କନକ ବ୍ୟୁରୋ: ପୋଲିସ ମାନେ ଆମ ବୁଝୁ ଖାକି ପୋଷାକ ପିନ୍ଧା ଜଣେ ଅଫିସର । ଆମ ଦେଶର ଯେକୌଣସି କଣକୁ ଗଲେ ପୋଲିସ ଅଫିସରମାନେ ଖାକି ପୋଷାକ ପିନ୍ଧିଥିବା ଆମେ ଦେଖିବା । ଖାକିକୁ ନେଇ ପୋଲିସ ଅଫିସରମାନେ ଗର୍ବ ବି କରନ୍ତି । ତେଣୁ ଥରେ ଖାକିରେ କଳଙ୍କ ଲାଗିଗଲେ ତା ଜଣେ ପୋଲିସ ଅଧିକାରୀ ପାଇଁ ବଡ ଅପମାନ ହୁଏ ବୋଲି କୁହାଯାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ କଥା କହିବୁ ଯାହା ବୋଧହୁଏ ଆପଣ ଜାଣିନଥିବେ । ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ପୋଲିସମାନେ ଖାକି ପୋଷାକ ପିନ୍ଧନ୍ତିନି । ଖାକି ବଦଳରେ ସେମାନେ ପିନ୍ଧିଥାନ୍ତି ଧଳା ରଙ୍ଗର ୟୁନିଫର୍ମ ।
ଭାରତରେ ଏମିତି ସ୍ଥାନ ଅଛି, ଯେଉଁଠି ପୋଲିସ ଖାକି ପୋଷାକ ବଦଳରେ ଧଳା ରଙ୍ଗର ପୋଷାକ ପିନ୍ଧିଥାନ୍ତି । ଆଉ ସେ ଜାଗାର ନାଁ ହେଉଛି କୋଲକାତା । ସାରା ଦେଶରେ ପୋଲିସମାନେ ଖାକି ପୋଷାକ ପିନ୍ଧୁଥିବାବେଳେ କୋଲାକାତା ପୋଲିସ ହିଁ ଧଳା ରଙ୍ଗର ପୋଷାକ ପିନେ୍ଧ । ଯାହା ଅନ୍ୟମାନଙ୍କ ଅପେକ୍ଷା ବେଶ ନିଆରା । ତେବେ ଆପଣ ଭାବୁଥିବେ ସାରା ଦେଶରେ ପୋଲିସ ଖାକି ପୋଷାକ ପିନ୍ଧୁଥିବାବେଳେ କାହିଁକି କୋଲକାତା ପୋଲିସ ଧଳା ରଙ୍ଗର ୟୁନିଫର୍ମ ପିନ୍ଧୁଛି । ଏହା ଜାଣିବାକୁ ଚାହୁଁଥିଲେ ଆପଣ ବ୍ରିଟିଶ କାଳର ଏହି କଥା ଜାଣିବା ନିହାତି ଦରକାର ।
ଆମେ ସମସ୍ତେ ଜାଣିଛେ, ଆମ ଦେଶକୁ ବହୁ ବର୍ଷ ଧରି ଇଂରେଜମାନେ ଶାସନ କରିଥିଲେ । ଆଉ ଇଂରେଜମାନେ ହିଁ ଆମ ଦେଶରେ ଏହି ପୋଲିସ ବ୍ୟବସ୍ଥାର ପ୍ରଚଳନ କରିଥିଲେ । ଇଂରେଜ ଶାସନ ସମୟରେ ଯେତେବେଳ ନୂଆ କରି ପୋଲିସ ବ୍ୟବସ୍ଥା ଆରମ୍ଭ ହେଲା ।ସେତେବେଳେ ପୋଲିସ ଧଳା ରଙ୍ଗର ୟୁନିଫର୍ମ ପିନ୍ଧୁଥିଲେ । ହେଲେ ବହୁତ ସମୟ ଡ୍ୟୁଟି କରିବା ପରେ କିନ୍ତୁ ଏହି ଧଳା ପୋଷକ ଖରାପ ହେଇଯାଉଥିଲା । ଯେଉଁ କାରଣରୁ ଇଂରେଜ ଅଫିସରମାନେ ସେତେବେଳେ ଏହି ପୋଷାକର ରଙ୍ଗ ବଦଳାଇବାକୁ ଇଚ୍ଛା କରିଥିଲେ । ଆଉ ୧୮୪୭ ମସିହାରେ ଖାକି ପୋଷାକକୁ ପୋଲିସ ପୋଷାକ ଭାବେ ଘୋଷଣା କରିଥିଲେ ।
ହେଲେ କୋଲକାତା ପୋଲିସର ପୋଷାକ କିନ୍ତୁ ବଦଳିନଥିଲା । ପୂର୍ବଭଳି କୋଲକାତାର ପୋଲିସ ଧଳା ରଙ୍ଗର ପୋଷାକ ପିନ୍ଧିବା ଜାରି ରଖିଥିଲେ । କୁହାଯାଏ, କୋଲକାତା ସମୁଦ୍ର ଉପକୂୂଳରେ ରହିଥିବାରୁ ସେଠାରେ ପ୍ରବଳ ଗରମ ଅନୁଭୂତ ହୋଇଥାଏ । ଆଉ ଖାକି ପୋଷାକ ଅପେକ୍ଷା ଧଳା ରଙ୍ଗର ପୋଷାକରେ ଅଧିକ ଗରମ ହୋଇନଥାଏ । ତେଣୁ ସେତେବେଳେ ଇଂରେଜ ସରକାର କୋଲକାତା ପୋଲିସର ପୋଷାକ ପରିବର୍ତ୍ତନ କରିନଥିଲେ । ସେତେବେଳେ ସାରା ଦେଶରେ ପୋଲିସ ଅଧିକାରୀମାନେ ଖାକି ପୋଷାକ ପିନ୍ଧୁଥିବାବେଳେ କୋଲକାତା ପୋଲିସ ଧଳା ୟୁନିଫର୍ମ ପିନ୍ଧୁଥିଲା । ସ୍ୱାଧୀନତା ପରେ ବି ଏହି ଢାଂଚା ରହିଆସିଛି । ଆଉ ଏବେ ବି କୋଲକାତା ପୋଲିସର ୟୁନିଫର୍ମ ସେହି ଧଳା ରଙ୍ଗ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/TH22_POLICE_DRESS_CODE.jpg)