କାହିଁକି ମେ’ ମାସରେ ଆସୁଛି ବାତ୍ୟା? ବାତ୍ୟା ପଛରେ କ’ଣ ରହିଛି କାରଣ?

Advertisment
କାହିଁକି ମେ’ ମାସରେ ଆସୁଛି ବାତ୍ୟା? ବାତ୍ୟା ପଛରେ କ’ଣ ରହିଛି କାରଣ?

କନକ ବ୍ୟୁରୋ: ଗତ ୩ ବର୍ଷରେ ତିନିଟି ବାତ୍ୟା । ଫନି, ଅମ୍ଫାନ ପରେ ୟାସ୍ । ତିନିଟି ଯାକ ବାତ୍ୟା ସେହି ମେ’ ମାସରେ । ମେ’ ମାସ ଆସିବା ମାତ୍ରେ ଉପକୂଳିଆ ଲୋକଙ୍କ ମନରେ ବାତ୍ୟା ଆଶଙ୍କା ସୃଷ୍ଟି ହୁଏ । ସେହିପରି ବିଗତ ବର୍ଷଗୁଡିକରେ ସେପ୍ଟେମ୍ବର-ଅକ୍ଟୋବର ମାସରେ ମଧ୍ୟ ଅନେକ ବାତ୍ୟା ସୃଷ୍ଟି ହୋଇଛି ।

ପାଣିପାଗ ବିଜ୍ଞନୀଙ୍କ ମତରେ ମୌସୁମୀ ଆସିବାର ପୂର୍ବ ମାସ ଓ ମୌସୁମୀ ଯିବା ପର ମାସରେ ଅଧିକ ବାତ୍ୟା ହୋଇଥାଏ । ସେପ୍ଟେମ୍ବର-ଅକ୍ଟୋବର ମାସରେ ହେଉଥିବା ବାତ୍ୟା ଅଧିକ ଘନିଭୂତ ହେଉଥିବାରୁ ଅଧିକ ଶକ୍ତିଶାଳୀ ହୋଇଥାଏ । ତେବେ କିଛି ବର୍ଷ ହେଲା ମେ’ ମାସରେ ମଧ୍ୟ ବଡ଼ ବଡ଼ ବାତ୍ୟା ଆସୁଛି । ଏହା ପଛରେ ପ୍ରମୁ୍ଖ କାରଣ ହେଉଛି ଜଳବାୟୁ ପରିବର୍ତନ ଓ ଗ୍ଲୋବାଲ୍ ୱାର୍ମିଂ ବା ବିଶ୍ୱ ତାପମାତ୍ରା ବୃଦ୍ଧି ।

ନଜର ପକାଇବା ବାରମ୍ବାର ବାତ୍ୟା ଆସିବା ପଛର କାରଣ ଉପରେ –
ଜଳବାୟୁରେ ବ୍ୟାପକ ପରିବର୍ତନ
ସମୁଦ୍ରର ଉପର ସ୍ତରରେ ତାପମାତ୍ରା ବୃଦ୍ଧି
ସମୁଦ୍ର ଭିତରେ ଏଲିନୋ ପ୍ରଭାବ
ବାତ୍ୟା ଅନୁକୂଳ ପରିବେଶ
ଭୌଗଳିକ ସ୍ଥିତି ଯୋଗୁଁ ଓଡ଼ିଶାରେ ଅଧିକ ବାତ୍ୟା

ଓଡ଼ିଶାର ଭୌଗଳିକ ସ୍ଥିତି ଏପରି ରହିଛି, ଯାହା ଫଳରେ ବଙ୍ଗୋପ ସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ଅଧିକ ପ୍ରଭାବ ଓଡ଼ିଶା ଉପରେ ପଡୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe