କାହିଁକି କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟ୍ୟା? କାରଣ କହିଲେ ବିଶେଷଜ୍ଞ । ଡାକ୍ତର ସିଦ୍ଧାର୍ଥ ସାହୁ କହିଲେ ହର୍ଡ ଇମ୍ୟୁନିଟି ଆଡକୁ ଆଗଉଛି ଓଡ଼ିଶା । ଡାକ୍ତର ନିରୋଜ ମିଶ୍ର କହିଲେ, ସଚେତନା ବଢ଼ିଛି, ହେଲେ ଦୁର୍ବଳ ହୋଇନି ଭାଇରସ ।

2,059

କନକ ବ୍ୟୁରୋ : ସେପ୍ଟେମ୍ବର ମାସ ଅପେକ୍ଷା ଅକ୍ଟୋବର ମାସରେ କମ ରହିଛି କରୋନା ସଂକ୍ରମଣ । ଗତ ମାସ ତୁଳନାରେ ପ୍ରତ୍ୟକ ଦିନ କମ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ସଂକ୍ରମଣ ହାର କମିବା ପଛରେ କଣ ରହିଛି କାରଣ । କାହିଁକି କମୁଛି କରୋନା ସଂକ୍ରମଣ ? ଏନେଇ ବିଭିନ୍ନ କାରଣ ଦର୍ଶାଇଛନ୍ତି ବିଶେଷଜ୍ଞ ଡାକ୍ତର ।

ସଚେତନତା ବଢିଛି ଲୋକମାନେ ସତର୍କ ରହୁଛନ୍ତି । ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ନେଉଛନ୍ତି ତେଣୁ ସଂକ୍ରଣ କମିଛି । ଲୋକମାନେ ବି ଜାଣିଗଲେଣି ଭାଇରସ ପାଇଁ କଣ କରିବାକୁ ହେବ । ଏହାସହ ରାଜ୍ୟରେ ଟେଷ୍ଟ ସଂଖ୍ୟା ମଧ୍ୟ ବଢିଛି ବୋଲି କହଛନ୍ତି ଡାକ୍ତର ନିରୋଜ ମିଶ୍ର ।

ସେହିପରି ଡାକ୍ତର ସିର୍ଦ୍ଧାଥ ସାହୁ କହିଛନ୍ତି ହର୍ଡ ଇମ୍ୟୁନିଟି ଆଡକୁ ଓଡ଼ିଶା ଆଗଉଛି । ତେଣୁ ଆଗକୁ ସଂକ୍ରମଣ ଆଶଙ୍କା କମ ରହିଛି । ହେଲେ ଆମକୁ ସତର୍କ ରହିବାକୁ ପଡିବ ।