କନକ ବ୍ୟୁରୋ: ଉତ୍ତର ଭାରତ ବଢୁଛି ଶୀତର ପ୍ରକୋପ । ଅସ୍ତବ୍ୟସ୍ତ କରୁଛି ଥଣ୍ଡାର ଲହରୀ । ଆଉ ଏହି ପ୍ରବଳ ଥଣ୍ଡା ଭିତରେ ହୃଦରୋଗୀ ଓ ମସ୍ତିଷ୍କ ରୋଗୀଙ୍କ ପାଇଁ ଆସିଛି ଚିନ୍ତାଜନକ ଖବର । ଗୋଟିଏ ଦିନରେ ୟୁପିର ଗୋଟିଏ ସହରରେ ଏହି ଥଣ୍ଡା କାରଣରୁ ଚାଲିଯାଇଛି ୨୫ ଜଣଙ୍କ ଜୀବନ । ଏବେ ବି ୪୦ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବା ନେଇ ଡାକ୍ତରଙ୍କ ପକ୍ଷରୁ ମେଡିକାଲ ବୁଲେଟିନରେ କୁହାଯାଇଛି ।

Advertisment

ସୂଚନା ମୁତାବକ, ଉତ୍ତରପ୍ରଦେଶର କାନପୁର ହସ୍ପିଟାଲରେ ୭୨୩ ଜଣ ହାର୍ଟ ଓ ବ୍ରେନ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା । ସେଥି ମଧ୍ୟରୁ ମାତ୍ର ୨୪ ଘଣ୍ଟା ଭିତରେ ୨୫ ଜଣଙ୍କ ଜୀବନ ଚାଲିଯାଇଛି । ଡାକ୍ତରଙ୍କ କହିବା କଥା, ମୁଣ୍ଡ ବୁଲାଇବା ପରେ ପରେ ଅଚେତ୍ ହୋଇଯିବା ମୃତକଙ୍କ ଲକ୍ଷଣ ଥିଲା । ତେବେ ଶୀତଦିନରେ ହିଁ ଭାରତରେ ଅଧିକ ହୃଦଘାତ ମୃତ୍ୟୁ ହେଉଥିବା ଡାକ୍ତର କହିଛନ୍ତି । ଏହାର ଅନେକ କାରଣ ରହିଛି, ଯେପରିକି ଥଣ୍ଡାରେ ଅଚାନକ ବ୍ଲଡ୍ ପ୍ରେସର ବଢ଼ିଯିବା, ପରେ ପରେ ସ୍ନାୟୁକୋଷରେ ବ୍ଲଡ୍ ଜମାଟ ବାନ୍ଧିବା ଭଳି କାରଣ ପ୍ରମୁଖ ରହିଛି ।

ଅତି ସାଧାରଣ ଭାଷାରେ ବୁଝାଇଲେ, ଶୀତ ଦିନେ ସ୍ନାୟୁକୋଷ ସଂକୁଚିତ ହୋଇଯାଏ ତେଣୁ ଶରୀରର ଶିରାପ୍ରସିରାରେ ରକ୍ତ ସଂଚାଳନ ଖୁବ କମ୍ ହୋଇଯାଏ । ଯାହାଳଫଳରେ ହାର୍ଟ ଉପରେ ଅଧିକ ପ୍ରଭାବ ପଡେ, ଆଉ ହୃଦରୋଗୀଙ୍କ ପାଇଁ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ।

ଶୀତଦିନେ କ’ଣ କରିବେ ହୃଦରୋଗୀ?
କେମିତି ହାର୍ଟ ଓ ବ୍ରେନକୁ ରଖିବେ ସୁରକ୍ଷିତ?

• ଶୀତଦିନ ମାନେ ସଂକୁଚିତ ଶରୀର, ଥଣ୍ଡା ପଡ଼ିବା ମାତ୍ରେ ଆପଣ ଫିଜିକାଲ ଆକ୍ଟିଭିଟି ବା ଯୋଗ ବ୍ୟାୟାମ ଅଳ୍ପ ବହୁତ କରନ୍ତୁ...
• ବିଶେଷ କରି ହୃଦରୋଗୀ ମାନେ ପ୍ରତିଦିନ ୩୦ରୁ ୪୦ ମିନିଟ୍ ମର୍ଣ୍ଣିଂ ଅବା ଇଭିନିଙ୍ଗ ୱାକ୍ କରନ୍ତୁ...
• ଶୀତଦିନେ ହୃଦରୋଗୀ ମାନେ ମଦଠୁ ଦୂରରେ ରୁହନ୍ତୁ
• ଶୀତଦିନେ ମେଦବହୁଳତା ଉପରେ ବିଶେଷ କରି ଗୁରୁତ୍ୱ ଦିଅନ୍ତୁ
• ତଟକା ଜାତୀୟ ପୃଷ୍ଟିକର ଖାଦ୍ୟ ହୃଦରୋଗୀ ଓ ମସ୍ତିଷ୍କରୋଗୀଙ୍କ ପାଇଁ ଉତ୍ତମ