ନୋଟରେ ଗାନ୍ଧିଙ୍କ ଫଟୋ କଣ ପାଇଁ ରହିଥାଏ ! ଜାଣନ୍ତୁ ଏହା ପଛର ରହସ୍ୟ

79

ଆଜି ହେଉଛି ଅକ୍ଟୋବର ୨ ତାରିଖ । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୪୮ତମ ଜନ୍ମ ଦିବସ । ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଦିବସକୁ ପୂରା ଦେଶ ବେଶ ଧୂମଧାମରେ ପାଳନ କରୁଛି । ଗୋଟିଏ ଦିନରେ ଦୁଇ ମହାପୁରୁଷଙ୍କୁ ମନେ ପକାଉଛନ୍ତି ଦେଶବାସୀ । ତେବେ ଗାନ୍ଧିଙ୍କ ଅପ୍ରାଣ ଉଦ୍ୟମ ଫଳରେ ଦେଶ ସ୍ୱାଧୀନ ହୋଇଥିଲା । ଏଥିପାଇଁ ତାଙ୍କୁ ଜାତିର ପିତା କୁହାଯାଉଛି । କିନ୍ତୁ ଗାନ୍ଧିଙ୍କ ବିଷୟରେ କିଛି ଅଜଣା କଥା ରହିଛି ସମସ୍ତ ଭାରତୀୟ ଜାଣିବାକୁ ଇଚ୍ଛୁକ । କେବେ ଭାବିଛନ୍ତି ଆପଣଙ୍କ ପ୍ରତିଦିନ କାମରେ ଆସୁଥିବା ନୋଟରେ କାହିଁକି ଗାନ୍ଧିଙ୍କ ଫଟୋ ରହିଥାଏ । ଏବଂ ଏହି ଫଟୋ କେଉଁଠାରୁ ଅଣାଯାଇଥିଲା । ଆସନ୍ତୁ ଜାଣିବା ଗାନ୍ଧିଙ୍କ ବିଷୟରେ କିଛି ଅଜଣା କଥା ।

ଭାରତୀୟ ରିର୍ଜଭ ବ୍ୟାଙ୍କ ଅନୁଯାୟୀ, ୧୯୯୬ ମସିହାରେ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧିଙ୍କ ଫଟୋ ଥିବା ନୋଟ ବଜାରକୁ ଆସିଥିଲା । ପରେ ଗାନ୍ଧିଙ୍କ ଫଟୋ ଥିବା ୫, ୧୦,୨୦, ୧୦୦, ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବଜାରକୁ ଆସିଥିଲା । ଏହି ସମୟରେ ଅଶୋକ ସ୍ତମ୍ଭ ଥିବା ସ୍ଥାନରେ ରାଷ୍ଟ୍ରପିତା ଗାନ୍ଧିଙ୍କ ଫଟୋ ଥିବା ନୋଟ ଆସିଥିଲା । ଏହାଛଡା ନୋଟର ବାମ ପାଶ୍ୱର୍ର ତଳକୁ ଅଶୋକ ସ୍ତମ୍ଭର ଫଟୋ ପ୍ରିଣ୍ଟ କରାଯାଇଥିଲା ।

୧୯୯୬ ମସିହା ପୂର୍ବରୁ୧୯୮୭ ମସିହାରେ ଗାନ୍ଧିଙ୍କ ଫଟୋ ୱାଟରମାର୍କ ରୂପରେ ବିଭିନ୍ନ ନୋଟରେ ବ୍ୟବହାର କରାଯାଉଥିଲା । ଏଭଳି ଚିତ୍ର ନୋଟର ବାମ ପାଶ୍ୱର୍ରେ ଦେଖାଯାଉଥିଲା । କିନ୍ତୁ ପରେ ପ୍ରତ୍ୟେକ ନୋଟରେ ଗାନ୍ଧି ଫଟୋ ଛପାଯାଇଥିଲା । ଆରଟିଆଇରୁ ମିଳିଥିବା ସୂଚନା ମୁତାବିକ ୧୯୯୩ ମସିହାରେ ଆରବିଆଇ ନୋଟର ଡାହାଣ ପଟରେ ଗାନ୍ଧିଙ୍କ ଫଟୋ ଛାପିବାକୁ କେନ୍ଦ୍ର ସରାକାରଙ୍କୁ ସୁପାରିଶ କରିଥିଲା ।

ଅନେକ ସମୟରେ ନୋଟ ଉପରେ ଗାନ୍ଧିଙ୍କ ଫଟୋକୁ ନେଇ ବିବାଦ ଦେଖା ଦେଇଛି । ଗାନ୍ଧିଙ୍କ ଭଳି ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ କାହିଁକି ନୋଟ ଉପରେ ରହିବ ନାହିଁ ସେ ନେଇ ଅନେକ ଲୋକ ପ୍ରଶ୍ନ ଉଠାଇଛନ୍ତି । ତେବେ ଏହା ପଛରେ ମଧ୍ୟ କାରଣ ରହିଛି । ଭାରତ ହେଉଛି ବିଭିନ୍ନତା ମଧ୍ୟରେ ଏକତା ଥିବା ଦେଶ । ସବୁ ଧର୍ମ ଓ ସବୁ ବର୍ଗର ଲୋକ ଏଠାରେ ବାସ କରିଥାନ୍ତି । ହେଲେ ପୂରା ଦେଶ ବାସୀ ଗାନ୍ଧିଜୀଙ୍କୁ ରାଷ୍ଟ୍ରପିତା ବୋଲି ମାନିଥାନ୍ତି । ତେଣୁ ଅନ୍ୟ କାହା ନାଁ ଉଠିବା ପୂର୍ବରୁ ଗାନ୍ଧିଜୀଙ୍କ ଫଟୋ ରହିଲେ କେହି ବିରୋଧ କରିବେନି ବୋଲି ତାଙ୍କ ଫଟୋକୁ ନୋଟରେ ସ୍ଥାନ ଦିଆଯାଇଥିଲା । କିନ୍ତୁ ନୋଟ ଉପରେ ଗାନ୍ଧିଙ୍କ ଫଟୋ କଣ ପାଇଁ ରହିଛି ସେ ନେଇ କୌଣସି ସଠିକ ଉତ୍ତର ମିଳିନାହିଁ ।

ତେବେ ଅରୁଣ ଜେଟଲୀ ଲୋକସଭାରେ ଏହାର ପ୍ରକୃତ କାରଣ କହିଥିଲେ । ତାଙ୍କ କହିବା ଅନୁଯାୟୀ, ଭାରତୀୟ ରିର୍ଜଭ ବ୍ୟାଙ୍କର ବରିଷ୍ଠ ଅଧିକାରୀ ମାନେ ଗାନ୍ଧିଙ୍କ ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ରୀୟ ନେତାଙ୍କ ଫଟୋ ନ ଛାପିବାକୁ ନିଷ୍ପତି ନେଇଥିଲେ । ଏହାସହ ଯଦି ଅନ୍ୟ କୌଣସି ସ୍ୱାଧୀନତା ସଂଗ୍ରାମୀ କିମ୍ବା କୌଣସି ନିର୍ଜୀବ ବସ୍ତୁର ଫଟୋ ନୋଟରେ ଛପା ଯାଇଥାନ୍ତା ତେବେ ବିଭିନ୍ନ ରାଜ୍ୟ ଏହାକୁ ବିରୋଧ କରିଥାନ୍ତେ ଓ ନୋଟକୁ ନେଇ ପ୍ରଶ୍ନ କରିଥାନ୍ତେ ।

ନୋଟରେ ଛପାଯାଇଥିବା ଗାନ୍ଧିଙ୍କ ଫଟୋ କେଉଁଠାରୁ ଅଣାଯାଇଛି ତାହା ବେଶ କମ ଲୋକ ଜାଣିଥାନ୍ତି । ଏହି ଫଟୋ ୧୯୪୬ ମସିହାର । ସେତେବେଳେ ଗାନ୍ଧିଙ୍କର ଏହି ଫଟୋଟି ଉଠା ଯାଇଥିଲା ।ଯେତେବେଳେ ଲର୍ଡ ଫ୍ରେଡରିକ ଭିକ୍ଟ୍ରି ହାଉସ ଆସିଥିଲେ ସେହି ସମୟରେ ଏହି ଫଟୋ ଉଠା ଯାଇଥିଲା ।