ଭାରତରେ ସେନା ଓ ପୋଲିସ କର୍ମଚାରୀ ମାନେ ଦାଢୀ ଓ ବାଳ ରଖିବାକୁ ନେଇ କଣ ରହିଛି ନିୟମ । କେବଳ ଶିଖ୍ ମାନଙ୍କୁ ଛାଡି ଅନ୍ୟମାନେ ଦାଢୀ ରଖିବା ଉପରେ କାହିଁକି ଲଗା ଯାଇଛି କଟକଣା

1,411

କନକ ବ୍ୟୁରୋ : ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ଏକ ମୁସଲିମ୍ ଦାରୋଗା ଲମ୍ବା ଦାଢୀ ରଖିବାକୁ ନେଇ ଏବେ ହଟ ଚମଟ୍ ସୃଷ୍ଟି ହୋଇଛି। ଆଇନ ଅବମାନନା ମାମଲାରେ ବି ସେହି ଦାରୋଗାଙ୍କୁ ନିଲମ୍ବିତ କରାଯାଇଛି । ଏନେଇ କଥା ଉଠୁଛୁ କି ଯଦି ଶିଖ୍ ମାନଙ୍କୁ ଦାଢୀ ରଖିବାକୁ ଆଇନ ଅନୁମତି ଦେଇଛି ତେବେ ମୁସଲମାନ ମାନଙ୍କୁ କାହିଁକି ନୁହେଁ ? । ଆମେ ଏହା ଜାଣିବା ଦରକାର କି ଦେଶରେ ସେନା ଓ ପୋଲିସ କର୍ମଚାରୀଙ୍କ ପାଇଁ ଦାଢୀ ଓ ବାଳ ବଢାଇବା ଉପରେ କ’ଣ ରହିଛି ଆଇନ ।

ସେନା ବା ପୋଲିସ ବିଭାଗରେ କାମ କରୁଥିବା କର୍ମଚାରୀ ମାନେ ସେମାନଙ୍କର ଧାର୍ମିକ ବିଶ୍ୱାସ ପ୍ରକାଶ କରିବା କିମ୍ବା ନକରିବା ବିଷୟରେ ବହୁତ କଠୋର ଆଇନ ରହିଛି । ଯେହେତୁ ସେନା ସିଧା ସଳଖ ଦେଶ ସହିତ ସଂପୃକ୍ତ । ଏଭଳି ନିୟମ ଅଛି ଯେ କୌଣସି ସେନା କର୍ମଚାରୀ ବା ସୈନିକ ତାଙ୍କ ପୋଷାକ ସହିତ ଧାର୍ମିକ ଅଭିବ୍ୟକ୍ତି ପ୍ରକାଶ କରିବା ଉଚିତ ନୁହେଁ । ଏହା ସୁନିଶ୍ଚିତ କରେ ଯେ ସେନା ହେଉଛି ଗୋଟିଏ ସଂଗଠନ ଓ ଏହାର ସାମୁହିକ ପରିଚୟ ଦେଶର ସୈନିକ ।

ଏହା ସହିତ ସେନାରେ କାମ କରୁ୍ଥିବା ଶିଖ୍ ମାନଙ୍କ ବ୍ୟତିତ ଅନ୍ୟ କୌଣସି ଧର୍ମର କର୍ମଚାରୀଙ୍କୁ ଦାଢୀ ରଖିବାକୁ ସେନା ଅନୁମତି ଦେଇନାହିଁ । ଏହି ନିୟମ ଭାରତର ୩ ସେନା ବିଭାଗରେ ଲାଗୁ କରାଯାଇଛି । ହେଲେ କିଛି ସ୍ଥଳ ବିଶେଷରେ ସ୍ଥଳସେନା ଶିଖ୍ ମାନଙ୍କ ବ୍ୟତିତ ଅନ୍ୟକିଛି ଧର୍ମର କର୍ମଚାରୀଙ୍କୁ ଦାଢୀ ରଖିବାକୁ ଅନୁମତି ଦେଇଥାଏ । ମାତ୍ର ତାହା ଧାର୍ମିକ କାରଣ ପାଇଁ ନୁହେଁ ।
ବାୟୁସେନାରେ କେହି ଏକ ଆଇକନ୍ ମାଧ୍ୟମରେ ନିଜର ଧାର୍ମିକ ପରିଚୟ ଦେଖାଇ ପାରିବେ ନାହିଁ । ତଥାପି ବାୟୁସେନା ଦାଢୀଥିବା ମୁସଲମାନ ମାନଙ୍କୁ ଜାନୁଆରୀ ୧ ୨୦୦୨ ମସିହା ପୂର୍ବରୁ ନାମଲେଖା ସମୟରେ ବାଳ ରଖିବାକୁ ଅନୁମତି ଦେଇଛି । ତଥାପି ଏହାର ଲମ୍ବ ଓ ରକ୍ଷଣା ବେକ୍ଷଣ ବାବଦରେ ଅନେକ କଟକଣା ରହିଛି । ଅନ୍ୟପଟେ ନୌସେନା କର୍ମଚାରୀ ମାନେ ଦାଢୀ ବଢାଇ ପାରିବେ କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ ।

ପୋଲିସ ବିଭାଗର କର୍ମଚାରୀ ମାନେ ବିନା ଅନୁମତିରେ ନିଶ ରଖିପାରିବାର ଆଇନ ଥିବା ବେଳେ ଦାଢୀ ରଖିବାକୁ ଭାରତୀୟ ଆଇନ କେବେ ସମ୍ମତି ଦେଇନଥାଏ । କେବଳ ଶୀଖ୍ ଧର୍ମର କର୍ମଚାରୀ ମାନେ ବିନା ଅନୁମତିରେ ଦାଢୀ ରଖି ପାରିବେ । ଅନ୍ୟ ଧର୍ମର କର୍ମଚାରୀ ଦାଢୀ ରଖିବାକୁ ଚାହିଁଲେ ଉପରିସ୍ଥ ଅଧିକାରୀଙ୍କ ଅନୁମତିର ଆବଶ୍ୟକ ରହିଛି । ଉତରପ୍ରଦେଶ ପୋଲିସ ନିୟମାବଳୀରେ ଅକ୍ଟୋବର ୧୦ ତାରିଖ ୧୯୮୫ ମସିହାରେ ଏକ ଅଧିନିୟମ ଯୋଡା ହୋଇଛି । ଯେଉଁଥିରେ ମୁସଲମାନ କର୍ମଚାରୀ ମାନେ ଏସପିଙ୍କ ଅନୁମତି ନେଇ ଦାଢୀ ରଖିପାରିବେ । ବର୍ତମାନ ଦାଢୀ ରଖି ନିଲମ୍ବିତ ହୋଇଥିବା ଉତରପ୍ରଦେଶର ସେହି ଦାରୋଗା ଏସପିଙ୍କ ବିନା ଅନୁମତିରେ ଦାଢୀ ରଖିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି ।

ଯେହେତୁ ପୋଲିସ ବିଭାଗରେ ନିଶକୁ ନେଇ ରିହାତି ରହିଛି ତେଣୁ ବେଳେ ବେଳେ ଏହାକୁ ନେଇ କିଛି ଆକର୍ଶଣୀୟ କଥା ଦେଖିବାକୁ ମିଳିଥାଏ । ଦୁଇବର୍ଷ ପୂବେ ଆଞ୍ଚଳିକ ସଶସ୍ତ୍ର ବାହିନୀର ଅଧିକାରୀ ବିକେ ସିଂ ତାଙ୍କ ଅଧିନରେ କାମ କରୁଥିବା କର୍ମଚାରୀଙ୍କୁ ଲମ୍ବା ନିଶ ରଖିବାକୁ ଉତ୍ସାହିତ କରିଥିଲେ । ସେମାନଙ୍କ ନିଶର ରକ୍ଷଣା ବେକ୍ଷଣ ପାଇଁ ବି ଭତାର ବ୍ୟବସ୍ଥା କରାଯାଇଥିଲା । ଏହା ଏଥିପାଇଁ କରାଯାଇଥିଲା କି ଏଭଳି ନିଶଥିବା କର୍ମଚାରୀ ମାନେ ସାଧାରଣ କର୍ମଚାରୀଙ୍କ ଠାରୁ ଅଲଗା ଦେଖାଯିବେ ।

ଶୀଖ୍ ଧର୍ମାବଲମ୍ବି ମାନେ ପ୍ରାକୃତିକ ଉପାୟରେ ବଢୁଥିବା ବାଳ ଓ ଦାଢୀ କାଟିବାକୁ ଅନୁମତି ମିଳିନଥାଏ । ଏହାକୁ ନକାଟିବାକୁ ଶିଖ୍ ଗୁରୁ ଗୋବିନ୍ଦ ସିଂ ନିଜେ ଆବଶ୍ୟକ ଭାବେ ବର୍ଣ୍ଣନା କରିଥିଲେ । ୧୬୯୯ ମସିହାରେ ଗୁରୁ ଗୋବିନ୍ଦସିଂ କହିଥିଲେ କି ଶୀଖ୍ ଭାଇ ମାନେ ରେଜର ବ୍ୟବହାର କରିବା ଉଚିତ୍ ନୁହେଁ । ଧର୍ମ ଅନୁସାରେ ଦାଢୀ ଓ ବାଳ କାଟିବା ଏକ ଅପରାଧ । ଶୀଖ୍ ମାନଙ୍କ ପାଇଁ ଦାଢୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କାରଣ ମୋଗଲ ଶାସନ ସମୟରେ ଶୀଖ୍ ମାନେ ମୋଗଲ ମାନଙ୍କର ଦମନ ବିରୋଧରେ ଏକ ଶ୍ଲୋଗାନ ଦେଉଥିଲେ ଯେ ଦାଢୀ କାଟିବା ଠାରୁ ମୁଣ୍ଡ କାଟିବା ଶ୍ରେୟସ୍କର ।

ଅନ୍ୟପଟେ ଶୀଖ୍ ମାନଙ୍କ ବ୍ୟତିତ ଅନ୍ୟ କୌଣସି ପୋଲିସ ବା ସେନା କର୍ମଚାରୀ ବିନା ଅନୁମତିରେ ଯଦି ଦାଢୀ ରଖନ୍ତି ତାହେଲେ ସାମରିକ ଚାକିରୀ ନିୟମାବଳୀ ୬୬୫ ର ଖିଲାପ କରିଥିବା ଅଭିଯୋଗରେ ତାଙ୍କ ଉପରେ ଦଣ୍ଡ ବିଧାନ କରାଯିବ । କହିରଖୁ କି ଦାଢୀ ରଖିବା ବା ନରଖିବାକୁ ନେଇ ସେନାରେ ଦୁଇଟି କାରଣ ରହିଛି । ପ୍ରଥମଟି ଏଭଳି କରିବା ଦ୍ୱାରା ସେନା, ପୋଲିସ ଓ ଅର୍ଦ୍ଧସାମରିକ ବଳ ଏକାପରି ଦେଖାଯିବେ । ଦ୍ୱିତୀୟ କାରଣଟି ହେଉଛି ସେ ସେନା ବିଭାଗ ହେଉ କି ପୋଲିସ ବିଭାଗ ସମସ୍ତେ ଦେଶର ସୁରକ୍ଷା ସହିତ ଯୋଡି ହୋଇଥା’ନ୍ତି ।