କରୋନା କାଳରେ ବ୍ଲକ ଅଫିସରେ ପଡି ରହିଛି ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି । ପଞ୍ଜିକରଣ ତାଲିକାରେ ତ୍ରୁଟି ଯୋଗୁଁ ସହୟାତା ପାଇବାରୁ ବଞ୍ଚିତ ପୁରୀ ଜିଲ୍ଲାର ପ୍ରାୟ ୪ ହଜାର ନିର୍ମାଣ ଶ୍ରମିକ ।

202

କନକ ବ୍ୟୁରୋ : ଦୁର୍ଦ୍ଦିନରେ ନିର୍ମାଣ ଶ୍ରମିକ, ଶ୍ରମ କାର୍ଯ୍ୟାଳୟର ମନୋମୁଖୀ କାର୍ଯ୍ୟ ଯୋଗୁଁ କୋଭିଡ ସହାୟତା ପାଇବାରୁ ବଂଚିତ ହଜାର ହଜାର ନିର୍ମାଣ ଶ୍ରମିକ । କରୋନା ମହାମାରୀ ସମୟରେ ଶ୍ରମିକମାନଙ୍କୁ ୧୫ଶହ ଟଙ୍କାର ଆର୍ଥିକ ସହାୟତା ସରକାର ଯୋଗାଇ ଦେଇଥିବା ବେଳେ ଜିଲ୍ଲାର ୪ହଜାରରୁ ଅଧିକ ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ପଡିଛି କାର୍ଯ୍ୟାଳୟରେ । ସେପଟେ ସରକାରୀ ବାବୁଙ୍କ ଖାମ ଖିଅଲି ନୀତି ଯୋଗୁଁ ପଂଜିକୃତ ଶ୍ରମିକ ସରକାରୀ ସୁବିଧାରୁ ବଂଚିତ ଥିବା ଶ୍ରମିକ ସଂଗଠନ ଅଭିଯୋଗ କରିଛି । ତେବେ ସହାୟତା ଯୋଗାଇ ଦିଆନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ।

ଦେଶ ହେଉ ବା ବିଦେଶ, ଗାଁ ହେଉ ବା ସହର । ସବୁଠି ଠିଆ ହୋଇଥିବା ଚାକଚକ୍ୟ ସୁଉଚ୍ଚ ଅଟାଳିକା ପଛରେ ଲୁଚି ରହିଛି ନିର୍ମାଣ ଶ୍ରମିକଙ୍କ କଠିନ ପରିଶ୍ରମ । ଆଉ ଏବେ କରୋନା କାଳରେ ଲୋକଙ୍କୁ ଘରେ ରହିବା ପାଇଁ କୁହାଯାଉଥିବା ବେଳେ ଏହି ଘର ତୋଳି ପେଟ ପୋଷୁଥିବା ଶ୍ରମିକଙ୍କ ଜୀବନ ଜୀବିକା ଅଟକି ଯାଇଛି । ଶ୍ରମିକଙ୍କ ସମସ୍ୟାକୁ ନଜରରେ ରଖି ସରକାର ୧୫ଶହ ଲେଖାଏ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି । ହେଲେ ଏଯାଏଁ ଶ୍ରମିକଙ୍କୁ ମିଳିନଥିବା ଅଭିଯୋଗ ଆସିଛି ।

ଅଭିଯୋଗ ଅନୁସାରେ ପୁରୀ ଜିଲ୍ଲାରେ ୮୦ ହଜାର ନିର୍ମାଣ ଶ୍ରମିକ ପଂଜିକୃତ ହୋଇଛନ୍ତି । ୧୧ଟି ବ୍ଲକ, ୨ ଏନଏସି ଏବଂ ଗୋଟିଏ ମ୍ୟୁନିସପାଲଟିର ୫୯ ହଜାର ୭୨୭ ଶ୍ରମିକଙ୍କୁ ସହୟତା ଦେବା ପାଇଁ ଅର୍ଥ ମଂଜୁରୀ ହୋଇଛି । ହେଲେ ଏବେ ବି ପୁରୀ ଜିଲ୍ଲାର ପ୍ରାୟ ୩ ହଜାର ୯ ଶଙ ୭୪ ହଜାର ଶ୍ରମିକଙ୍କୁ ସହୟାତା ମିଳିପାରିନାହିଁ । ତେବେ ଗୋଟିଏ ବ୍ଲକ ଶ୍ରମିକଙ୍କ ନାଁ ଅନ୍ୟ ବ୍ଲକ ତାଲିକାରେ ଉଠିଥିବାରୁ ସହୟାତା ରାଶି ବିଭିନ୍ନ ବ୍ଲକ ଅଫିସ ଓ ଏନଏସି କାର୍ଯ୍ୟାଳୟରେ ପଡି ରହିଛି । ସେପଟେ ଘଟଣା ସଂପର୍କରେ ଗଣମାଧ୍ୟମ ଜରିଆରେ ଜାଣିବା ପରେ ସଫେଇ ରଖିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।

ତେବେ ମିଳିଥିବା ସୂଚନା ଅନୁସାରେ, ଅସ୍ତରଙ୍ଗ ବ୍ଲକର ୬ ହଜାର ୭୫୧ ନିର୍ମାଣ ଶ୍ରମିକ ନାମ ପଂଜିକରଣ କରିଥିବା ବେଳେ କାକଟପୁରରେ ୨୪ଶହ୨, ଗୋପରେ ୫ହଜାର ୭୩୫, ନିମାପଡାରେ ୪ହଜାର ୫୭୧, ପିପିଲିରେ ୪ ହଜାର ୫୮୧, କଣାସରେ ୪ ହଜାର ୧୨, ଡେଲାଙ୍ଗ ୬ ହଜାର ୨୧୮, ସତ୍ୟବାଦୀ ୫ ହଜାର ୧୦୧, ପୁରୀ ସଦର ୫ ହଜାର ୭୮୯, ବ୍ରହ୍ମଗିରି ୬ହଜାର ୩୫୯. କୃଷ୍ଣପ୍ରସାଦରୁ ୨ହଜାର ୮୮୪, ପୁରୀ ମ୍ୟୁନସିପାଲଟିରୁ ୩ହଜାର ୩୯୪, କୋଣାର୍କ ଏନଏସିରୁ ୩୫୯, ନିମାପଡା ଏନଏସିରୁ ୩୫୯, ପିପିଲି ଏନଏସିରୁ ୪୪୮ ଜଣ ନିର୍ମାଣ ଶ୍ରମକ ନାମ ପଂଜିକରଣ କରିଛନ୍ତି । ତଥାପି ଶ୍ରମିକଙ୍କୁ ସହୟାତା ମିିଳିନଥିବାରୁ ଅସନ୍ତୋଷ ଦାନା ବାନ୍ଦୁଛିା