଏହି ମଶାମାନେ ନା ହିଁ ମଣିଷର ରକ୍ତ ପିଇଥିଲେ ନା ଜୀବଜନ୍ତୁଙ୍କର । ଏମାନଙ୍କ ଖାଦ୍ୟ ପାନୀୟ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅଲଗା ରହିଥିଲା ।

ତେବେ ଅଧ୍ୟୟନରୁ ଜଣାପଡିଥିଲା, ଏହି ପ୍ରଜାତିର ସମସ୍ତ ମଶା ରକ୍ତ ପିଇନଥାନ୍ତି । ଯେଉଁଠି ଗରମ ଅଧିକ ହୋଇଥାଏ ଏବଂ ଚାରିଆଡ ଶୁଖିଲା ରହିଥାଏ, ସେଠାରେ ପାଣିର ଅଭାବକୁ ଦୂର କରିବା ପାଇଁ ମଣିଷ କିମ୍ବା ଅନ୍ୟ ଜୀବଜନ୍ତୁଙ୍କର ରକ୍ତ ପିଇଥାନ୍ତି ମଶା ।

ଆପଣ ଲକ୍ଷ୍ୟ କରିଥିବେ ଯେଉଁଠି, ଆମେ ପାଣି ଜମା କରି ରଖିଥାଉ, ସେଠାରେ ମଶାମାନଙ୍କୁ ଦେଖିବାକୁ ମିଳେ । ପୁରୁଣା ଟାୟାର କିମ୍ବା ଅନ୍ୟ କୌଣସି ଝଙ୍କାଳିଆ ସ୍ଥାନରେ ପାଣି ଜମା ହୋଇରହିଲେ, ସେଠାରେ ମଶାମାନଙ୍କୁ ପ୍ରଜନନ ପାଇଁ ଅସୁବିଧା ହୁଏନାହିଁ । କିନ୍ତୁ ପାଣିର ଅଭାବ ଦେଖାଦେଲେ, ଏମାନେ ମଣିଷର ରକ୍ତ ପିଇବା ଆରମ୍ଭ କରନ୍ତି ।