ମଶା କାମୁଡିଲେ କୁଣ୍ଡାଇ ହୁଏ କାହିଁକି ? କ’ଣ ଏହା ପଛରେ ରହିଛି ବୈଜ୍ଞାନିକ କାରଣ ନା ଆଉ କିଛି ? ଜାଣନ୍ତୁ

45

ଏହି ସୁବିଧାବାଦୀ ଜୀବନରେ ସମସ୍ତେ ଭୈାତିକ ସୁବିଧାଗୁଡିକର ଉପଯୋଗ କରନ୍ତି । ଗରମରୁ ବଂଚିବା ପାଇଁ ପଙ୍ଖା, କୁଲର୍ ଏବଂ ଏସିର ବ୍ୟବହାର କରୁ । ଯାହାର ମାଧ୍ୟମରେ ଆମେ ଗରମ ଓ ମଶାଙ୍କ ପ୍ରକାପରୁ ରକ୍ଷା ପାଉ । ମଶାଙ୍କୁ ଘଉଡାଇବା ପାଇଁ ବା ମାରିବା ପାଇଁ ଆମେ ଅନେକ ଉପାୟ କରୁ । ତଥାପି ବି ସୁଯୋଗ ଦେଖି ମଶା ମାନେ ଆମକୁ କାମୁଡି ପକାନ୍ତି । ଏବଂ ମଶା କାମୁଡି ଥିବା ସ୍ଥାନରେ ଆମକୁ ଜଳାପୋଡା ହୁଏ । ମଶା କାମୁଡିବା ପରେ କୁଣ୍ଡାଇ ହେବାର ପ୍ରକୃତ କାରଣ କ’ଣ ?

ବୈଜ୍ଞାନିକମାନେ ମୂଷାଙ୍କ ଉପରେ ଗବେଷଣା କରି ଜାଣିଲେ ଯେ, ଯେତେବେଳେ ମଶା ରକ୍ତ ଶୋଷେ, ସେତେେବେଳେ ନିଜ ଲାଳର କିଛି ଅଂଶ ମଣିଷ ଶରୀରରେ ଛାଡି ଦିଏ । ଏହି ଲାଳରେ ପ୍ରୋଟିନର ଏକ ମିଶ୍ରଣ ଥାଏ । ଯାହା ମଣିଷର ପ୍ରତିରକ୍ଷା ସିଷ୍ଟମ ସହ ମିଶି ପ୍ରତିକ୍ରିୟା ରୂପରେ କୁଣ୍ଡାଇ ହୁଏ ଓ ଏଲର୍ଜି ସୃଷ୍ଟି କରେ । ଏବଂ ଏହା ଲମ୍ବା ସମୟ ପର୍ଯ୍ୟନ୍ତ ଏହି ରିଏକ୍ସନ କାରଣରୁ ଚାଲେ । ପ୍ରୋଟିନର ଏହି ମିଶ୍ରଣ ବହୁତ ବିଷାକ୍ତ ଥାଏ , ଯାହା କାରଣରୁ ମଣିଷ ଶରୀର ଉପରେ ଏହି ପ୍ରକାରର ପ୍ରଭାବ ଦେଖାଯାଏ । ଏହି ରିଏକ୍ସନ ଅଧିନରେ ମଣିିଷର ପ୍ରତିରକ୍ଷା ତନ୍ତ୍ର ଉପରେ ପ୍ରଭାବ ପଡେ । ଯାହା କାରଣରୁ ମଣିଷ ଏହି ପ୍ରଭାବରେ ରୋଗିଣା ହୋଇଯାଏ । ସେଥିପାଇଁ ଏହି ମଶାର ପ୍ରକୋପରୁ ବଂଚିବା ଉଚିତ୍ ।