କନକ ବ୍ୟୁରୋ : କୋକିଳ କଣ୍ଠୀ ତଥା ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ଲତା ମଙ୍ଗେସକରଙ୍କ ବିୟୋଗ । ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ୯୨ବର୍ଷ ବୟସରେ ମୁମ୍ବାଇ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସକାଳ ୮ଟା ୧୨ରେ ଦେହାନ୍ତ ନେଇ ସୂଚନା ମିଳିଛି । ୨୯ଦିନ ହେଲା ଭେଣ୍ଟିଲେଟରରେ ଥିଲେ ଲତା ମଙ୍ଗେସକର । ଜାନୁଆରୀ ୮ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କରୋନା ସହିତ ନିମୋନିଆରେ ଲତା ପୀଡିତ ଥିଲେ ।

Advertisment

ଲତା ଆଜୀବନ ଅବିବାହିତ ରହିଛନ୍ତି । ତେବେ ଏଠି ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠୁଥିବା କାହିଁକି ବିବାହ କରିନଥିଲେ ଲତା । କ'ଣ ଥିଲା ଏହାର କାରଣ ? ଲତାଙ୍କ ପିତା ଦୀନାନାଥ ମଙ୍ଗେସକର ଜଣେ ଥିଏଟର କଳାକାର ଏବଂ ସଙ୍ଗୀତକାର ଥିଲେ । ଲତା ୫ବର୍ଷ ବୟସରୁ ତାଙ୍କ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ତାଙ୍କ ସହ ସାନ ଭଉଣୀ ଆଶା, ଉଷା, ମୀନା ଓ ଭାଇ ହୃଦୟନାଥ ମଧ୍ୟ ସଙ୍ଗୀତ ଶିକ୍ଷା କରୁଥିଲେ । ଲତା ମାତ୍ର ୧୩ ବର୍ଷର ହୋଇଥିବା ବେଳେ ତାଙ୍କ ପିତାଙ୍କର ହୃଦ୍‌ରେଗରେ ଦେହାନ୍ତ ହୋଇଥିଲା । ବାପାଙ୍କ ପରେ ସେ ଘରର ଜ୍ୟେଷ୍ଠ ଥିଲେ, ତେଣୁ ଏହି କାରଣରୁ ସମସ୍ତଙ୍କ ଦାୟିତ୍ୱଭାର ଲତାଙ୍କ କାନ୍ଧରେ ପଡିଲା । ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କଲେ ।

ପିତାଙ୍କ ମୃତ୍ୟୁ ପରେ ଲତା ଘରର ଯତ୍ନ ନେବାକୁ ବାହାରିଲେ । ଏହି କାରଣରୁ, ତାଙ୍କୁ ନିଜ ପାଠପଢା ଅଧାରୁ ଛାଡିବାକୁ ପଡିଲା । କେବଳ ଘରର ଦାୟିତ୍ୱ ତୁଲାଇବା କାରଣରୁ ଲତା ମଙ୍ଗେସକର ବିବାହ କରିପାରିନଥିଲେ । ଏକ ସାକ୍ଷାତକାର ହୋଇଥିଲା, ଯେଉଁଥିରେ ସେ କହିଥିଲେ ଯେ ସେ ଅନେକ ଥର ବିବାହ ସମ୍ପର୍କରେ ଭାବିଥିଲେ କିନ୍ତୁ ଏହାକୁ କାର୍ଯ୍ୟକାରୀ କରିପାରି ନଥିଲେ । ପିତାଙ୍କ ବିୟୋଗ ପରେ ସମସ୍ତ କାର୍ଯ୍ୟଭାର ତାଙ୍କ ଉପରକୁ ଆସିଯାଇଥିଲା । ଘରର ଜ୍ୟେଷ୍ଠ ଯେହେତୁ ଭାଇଭଉଣୀ ଏବଂ ଘରର ଦାୟିତ୍ୱରେ ସମୟ ବିତିଗଲା । ସେ ଆଉ ବିବାହ କିରପାରିଲେ ନାହିଁ ।

ଲତାଙ୍କୁ କୁଇନ୍ ଅଫ୍ ମେଲୋଡି, ନାଇଟିଙ୍ଗ୍ଗେଲ ଅଫ୍ ଇଣ୍ଡିଆ କୁହାଯାଏ । ୧୯୮୯ରେ ସେ ‘ଦାଦାସାହେବ ଫାଲକେ’ ଆୱାର୍ଡ ପାଇଥିଲେ ।  ୨୦୦୧ ପାଇଥିଲେ ସର୍ବୋଚ୍ଚ ବେସାମରିକ  ‘ଭାରତ ରତ୍ନ’ ପୁରସ୍କାର ।  ପ୍ରଥମ ଭାରତୀୟ ଭାବେ ଲଣ୍ଡନର ରୟାଲ ଆଲର୍ବଟ ହଲରେ ଗୀତ ଗାଇଥିଲେ ।  ୧୯୪୨ରେ ଲତା ପ୍ରଥମେ ଏକ ମରାଠୀ ଫିଲ୍ମରେ ଗୀତ ଗାଇଥିଲେ, ହେଲେ ଏହି ଗୀତଟି ରିଲିଜ ହୋଇନଥିଲା । ପ୍ରଥମ ହିନ୍ଦୀ ଗୀତ ‘ମାତା ଏକ ସପୁତ କି ଦୁନିଆ ବଦଲ ଦେ ତୁ’ । ୧୯୪୨ରେ ପେହଲି ମଙ୍ଗଳ-ଗୌର ଫିଲ୍ମରେ ଛୋଟ ଭୂମିକାରେ ଅଭିୟନ କରିଥିଲେ ।

୧୯୪୫ରେ ଲତା ମଙ୍ଗେସକର ମୁମ୍ବାଇ ଆସିଥିଲେ । ବିନାୟକ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇକୁ ସ୍ଥାନାନ୍ତର ପରେ ଆସିଥିଲେ । କଣ୍ଠଶିଲ୍ପୀ ନୁର ଜେହାନଙ୍କୁ ଅନସୁରଣ କରୁଥିଲେ ଲତା । ମ୍ୟୁଜିଜ୍ ନିର୍ଦ୍ଦେଶକ ଗୁଲାମ ହାଇଦର ଲତାଙ୍କ ଗଡ ଫାଦର ଥିଲେ । ୧୯୫୫ ଲତା ପ୍ରଥମଥର ପାଇଁ ମ୍ୟୁଜିକ୍ କମ୍ପୋଜ କରିଥିଲେ । ଲତା ମଙ୍ଗେସକର ୪ ଟି ଫିଲ୍ମ ନିର୍ମାଣ କରିଛନ୍ତି ।  ବାଦଲ, ଜଂଜିର, କାଂଚନ ଗଙ୍ଗା, ଲେକିନ ଫିଲ୍ମ ନିର୍ମାଣ କରିଥିଲେ ।