କନକ ବ୍ୟୁରୋ : ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପାଇଁ ନୋଟିସ ଆଣିଛନ୍ତି ବିରୋଧୀ । ୬୪ ଜଣ ସାଂସଦଙ୍କ ସ୍ୱାକ୍ଷର ସହ ଉପରାଷ୍ଟ୍ରପତିଙ୍କୁ ଦିଆଯାଇଛି ନୋଟିସ୍ । ଆଉ ଏଥିପାଇଁ କଂଗ୍ରେସ ସହ ଅନ୍ୟ ୭ ବିରୋଧୀ ଦଳ ହାତ ମିଳାଇଛନ୍ତି । କଂଗ୍ରେସ ସହ ଅଛନ୍ତି ଏନସିପି, ସିପିଏମ, ସିପିଆଇ, ଏସପି, ବିଏସପି, ମୁସଲିମ ଲିଗ । ସବୁଠୁ ବଡ କଥା ହେଲା କ୍ଷମତାର ଅପବ୍ୟବହାର ଓ ଖରାପ ଆଚରଣ ପ୍ରଦର୍ଶନ ଭଳି ୫ଟି ଅଭିଯୋଗ ରହିଛି ମୁଖ୍ୟ ବିଚାରପତିଙ୍କ ନାଁରେ । ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱରେ ବିପକ୍ଷଙ୍କ ବୈଠକ ପରେ ନିଷ୍ପତି ନିଆଯାଇଛି । ତେବେ ଏହା ପୂର୍ବରୁ ଭାରତରେ କୌଣସି ମୁଖ୍ୟ ବିଚାରପତିଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯାଇନାହିଁ । ତେଣୁ ବିରୋଧୀ ଆଣିଥିବା ମହାଭିଯୋଗ ପ୍ରସ୍ତାବ ଉପରେ ରାଜ୍ୟସଭା ଅଧ୍ୟକ୍ଷ କଣ ନିଷ୍ପତି ନେଉଛନ୍ତି ତାହା ଦେଖିବା ବାକି ରହିଲା ।

Advertisment

publive-imageସ୍ୱାକ୍ଷର କଲେନି ମନମୋହନ :
ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବା ପରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । କଂଗ୍ରେସ ସମେତ ଅନ୍ୟ ୭ ବିରୋଧୀ ଦଳ ଆଣିଥିବା ମହାଭିଯୋଗ ପ୍ରସ୍ତାବରେ ସ୍ୱାକ୍ଷର କରିନାହାନ୍ତି ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ମନମୋହନ ସିଂହ ଏବେ କଂଗ୍ରେସ ପକ୍ଷରୁ ରାଜ୍ୟସଭା ସାଂସଦ ରହିଛନ୍ତି । ତେବେ ଏନେଇ କଂଗ୍ରେସ ନେତା କପିଲ ଶିବଲ କହିଛନ୍ତି, ଜାଣିଶୁଣି ଏହି ପ୍ରସ୍ତାବରୁ ତାଙ୍କୁ ଦୁରେଇ ରଖାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଓ ତାଙ୍କ ଗାରିମା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।କିନ୍ତୁ କଂଗ୍ରେସର ଏହି ପ୍ରସ୍ତାବ ଉପରେ ଆପତ୍ତି ଉଠାଇଛନ୍ତି ଦଳୀୟ ନେତା ସଲମାନ ଖୁର୍ସିଦ । ଜଷ୍ଟିସ ଲୋୟା ପ୍ରସଙ୍ଗ ହେଉ କି ଅନ୍ୟ ମାମଲା ସୁପ୍ରିମକୋର୍ଟ ରାୟ ଚୁଡାନ୍ତ । ଶୀର୍ଷକୋର୍ଟଙ୍କ ରାୟରେ ରାଜନୀତି ହେବା ଠିକ ନୁହେଁ, ଏହା ସମ୍ବେଦନଶୀଳ ମାମଲା ବୋଲି କହିଛନ୍ତି ସଲମାନ ଖୁର୍ସିଦ ।

publive-imageମହାଭିଯୋଗର ଆଧାର : 
- ମୁଖ୍ୟ ବିଚାରପତି ପଦ ଅନୁସାରେ ଆଚରଣ ସଠିକ ନ’ରହିବା
- ପ୍ରସାଦ ଏକ୍ସୁକେସନ ଟ୍ରଷ୍ଟ ମାମଲାରେ ଫାଇଦା ଉଠାଇବାର ଅଭିଯୋଗ
- ନ୍ୟାୟିକ ଓ ପ୍ରଶାସନିକ ପ୍ରକ୍ରିୟାକୁ ଏଡାଇ କାର୍ଯ୍ୟ କରିବା
- ଜମି ଅଧଗ୍ରହଣ ଅଭିଯୋଗ, ମିଥ୍ୟା ସତ୍ୟପାଠ ଦେବା
- ସୁପ୍ରିମକୋର୍ଟ ବିଚାରପତି ହେବା ପରେ ୨୦୧୩ରେ ଜମି ସରେଣ୍ଡର କରିବା
- ବହୁ ସମ୍ବେଦନଶୀଳ ମାମଲାକୁ କିଛି ନିର୍ଦ୍ଦିଷ୍ଟ ବେଂଚକୁ ଦେବା

publive-imageକଂଗ୍ରେସର ପ୍ରତିକ୍ରିୟା :

- ପ୍ରସ୍ତାବ ସପ୍ତାହକ ଆଗରୁ ଆଣିଥାନ୍ତୁ, ହେଲେ ଉପରାଷ୍ଟ୍ରପତିଙ୍କ ପାଖେ ସମୟ ନଥିଲା
- ୭ ରାଜନୈତିକ ଦଳ ସହ ମିଶି ରାଜ୍ୟସଭା ଅଧ୍ୟକ୍ଷଙ୍କୁ ମହାଭିଯୋଗ ପ୍ରସ୍ତାବ ଦେଇଛୁ
- ପ୍ରସ୍ତାବରେ ୭୧ ସାଂସଦଙ୍କ ସ୍ୱାକ୍ଷର ଥିଲା, ତେବେ ୭ ଜଣଙ୍କ କାର୍ଯ୍ୟକାଳ ସରିଗଲାଣି
- ୫ ଦିଗକୁ ଅଧାର କରି ପ୍ରସ୍ତାବ, ସଂଖ୍ୟା ଦୃଷ୍ଟିରୁ ପ୍ରସ୍ତାବ ଆଣିବାରେ ଅସୁବିଧା ନାହିଁ
- ଯଦି ବିଚାରପତି ଦୁର୍ବ୍ୟବହାର କରନ୍ତି, ଯାଂଚ କରିବାର ଅଧିକାର ସଂସଦର ରହିଛି
- ଜଷ୍ଟିସ ଦୀପକ ମିଶ୍ରଙ୍କ ସମୟରେ କିଛି ନିଷ୍ପତ୍ତି ନିଆଯାଇଛି, ଯାହା ସଠିକ ନୁହେଁ
- ଏନେଇ ସୁପ୍ରିମକୋର୍ଟର ୪ ବିଚାରପତି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରିଥିଲେ
- ଆଶା ରଖିଥିଲୁ ବିଚାରପତିଙ୍କ କ୍ଷୋଭ ପରେ କିଛି ପରିବର୍ତ୍ତନ ଆସିବ, କିଛି ହେଲାନି
- ମହାଭିଯୋଗ ଆଣିବା ଛଡା ଆଉ କୈାଣସି ଉପାୟ ନଥିଲା

publive-imageଅରୁଣ ଜେଟଲୀଙ୍କ ପ୍ରତିକ୍ରିୟା :
- କଂଗ୍ରେସ ଆଣିଥିବା ମହାଭିଯୋଗ ପ୍ରସ୍ତାବ ରାଜନୈତିକ ଅଭିସନ୍ଧି ମୁଳକ
- ବିବାଦୀୟ ପ୍ରସଙ୍ଗରେ ଶୁଣାଣି କରୁଥିବା ବିଚାରପତିଙ୍କୁ ଡରାଇବାକୁ ପ୍ରୟାସ କରାଯାଉଛି
- ସୁପ୍ରିମକୋର୍ଟଙ୍କ ରାୟ ମିଛ ପ୍ରଚାର କ୍ଷେତ୍ରରେ ବିରୋଧୀଙ୍କ ମୁଖା ଖୋଲିଦେଇଥିଲା, ଯାହାଫଳରେ ମୁଖ୍ୟ ବିଚାରପତିଙ୍କ ନାଁରେ ମହାଭିଯୋଗ ପ୍ରସ୍ତାବ ଆସିଛି
- ପ୍ରସ୍ତାବ ଆଧାରରେ ଜଜଙ୍କୁ ହଟାଯାଇପାରେ, କିନ୍ତୁ ପଦର ଗାରିମା ରହିବା ଆବଶ୍ୟକ
- ସାଂସଦଙ୍କ ବିଚାରପତି ଭଳି କ୍ଷମତା ରହିଛି, ନିଜ ସ୍ତରରେ ସବୁ ଯାଂଚ କରିପାରିବେ
- ମହାଭିଯୋଗ ପ୍ରସ୍ତାବ ନିଷ୍ପତ୍ତି ଦଳ ସ୍ତରରେ ହ୍ୱିପ ଜାରି କରି ଆଣିବା ଠିକନୁହେଁ
- ସାଂସଦ ଭାବେ ଜଜଙ୍କୁ ମିଳୁଥିବା ଅଧିକାରର ଏହା ଦୁରୁପଯୋଗ ହେଉଛି

publive-imageମହାଭିଯୋଗ ପକ୍ରିୟା :
- ଏଥିପାଇଁ ଲୋକସଭାରେ ୧୦୦ ରାଜ୍ୟସଭାରେ ୫୦ ସାଂସଦଙ୍କ ସମର୍ଥନ ଦରକାର
- ଆବଶ୍ୟକୀୟ ସମର୍ଥନ ପରେ ସଂସଦର କୌଣସି ଏକ ଗୃହରେ ପ୍ରସ୍ତାବ ଅଣାଯିବ
- ପ୍ରସ୍ତାବକୁ ରାଜ୍ୟସଭା ଅଧ୍ୟକ୍ଷ କିମ୍ବା ଲୋକସଭା ବାଚସ୍ପତିଙ୍କୁ ଦେବାକୁ ପଡିବ
- ପ୍ରସ୍ତାବକୁ ଗ୍ରହଣ କିମ୍ବା ଖାରଜ କରାଯିବ, ସେମାନଙ୍କ ଉପରେ ନିର୍ଭର କରେ
- ପ୍ରସ୍ତାବ ଗ୍ରହଣ ହେଲେ ତଦନ୍ତ ପାଇଁ ୩ ସଦସୀୟ ବିଶିଷ୍ଟ କମିଟି ଗଠନ ହେବ
- କମିଟିରେ ସୁପ୍ରିମକୋର୍ଟ ବିଚାରପତି, ହାଇକୋର୍ଟ ମୁଖ୍ୟ ବିଚାପତି ସଦସ୍ୟ ରହିବେ
- ଏମାନଙ୍କ ସହ ଜଣେ ଆଇନ ବିଶାରଦ ମଧ୍ୟ କମିଟିରେ ସଦସ୍ୟ ରହିବେ
- ବିଚାରପତି ଦୋଷୀ ହେଲେ, ରିପୋର୍ଟକୁ ପ୍ରସ୍ତାବ ଆସିଥିବା ଗୃହରେ ଉପସ୍ଥାପନ ହେବ
- ରିପୋର୍ଟକୁ ଅନ୍ୟ ସଦନକୁ ମଧ୍ୟ ହସ୍ତାନ୍ତର କରାଯାଇଥାଏ
- ଦୁଇ ତୃତୀୟାଂଶ ସଦସ୍ୟ ସମର୍ଥନ ଦେଲେ ରିପୋର୍ଟ ରାଷ୍ଟ୍ରପତିଙ୍କ ପାଖକୁ ଯିବ
- ସଂସଦରେ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ
- ରାଷ୍ଟ୍ରପତି ନିଜ ଅଧିକାର ବଳରେ ମୁଖ୍ୟ ବିଚାରପତିଙ୍କୁ ବହିଷ୍କାର କରିପାରିବେ

ଚିନ୍ତା ଜାହିର କଲେ ସୁପ୍ରିମକୋର୍ଟ :
- ମହାଭିଯୋଗ ପ୍ରକ୍ରିୟାର ମିଡିଆ ରିପୋର୍ଟିଂ ନେଇ ସର୍ବୋଚ୍ଚ କୋର୍ଟଙ୍କ ଚିନ୍ତା ପ୍ରକଟ
- ମିଡିଆରେ ଏଭଳି ଖବର ଦେଇ ଚିନ୍ତିତ ଓ ବିବ୍ରତ, ଏହା ଦୁର୍ଭାଗ୍ୟପୂର୍ଣ୍ଣ
- ନ୍ୟାୟପାଳିକା ବିପକ୍ଷରେ ରାଜନେତା କରୁଥିବା ବୟାନବାଜି ଚିନ୍ତାଜନକ
- ସୁପ୍ରିମକୋର୍ଟ ଏହି ସନ୍ଦର୍ଭରେ ଏଜି କେ.କେ. ଭେନୁଗୋପାଳଙ୍କ ସହଯୋଗ ଲୋଡିଛନ୍ତି
- ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ମେ ୭ ତାରିଖରେ ହେବ
- ତେବେ ମାମଲାରେ ରିପୋର୍ଟିଂ ଉପରେ ବ୍ୟାନ୍ ଲଗାଇବାକୁ କୋର୍ଟ ମନା କରିଛନ୍ତି

ପୂର୍ବରୁ କାହା ବିରୋଧରେ ଆସିଛି?

ଜଷ୍ଟିସ ସୈାମିତ୍ର ସେନ :
- ୨୦୧୧ରେ କଲିକତା ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ବିରୋଧରେ ପ୍ରସ୍ତାବ
- ଆର୍ଥିକ ହେରଫେର, ତଥ୍ୟ ଗଡବଡ ଅଭିଯୋଗରେ ପ୍ରସ୍ତାବ ଆସିଥିଲା ରାଜ୍ୟସଭାରେ
- ବହିଷ୍କାର କରିବା ପ୍ରସ୍ତାବ ଆଲୋଚନା ପାଇଁ ରାଜ୍ୟସଭାରେ ମତଦାନ
- ଲୋକସଭାରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ପଦରୁ ଇସ୍ତଫା ଦେଇଦେଲେ

publive-imageଜେ. ବି. ପର୍ଦ୍ଦୀବାଲା :
- ଗୁଜୁରାଟ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ୨୦୧୫ରେ ରାଜ୍ୟସଭାରେ ପ୍ରସ୍ତାବ
- ୫୮ ସଦସ୍ୟ ଏନେଇ ପ୍ରସ୍ତାବ ଆଣିଥିଲେ
- ସଂରକ୍ଷଣ ବିରୋଧରେ ବିବାଦୀୟ ବୟାନ ପରିପ୍ରେକ୍ଷୀରେ ଆସିଥିଲା ପ୍ରସ୍ତାବ
- ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଏକ ମାମଲାର ଶୁଣାଣି ବେଳେ ବିବାଦୀୟ ବୟାନ
- ମହାଭିଯୋଗ ନୋଟିସ ଆସିବା ପରେ ବିଚାରପତି ନିଜ ମନ୍ତବ୍ୟକୁ ଫେରାଇ ନେଲେ
- ସେହି ସମୟରେ ଉପରାଷ୍ଟ୍ରପତି ଥିଲେ ହମିଦ ଅନସାରୀ

publive-imageପି.ଡି ଦିନାକରନ :
- ଜମି ଜବରଦଖଲ, ଭ୍ରଷ୍ଟାଚାର, ନ୍ୟାୟିକ ପଦର ଅପବ୍ୟବହାର ଅଭିଯୋଗ ଥିଲା
- ସିକ୍କିମ ହାଇକୋର୍ଟର ବିଚାରପତି ଥିବା ବେଳେ ଆସିଥିଲେ ବିବାଦ ଘେରକୁ
- ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ଆଗରୁ ନିଜ ପଦରୁ ଇସ୍ତଫା ଦେଇଥିଲେ

ନାଗାର୍ଜୁନ ରେଡ୍ଡୀ :
- ଆନ୍ଧ୍ର ଓ ତେଲେଙ୍ଗାନା ହାଇକୋର୍ଟ ବିଚାରପତି ୨୦୧୬ରେ ବିବାଦକୁ ଆସିଥିଲେ
- ପଦର ଦୁରୁପଯୋଗ କରି ଦଳିତ ବିଚାରପତିଙ୍କୁ ନିର୍ଯ୍ୟାତନା ଦେବା ଅଭିଯୋଗ
- ରାଜ୍ୟସଭାରେ ୬୧ ସାଂସଦ ମହାଭିଯୋଗ ପ୍ରସ୍ତାବ ଚଲାଇବାକୁ ନୋଟିସ ଦେଇଥିଲେ
- ହେଲେ ଏହାପରେ କିଛି ସାଂସଦ ନିଜ ସ୍ୱାକ୍ଷରକୁ ଫେରାଇ ନେଇଥିଲେ

publive-imageଭି. ରାମାସ୍ୱାମୀ :
- ପଂଜାବ ଓ ହରିୟାଣା ମୁଖ୍ୟ ବିଚାରପତିଙ୍କ ବିରୋଧରେ ୧୯୯୦ରେ ପ୍ରସ୍ତାବ
- ଏହି ସମୟରେ ମହାଭିଯୋଗ ପ୍ରସ୍ତାବ ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ପହଂଚିଥିଲା
- ଚୁଡାନ୍ତ ଭୋଟ ବେଳେ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ମିଳିନଥିଲା