ମିଡ଼ିଆ ଦେଖିଲେ ମହାରଥୀଙ୍କୁ ଡ଼ର ଲାଗୁଛି ?

442

କନକ ବ୍ୟୁରୋ: ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ଦବଙ୍ଗ ନେତା ବୋଲାଉଥିବା ମହାରଥୀଙ୍କୁ ଏବେ ଘାରିଛି ମିଡ଼ିଆ ଡ଼ର । ଯେଉଁଠି ସାମ୍ବାଦିକମାନଙ୍କୁ ଦେଖୁଛନ୍ତି ସେମାନଙ୍କ ପ୍ରଶ୍ନର ଉତ୍ତର ଦେବା ତ ଦୂରର କଥା ସେମାନଙ୍କ ଠାରୁ ଲୁଚିବାକୁ ଚେଷ୍ଟା କରୁଛନ୍ତି ମହାରଥୀ । ଏହାର ଅନେକ କିଛି କାରଣ ରହିଛି ଯାହାର ମୂଳ ଉର୍ତ୍ସ ହେଉଛନ୍ତି ଖୋଦ୍ ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ । ପିପିଲି ଗଣ ଦୁଷ୍ମର୍ମ ମାମଲାରେ ନିକଟରେ ଦେଇଥିବା ବୟାନକୁ ନେଇ ଏବେ ରାଜ୍ୟବ୍ୟାପୀ ମହାରଥୀଙ୍କୁ ବିରୋଧ ସ୍ୱର ଉଠିବାରେ ଲାଗିଛି । ଆଉ ଯେଉଁଥି ପାଇଁ ମହାରଥୀଙ୍କୁ ଏବେ ମିଡ଼ିଆ ଛାନିଆ ଘାରିଛି ।

Pradeeop Maharathy On Corruption & Bribery In Panchayat Levelସେପଟେ ପିପିଲି ଗଣ ଦୁଷ୍କର୍ମ ପ୍ରସଙ୍ଗରେ ରାୟ ଆସିବା ପରେ ମହାରଥୀ ଯେଉଁ ବୟାନ ଦେଇଥିଲେ. ତାକୁ ନେଇ ନବୀନ ମଧ୍ୟ ମହାରଥୀଙ୍କ ଉପରେ ଅସନ୍ତୋଷ ଅଛନ୍ତି । ଗତ କିଛି ମାସ ପୂର୍ବେ ରାଜ୍ୟରେ ମହିଳାଙ୍କର ଦୁଇଟି ସ୍ୱାମୀ ବୟାନ ମଧ୍ୟ ମହାରଥୀଙ୍କ ପାଇଁ ବିବାଦ ସୃଷ୍ଟି କରିଥିଲା । ଯାହାକି ମହାରଥୀଙ୍କ ପାଇଁ କିଛି ଦିନ ପର୍ଯ୍ୟନ୍ତ ଅଡୁଆ ସୃଷ୍ଟି କରିଥିଲା । କିନ୍ତୁ ନିକଟରେ ପିପିଲି ଗଣ ଦୁଷ୍କର୍ମ ମାମଲା ପ୍ରସଙ୍ଗରେ ରାୟ ଆସିଲା ପରେ ମହାରଥୀଙ୍କ ବୟାନ ବିରୋଧୀ ଦଳ ମାନଙ୍କ ପାଇଁ ରାଜନୀତି ଖୋରାକ ଯୋଗାଇଛି ।

pradipନିଜକୁ ଚଷାପୁଅ ବୋଲାଉଥିବା ମହାରଥୀଙ୍କୁ କିନ୍ତୁ ଏବେ ମିଡ଼ିଆ ଭୟ ଘାରିବାକୁ ଲାଗିଛି । କେତେବେଳେ ମହିଳା ବିରୋଧୀ ମନ୍ତବ୍ୟ ତ କେତେବେଳେ ପିପିଲି ପିଡ଼ିତାଙ୍କ ଉପରେ ମୁହଁ ଖୋଲିଲେ ବିବାଦୀୟ ହୋଇପଡ଼ୁଛନ୍ତି । ଆଉ ସେଥିପାଇଁ ଏବେ ମହାରଥୀ ମହାଶୟ ମିଡ଼ିଆକୁ ଦେଖିଲାମାନେ ତାଙ୍କର ଟେନସନ ବଢ଼ିଯାଉଛିଥିବା ଖଟିରେ ଚର୍ଚ୍ଚା ହେଉଛି । ଏପରିକି ମହାରଥୀ ବାବୁଙ୍କ ବାରମ୍ବାର ବିବାଦୀୟ ବୟାନ ପୁଣି ତାଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲାଇ ଦେଇଛି । ଏନେଇ ମହାରଥୀ କ୍ଷମା ପ୍ରାର୍ଥନା କରି ସାରିଥିଲେ ମଧ୍ୟ ରାଜ୍ୟବାସୀଙ୍କ ମଧ୍ୟରେ ଅସନ୍ତୋଷ ନିଆଁ ତେଜିବାରେ ଲାଗିଛି ବୋଲି ଶୁଣିବାକୁ ମିଳୁଛି । ମହାରଥୀ ଗଣମାଧ୍ୟକୁ ସାମ୍ନା କରିବାକୁ ମୁହଁ ମୋଡୁଛନ୍ତି ହେଲେ ମହାରଥୀଙ୍କ ଭାଗ୍ୟ ଆଗକୁ ଆଉ କେଉଁ ବିପଦର ସମ୍ମୁଖୀନ ହେବ ନାହିଁ ତ? ଏଭଳି କିଛି ଚର୍ଚ୍ଚା ଖଟିର ହଟ୍ ଟପିକ୍ ପାଲଟିଛି ।