କନକ ବ୍ୟୁରୋ : କରୋନା ଟିକାର ଦୁଇଟି ଡୋଜ ନେବା ପରେ ବି ରାଜ୍ୟର କିଛି ଲୋକ ସଂକ୍ରମିତ ହୋଇଛନ୍ତି । ଏହି ଖବର ଜଣାପଡିବା ପରେ ସଂକ୍ରମଣର କାରଣ ଖୋଜିବାକୁ ରାଜ୍ୟ ସରକାର ବୈଷୟିକ କମିଟି ଗଠନ କରିଛନ୍ତି । ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡାଙ୍କ ଅଧ୍ୟକ୍ଷତାରେ ୮ ଜଣିଆ ବୈଷୟିକ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଏହି ବୈଷୟିକ କମିଟିର ଆବାହକ ଅଛନ୍ତି । ଆରଏମଆରସି ନିର୍ଦ୍ଦେଶକ ସଂଘମିତ୍ରା ପତି, ପୁରୀ ଏସଜେଏମସିଏଚ ସୁପରିଟେଣ୍ଡେଂଟ୍ ଡାକ୍ତର କୌଶିକ ମିଶ୍ର, କଟକ ଏସସିବିର ମାଇକ୍ରୋ ବାୟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ନିରୁପମା ଚାଇନି ସଦସ୍ୟ ରହିଛନ୍ତି । ସେହିପରି ଏସସିବିର ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜେକେ ପଣ୍ଡା, ଏସସିବିର ପ୍ରଫେସର ଏମଆର ପଟ୍ଟନାୟକ, ଏମସ୍ର ପ୍ରଫେସର ପ୍ରଦୀପ୍ତ ଶେଖର ପାତ୍ର ବୈଷୟିକ କମିଟିର ସଦସ୍ୟ ରହିଛନ୍ତି ।