କନକବ୍ୟୁରୋ: ମମତା ମହନ୍ତ ରାଜ୍ୟସଭା ସାଂସଦ ପଦ ଓ ବିଜେଡି ଛାଡିବା ପରେ ଅନେକ ଚର୍ଚ୍ଚା ଲାଗି ରହିଛି। ଏସବୁ ଭିତରେ ମମତା ମହନ୍ତ ଦଳ ଛାଡିବା ପଛରେ ଭିନ୍ନ ଭିନ୍ନ କାରଣ ଥିବା  ଆଲୋଚନା ହେଉଛି। ଦଳ ମୋର ସେବାର ଆବଶ୍ୟକତା ଅନୁଭବ କରୁନଥିବାରୁ ବିଜେଡି ଛାଡୁଥିବା ନେଇ ସୋସିଆଲ ମିଡ଼ିଆରେ ଦର୍ଶାଇଥିଲେ ମମତା। ତେବେ ଏହାପଛରେ ବିଜେପିର ହାତ ଥିବା ଅଭିଯୋଗ କରିଥିଲେ ବିଜେଡି ନେତା।

Advertisment

କିନ୍ତୁ ବିଜେଡିର ଅଭିଯୋଗକୁ ଖଣ୍ଡନ କରିବା ସହ ବିଜେଡିରେ ସ୍ବାଧୀନତା ନଥିଲା, କିଛି ଲୋକ ଦଳ ଚଲାଉଥିଲେ ବୋଲି ମମତାଙ୍କୁ ଲାଗିଛି । ସେଥିପାଇଁ ସେ ଦଳ ଛାଡିଥିବେ ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ଅନ୍ୟପଟେ ମମତା ଦଳ ଛାଡିବା ପରେ ବିଜେଡିରେ ଅନ୍ତଃକନ୍ଦଳ ବଢିଥିବା ବିଜେପି ଅଭିଯୋଗ କରୁଥିବା ବେଳେ ବିଜେଡି ନେତା ସୁଧୀର ସାମଲ କହିଛନ୍ତି, ବିଜେଡି ଭଲ ଅବସ୍ଥାରେ ରହିଛି। ନବୀନଙ୍କ ନେତୃତ୍ବରେ ବିଜେଡି ଆହୁରି ଶକ୍ତିଶାଳୀ ଓ ଶାଣିତ ହେବ।