କାହିଁକି ଗାଁ ମୁହାଁ ହେଉଛନ୍ତି ବାଘ? ସୁନ୍ଦରଗଡ଼ ବେଲାଇବାହଲାରେ ବାଘ ଆତଙ୍କ ପରେ ଉଠିଲା ପ୍ରଶ୍ନ

220

କନକ ବ୍ୟୁରୋ: ବଣରୁ ବାହାରି ଜନବସତିରେ ବାଘ । ରାଜ୍ୟର କେନ୍ଦୁଝର, ନୂଆପଡା, ସୁନ୍ଦରଗଡର ଏହି ୩ ଦୃଶ୍ୟ ବୟାନ କରୁଛି ଜଙ୍ଗଲରେ ରହୁଥିବା ବାଘ ଏବେ ଗାଁ ମୁହାଁ ହୋଇଛନ୍ତି । ବାଘ ଆତଙ୍କ ଯୋଗୁଁ ଭୟଭୀତ ହେଉଛନ୍ତି ଲୋକେ । ଆଉ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି । ବିଶେଷଜ୍ଞ ମତରେ ବାଘ ଗାଁ ମୁହାଁ ପଛରେ ରହିଛି ଅନେକ କାରଣ

-ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ବାଘ ବାହାରକୁ ଆସିଥାନ୍ତି
-ଖରାଦିନେ ପାଣି ପାଇଁ ବି ଗାଁମୁହାଁ ହୋଇଥାନ୍ତି
-ଖାଦ୍ୟ ଅନ୍ୱେଷଣ ଲାଗି ବି ଗାଁକୁ ଆସିଥାନ୍ତି

ସୁନ୍ଦରଗଡର ବଡଗାଁ ଫରେଷ୍ଟ ରେଞ୍ଜରେ ମାତିଥିବା କଲରାପତରିଆ ବାଘ ଏ ଯାଏଁ କାବୁକୁ ଆସିପାରିନାହିଁ । ଜଙ୍ଗଲରୁ ଆସିଥିବା ବାଘ ବୁଧବାର ନିକଟସ୍ଥ ଗାଁରେ ଲୁଚିଥିଲା । ବନବିଭାଗକୁ ଚକମା ଦେଇ ପୁଣି ଲୁଚି ଯାଇଥିବା କଲରାପତରିଆ ବାଘକୁ ଖୋଜିବା ପାଇଁ ଲାଗିପଡିଛି ବନବିଭାଗ । ଜନ୍ତା ଆଣି ବାଘକୁ ଧରିବାକୁ ପ୍ରୟାସ ଚାଲିଛି । ଏପରିକି ଛେଳି ବାନ୍ଧି ବାଘକୁ ଧରିବାକୁ ବି ଉଦ୍ୟମ କରାଯାଉଛି । ବୁଧବାର ରାତିରେ ବାଘ ଥିବା ବୁଦାରେ ନିଆଁ ଲଗାଇଦିଆଯ।।ଇଥିଲା । କିନ୍ତୁ ସେ ଅନ୍ୟ ଏକ ବୁଦାକୁ ଡିଆଁ ମାରିଦେଇଥିଲେ । ଏହାପରେ ଜଳାଶୟ ନିକଟରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି । କିନ୍ତୁ ବାଘ କୁଆଡେ ଗଲା ସୂଚନା ନାହିଁ । ଟିମନା ଲଣ୍ଡା ପାହାଡ ଅଂଚଳରେ ବାଘ ଧରିବା ଚାଲିଛି ଅପରେସନ । ବାଘକୁ ଟ୍ରାଙ୍କୁଲାଇଜ କରି ଧରିବାକୁ ବନ ବିଭାଗ ଯୋଜନା କରିଥିଲା । ହେଲେ ଟ୍ରାଙ୍କୁଲାଇଜ ଯୋଜନା ଫେଲ ମାରିଛି ।

ଏତେ ସଂଖ୍ୟାରେ ବାଘ ବାହାରକୁ ଆସିବା ମଣିଷ ଓ ବାଘ ବଂଶ ଉଭୟଙ୍କ ପାଇଁ ବିପଦ । ଏବେ ପ୍ରଶ୍ନ ଉଠୁଛି, ମଣିଷ ଜଙ୍ଗଲକୁ କାଟି ନିଜ ବସତି ସ୍ଥାପନ କରୁଛି ନା ବାଘ ଜନବସତିମୁହାଁ ହେଉଛି ।